ପ୍ରେମିକାକୁ ବିଚ୍‌ରାସ୍ତାରେ ଛୁରା ମାଡ଼, ମାଆ ମୃତ

କଳାହାଣ୍ଡି (ରାଜକୁମାର ସିଂହଦେଓ): ପାଗଳ ପ୍ରେମିକର ଉନ୍ମତ କାଣ୍ଡ। ଏକତରଫା ପ୍ରେମରୁ ବିଚ୍‌ରାସ୍ତାରେ ପ୍ରେମିକାକୁ ଛୁରାମାଡ। ଏଭଳି ଅଭାବନୀୟ ଘଟଣା ଘଟିଛି କେସିଙ୍ଗା ଥାନା କୁର୍ଲାଖୁଣ୍ଟା ଗାଁରେ। ଯୁବକର ଛୁରାମାଡରେ ମାଆର ମୃତ୍ୟୁ ହୋଇଥିବାବେଳେ ଝିଅ ଗୁରୁତର ହୋଇଛି। ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନାମୁତାବକ, ଆଜି ସକାଳୁ ପୋଖରୀରୁ ମାଆ ସିନ୍ଧୁ ବାଗ ଓ ଝିଅ ରଞ୍ଜିତା ବାଗ ଗାଧୋଇ ଫେରୁଥିଲେ। ଏତିକିବଳେ ପୂର୍ବ ଯୋଜନା ଅନୁଯାୟୀ ଗାଁର ତିଲକ ନାଏକ […]

oneside-lover-attack-on-wom

oneside-lover-attack-on-wom

Madhupriya Mistry
  • Published: Monday, 08 March 2021
  • Updated: 08 March 2021, 05:52 PM IST

କଳାହାଣ୍ଡି (ରାଜକୁମାର ସିଂହଦେଓ): ପାଗଳ ପ୍ରେମିକର ଉନ୍ମତ କାଣ୍ଡ। ଏକତରଫା ପ୍ରେମରୁ ବିଚ୍‌ରାସ୍ତାରେ ପ୍ରେମିକାକୁ ଛୁରାମାଡ। ଏଭଳି ଅଭାବନୀୟ ଘଟଣା ଘଟିଛି କେସିଙ୍ଗା ଥାନା କୁର୍ଲାଖୁଣ୍ଟା ଗାଁରେ। ଯୁବକର ଛୁରାମାଡରେ ମାଆର ମୃତ୍ୟୁ ହୋଇଥିବାବେଳେ ଝିଅ ଗୁରୁତର ହୋଇଛି। ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ମିଳିଥିବା ସୂଚନାମୁତାବକ, ଆଜି ସକାଳୁ ପୋଖରୀରୁ ମାଆ ସିନ୍ଧୁ ବାଗ ଓ ଝିଅ ରଞ୍ଜିତା ବାଗ ଗାଧୋଇ ଫେରୁଥିଲେ। ଏତିକିବଳେ ପୂର୍ବ ଯୋଜନା ଅନୁଯାୟୀ ଗାଁର ତିଲକ ନାଏକ ନାମକ ଜଣେ ଯୁବକ ଝିଅ ଉପରେ ମରଣାନ୍ତକ ଆକ୍ରମଣ କରିଥିଲା। ପରେ ଝିଅକୁ ବଞ୍ଚାଇବାକୁ ଯାଇ ସିନ୍ଧୁ ବାଗ ଯୁବକଙ୍କ ଆକ୍ରମଣ ଶିକାର ହୋଇଥିଲେ। ପରେ ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ମା’ ଓ ଝିଅଙ୍କୁ ଗୁରତର ଅବସ୍ଥାରେ ଉଦ୍ଧାର କରି କେସିଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲା। ସେଠାରେ ଡାକ୍ତର ସିନ୍ଧୁ ବାଗଙ୍କୁ ମୃତ ଘୋଷଣା କରିଛନ୍ତି।

ପ୍ରାଥମିକ ତଦନ୍ତ ରୁ ଏକ ତରଫା ପ୍ରେମକୁ ନେଇ ପ୍ରେମିକ ପ୍ରତିଶୋଧ ପରାୟଣ ହୋଇ ଏପରି କାଣ୍ଡ ଘଟାଇଥିବା ସୂଚନା ମିଳିଛି । ପୁଲିସ ଅଭିଯୁକ୍ତକୁ ଥାନାରେ ଅଟକ ରଖି ତଦନ୍ତ ଜାରି ରଖିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos