ଆଖି ବୁଜିଲେ ପୁଣି ଜଣେ କରୋନା ଯୋଦ୍ଧା

ବାଲିଗୁଡ଼ା(ଓଡ଼ିଶା ରିପୋର୍ଟର ): ଆଖି ବୁଜିଲେ ପୁଣି ଜଣେ କରୋନା ଯୋଦ୍ଧା।  ଦୀର୍ଘ ୧୫ ଦିନ କାଳ କରୋନା ସହ ଲଢ଼େଇ କରି ଶେଷରେ ଜୀବନ ଯୁଦ୍ଧରେ ହାରିଗଲେ କନ୍ଧମାଳ ଜିଲ୍ଲା ପୁଲିସ୍‌ରେ କାର୍ଯ୍ୟରତ କନଷ୍ଟେବଳ ବାଲି କହଁର।  କରୋନାରେ ମୃତ୍ୟୁ ହେବା ପରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି । ବୌଦ୍ଧ ଜିଲ୍ଲାର ଗମ୍ଭାରୀପଡାର ବାଲି କହଁର ଦାରିଙ୍ଗବାଡ଼ି କୋର୍ଟରେ କାର୍ଯ୍ୟରତ ଥିଲେ । ଗତ ମାସ ୨୦ ତାରିଖରେ ସେ […]

baliguda

baliguda

Niharika Rout
  • Published: Thursday, 08 October 2020
  • Updated: 08 October 2020, 09:24 AM IST

Sports

Latest News

ବାଲିଗୁଡ଼ା(ଓଡ଼ିଶା ରିପୋର୍ଟର ): ଆଖି ବୁଜିଲେ ପୁଣି ଜଣେ କରୋନା ଯୋଦ୍ଧା।  ଦୀର୍ଘ ୧୫ ଦିନ କାଳ କରୋନା ସହ ଲଢ଼େଇ କରି ଶେଷରେ ଜୀବନ ଯୁଦ୍ଧରେ ହାରିଗଲେ କନ୍ଧମାଳ ଜିଲ୍ଲା ପୁଲିସ୍‌ରେ କାର୍ଯ୍ୟରତ କନଷ୍ଟେବଳ ବାଲି କହଁର।  କରୋନାରେ ମୃତ୍ୟୁ ହେବା ପରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି ।

ବୌଦ୍ଧ ଜିଲ୍ଲାର ଗମ୍ଭାରୀପଡାର ବାଲି କହଁର ଦାରିଙ୍ଗବାଡ଼ି କୋର୍ଟରେ କାର୍ଯ୍ୟରତ ଥିଲେ । ଗତ ମାସ ୨୦ ତାରିଖରେ ସେ କୋଭିଡ ପଜିଟିଭ ଚିହ୍ନଟ ହୋଇଥିଲେ। ଏହାପରେ ରାୟଗଡା ଜିଲ୍ଲା ବିଷମକଟକସ୍ଥିତ ଖ୍ରୀଷ୍ଟିଆନ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଙ୍କର ମୃତ୍ୟୁ ଘଟିଥିଲା । ତାଙ୍କ ମରଶରୀର ପହଞ୍ଚିବା ପରେ ବାଲିଗୁଡା ଥାନା ପରିସରରେ ତାଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା  କନ୍ଧମାଳ ଏସପି ବିନୀତ ଅଗ୍ରଓ୍ୱାଲଙ୍କ ଯୋଗ ଦେଇ ମୃତ କନେଷ୍ଟବଳଙ୍କୁ  ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos