ପିଆଜ ୮୦ ଛୁଇଁଲା, ଆଗକୁ ୧୦୦ ଟପିବ ବୋଲି ବେପାରୀ କହୁଛନ୍ତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଳୁ ଯାହା ଯେମିତି କିଣୁଛନ୍ତି ଲୋକେ। ହେଲେ ପିଆଜକୁ ଆଡ଼ ଆଖିରେ ଚାହୁଁ ନାହାନ୍ତି। କାରଣ ପିଆଜ ଦର ଯେମିତି ବେଲଗାମ୍ ହୋଇ ଦୌଡୁଛି, ଆଉ ସାଧାରଣ ଲୋକଙ୍କ କିଣିବା କବ୍ଜାରେ ନାହିଁ। ଆଶା କରାଯାଉଥିଲା, ଧର୍ମ ମାସ କାର୍ତ୍ତିକ ପରେ ରେଟ୍ କମିଯିବ। ହେଲେ ସ୍ଥିତି ଓଲଟା ହୋଇଛି। ଗାଁ ଗହଳି କଥା ଛାଡନ୍ତୁ, ଖୋଦ୍ ରାଜଧାନୀ ଭୁବନେଶ୍ୱରରେ କେତେକ ସ୍ଥାନରେ ପିଆଜ କିଲୋ ୮୦ ଛୁଇଁଲାଣି। ବିକିଲା ବେଳେ ବେପାରୀ ଆହୁରି […]

onion

onion

Manoranjan Sial
  • Published: Thursday, 21 November 2019
  • Updated: 21 November 2019, 08:43 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଳୁ ଯାହା ଯେମିତି କିଣୁଛନ୍ତି ଲୋକେ। ହେଲେ ପିଆଜକୁ ଆଡ଼ ଆଖିରେ ଚାହୁଁ ନାହାନ୍ତି। କାରଣ ପିଆଜ ଦର ଯେମିତି ବେଲଗାମ୍ ହୋଇ ଦୌଡୁଛି, ଆଉ ସାଧାରଣ ଲୋକଙ୍କ କିଣିବା କବ୍ଜାରେ ନାହିଁ। ଆଶା କରାଯାଉଥିଲା, ଧର୍ମ ମାସ କାର୍ତ୍ତିକ ପରେ ରେଟ୍ କମିଯିବ। ହେଲେ ସ୍ଥିତି ଓଲଟା ହୋଇଛି। ଗାଁ ଗହଳି କଥା ଛାଡନ୍ତୁ, ଖୋଦ୍ ରାଜଧାନୀ ଭୁବନେଶ୍ୱରରେ କେତେକ ସ୍ଥାନରେ ପିଆଜ କିଲୋ ୮୦ ଛୁଇଁଲାଣି। ବିକିଲା ବେଳେ ବେପାରୀ ଆହୁରି ଛାନିଆ କରି କହୁଛନ୍ତି, ଆଗକୁ ଦର ଶହେ ଟପିବ।

୪ ମାସ ତଳେ ପିଆଜ ୨୦ ଟଙ୍କାରେ ବଜାରରେ ହାଉଯାଉ ହେଉଥିଲା। ଏବେ ସେହି ପିଆଜ ୮୦ ଟଙ୍କା ବିକ୍ରିହେଉଛି। ରାଜଧାନୀର ୧ ନମ୍ବର ହାଟ ହେଉ କି କଟକର ଛତ୍ରବଜାର ଅବା ବାଲେଶ୍ୱର ପରିବା ମାର୍କେଟ୍‌ରେ ଦୁଇଦିନ ତଳେ ପିଆଜ କିଲୋ ପ୍ରତି ୫୫ରୁ ୬୦ ଥିଲା। ହେଲେ ଆଜି ସିଧା ୨୦ ଟଙ୍କା ବଢ଼ିଛି। ମହାରାଷ୍ଟ୍ରର ନାସିକ୍ ଓ ଆନ୍ଧ୍ର ପ୍ରଦେଶର କୁର୍ଣ୍ଣୁଲ୍‌ ଏବଂ ଗୁଡୁମ୍‌ରୁ ନୂଆ ପିଆଜ ଆସିଲେ ଯାଇ ରେଟ୍ କମିବ ବୋଲି ବ୍ୟବସାୟୀମାନେ କହୁଛନ୍ତି।

ସେପଟେ ଆଜି ବିଧାନସଭାରେ ଉଠିଛି ପିଆଜ ପ୍ରସଙ୍ଗ। ବୁଧବାର ଗୃହରେ ସରଗରମ ଆଲୋଚନା ବେଳେ ସରକାରଙ୍କୁ ଟାର୍ଗେଟ୍ କରିଥିଲେ ଉଭୟ ଶାସକ ଓ ବିରୋଧୀ। ଖାଲି ପିଆଜ ନୁହେଁ, ରାଜ୍ୟରେ ଅନ୍ୟ ଅତ୍ୟାବଶ୍ୟକ ସାମଗ୍ରୀର ଅବସ୍ଥା ମଧ୍ୟ ଉଣାଅଧିକେ ଅହେତୁକ ଦରବୃଦ୍ଧି ଗ୍ରାହକଙ୍କୁ ବାଧୁଥିବା ସମସ୍ତେ ଅଭିଯୋଗ ଆଣିଥିଲେ। ଜବାବରେ ଯୋଗାଣ ମନ୍ତ୍ରୀ ମାନିଥିଲେ କେବଳ ଚାଉଳକୁ ଛାଡ଼ି ବାକି ସବୁ ସାମଗ୍ରୀ ରାଜ୍ୟ ବାହାରୁ ଆସୁଛି। ଏବର୍ଷ ଅନିୟମିତ ବର୍ଷା ଯୋଗୁଁ ନାସିକ ଓ କୁର୍ଣ୍ଣୁଲୁ ପିଆଜ ଆମଦାନୀ କମିଛି। ତେବେ ଦର ନିୟନ୍ତ୍ରଣ ସହ କଳାବଜାରୀ ରୋକିବାକୁ ବିଭିନ୍ନ ସମୟରେ ଚଢ଼ାଉ ଜାରି ରହିଥିବା ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story