କ୍ରିକେଟ୍‌ରେ ବେଟିଂ, ୫ ଯୁବକ ଧରାପଡ଼ିଲେ

ରାୟଗଡ଼ା (ମନୋଜ ପାତ୍ର): ଅନ୍‌ଲାଇନ୍‌ କ୍ରିକେଟ୍‌ ବେଟିଂ ଚାଲିଥିବା ବେଳେ ଧରାପଡ଼ିଲେ ୫ ଜଣ ଅଭିଯୁକ୍ତ। ରାୟଗଡ଼ା ଟାଉନ୍‌ ଥାନା ପୁଲିସ ସେମାନଙ୍କୁ ଗିରଫ କରିବା ସହିତ ଲକ୍ଷାଧିକ ଟଙ୍କା ଜବତ କରିଛି। ତେବେ ଏହି କାରବାର କେତେଦିନ ଧରି ଚାଲିଥିଲା, ତାହାର ତଦନ୍ତ ଚଳାଇଛି ପୁଲିସ୍‌। ଗତକାଲି ରାତିରେ ରାୟଗଡ଼ ଲକ୍ଷ୍ମୀନାରାୟଣ ଷ୍ଟ୍ରିଟ୍‌ରେ କେ. ସୂର୍ଯ୍ୟ ରାଓଙ୍କ ଘରେ ଅନ୍‌ଲାଇନ୍‌ କ୍ରିକେଟ ବେଟିଂ ଚାଲିଥିଲା। ଏ ସମ୍ପର୍କରେ ଖବର ପାଇ ଟାଉନ୍‌ ଥାନା ପୁଲିସ୍‌ ଅଚାନକ […]

cricket

cricket

Manoranjan Sial
  • Published: Saturday, 21 September 2019
  • Updated: 21 September 2019, 09:34 PM IST

Sports

Latest News

ରାୟଗଡ଼ା (ମନୋଜ ପାତ୍ର): ଅନ୍‌ଲାଇନ୍‌ କ୍ରିକେଟ୍‌ ବେଟିଂ ଚାଲିଥିବା ବେଳେ ଧରାପଡ଼ିଲେ ୫ ଜଣ ଅଭିଯୁକ୍ତ। ରାୟଗଡ଼ା ଟାଉନ୍‌ ଥାନା ପୁଲିସ ସେମାନଙ୍କୁ ଗିରଫ କରିବା ସହିତ ଲକ୍ଷାଧିକ ଟଙ୍କା ଜବତ କରିଛି। ତେବେ ଏହି କାରବାର କେତେଦିନ ଧରି ଚାଲିଥିଲା, ତାହାର ତଦନ୍ତ ଚଳାଇଛି ପୁଲିସ୍‌।

ଗତକାଲି ରାତିରେ ରାୟଗଡ଼ ଲକ୍ଷ୍ମୀନାରାୟଣ ଷ୍ଟ୍ରିଟ୍‌ରେ କେ. ସୂର୍ଯ୍ୟ ରାଓଙ୍କ ଘରେ ଅନ୍‌ଲାଇନ୍‌ କ୍ରିକେଟ ବେଟିଂ ଚାଲିଥିଲା। ଏ ସମ୍ପର୍କରେ ଖବର ପାଇ ଟାଉନ୍‌ ଥାନା ପୁଲିସ୍‌ ଅଚାନକ ଉକ୍ତ ଘରେ ଚଢଉ କରି କରି ୪ ଜଣଙ୍କୁ ଗିରଫ କରିଥିଲା। ଗିରଫ ଅଭିଯୁକ୍ତମାନେ ହେଲେ କେ. ସୂର୍ଯ୍ୟ ରାଓ, ସାଗର ସାହୁ, ଜ୍ୟୋତି ରଞ୍ଜନ ପଲେଇ ଓ ସତ୍ୟବ୍ରତ ପ୍ରଧାନ। ଏପରିକି ଉକ୍ତ ଘରୁ ପୁଲିସ ୧ ଲକ୍ଷ ୩୭ ହଜାର ଟଙ୍କା, ୫ ମୋବାଇଲ, ୩ ଡାଏରୀ ଓ ୩ ବାଇକ ଜବତ କରିଥିଲା।

ତେବେ ଗିରଫ ଅଭିଯୁକ୍ତଙ୍କୁ ଜେରା ବେଳେ କିଙ୍ଗପିନ୍‌ଙ୍କ ସମ୍ପର୍କରେ ପୁଲିସକୁ ସୁରାଗ ମିଳିଥିଲା। ସେମାନଙ୍କ ବୟାନ ଆଧାରରେ ପୁଲିସ ଗୁଣୁପୁର ସୁଭଦ୍ରାପୁରରେ ଚଢ଼ଉ କରି ମୁଖ୍ୟ ଅଭିଯୁକ୍ତ ପି. କିଶୋର ରାଓଙ୍କୁ ଗିରଫ କରିଥିଲା। ତାଙ୍କଠାରୁ ପୁଲିସ ୨ ଲକ୍ଷ ୫୦ ହଜାର ଟଙ୍କା, ବ୍ୟବସାୟ ସମ୍ପର୍କିତ ଡାଏରୀ ଜବତ କରିଛି।

ବେଟିଂରେ କଲେଜ ଛାତ୍ର ଓ ବ୍ୟବସାୟୀ ଟଙ୍କା ଲଗାଉଥିଲା। ଫୋନ୍‌ ପେ ଓ ଗୁଗୁଲ ପେ ମାଧ୍ୟମରେ ଅର୍ଥ ପେମେଣ୍ଟ କରାଯାଉଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos