ଏଥର ରଥଯାତ୍ରାର ସିଧା ପ୍ରସାରଣ କରିପାରିବେନି ସବୁ ଟିଭି ଚ୍ୟାନେଲ୍‌

ପୁରୀ (ପ୍ରଦୀପ ମହାନ୍ତି ଓ ମଧୁସୂଦନ ମିଶ୍ର): ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ଆଉ ମାସେରୁ କମ୍ ସମୟ ରହିଛି। ସେଥିପାଇଁ କିଏ ଶ୍ରୀକ୍ଷେତ୍ର ଯାଇ ରଥାରୁଢ଼ ଶ୍ରୀଜୀଉଙ୍କୁ ଦେଖିବାକୁ ଏବେଠୁ ପ୍ରସ୍ତୁତି କଲେଣି ତ ଆଉ କିଏ ଟିଭିରେ ସିଧାପ୍ରସାରଣରେ ମହାପ୍ରଭୁଙ୍କ ଚକାନୟନ ଦେଖିବା ପାଇଁ ଆଶା ବାନ୍ଧି ବସିଲାଣି। ହେଲେ ଏଭଳି ସ୍ଥିତିରେ ସାମ୍ନାକୁ ଆସିଛି ଶ୍ରୀମନ୍ଦିର ପ୍ରଶାସନର ଏକ ନୋଟିସ୍। ଯେଉଁଥିରେ ଉଲ୍ଲେଖ ରହିଛି, ଏବର୍ଷ ରଥଯାତ୍ରାରେ କୌଣସି ଗୋଟିଏ ଚ୍ୟାନେଲକୁ ମିଳିବ ସିଧାପ୍ରସାରଣ ଅନୁମତି। […]

puri

puri

Manoranjan Sial
  • Published: Saturday, 08 June 2019
  • Updated: 08 June 2019, 08:57 PM IST

Sports

Latest News

ପୁରୀ (ପ୍ରଦୀପ ମହାନ୍ତି ଓ ମଧୁସୂଦନ ମିଶ୍ର): ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ଆଉ ମାସେରୁ କମ୍ ସମୟ ରହିଛି। ସେଥିପାଇଁ କିଏ ଶ୍ରୀକ୍ଷେତ୍ର ଯାଇ ରଥାରୁଢ଼ ଶ୍ରୀଜୀଉଙ୍କୁ ଦେଖିବାକୁ ଏବେଠୁ ପ୍ରସ୍ତୁତି କଲେଣି ତ ଆଉ କିଏ ଟିଭିରେ ସିଧାପ୍ରସାରଣରେ ମହାପ୍ରଭୁଙ୍କ ଚକାନୟନ ଦେଖିବା ପାଇଁ ଆଶା ବାନ୍ଧି ବସିଲାଣି। ହେଲେ ଏଭଳି ସ୍ଥିତିରେ ସାମ୍ନାକୁ ଆସିଛି ଶ୍ରୀମନ୍ଦିର ପ୍ରଶାସନର ଏକ ନୋଟିସ୍। ଯେଉଁଥିରେ ଉଲ୍ଲେଖ ରହିଛି, ଏବର୍ଷ ରଥଯାତ୍ରାରେ କୌଣସି ଗୋଟିଏ ଚ୍ୟାନେଲକୁ ମିଳିବ ସିଧାପ୍ରସାରଣ ଅନୁମତି। ସେଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବିଡିଂ ମଗାଯାଇଛି।

ଏଣିକି ଯେ କୌଣସି ଚ୍ୟାନେଲ ପୁରୀ ରଥାଯାତ୍ରାର ସିଧା ପ୍ରସାରଣ କରିପାରିବେନି। ବିଡିଂ ଜରିଆରେ ଗୋଟିଏ ଚ୍ୟାନେଲକୁ ମିଳିବ ସିଧା ପ୍ରସାରଣ ଅଧିକାର। ସ୍ନାନଯାତ୍ରାଠୁ ଆରମ୍ଭ କରି, ରଥଯାତ୍ରା, ବାହୁଡ଼ା, ସୁନାବେଶ, ଅଧରପଣା ଓ ନୀଳାଦ୍ରିବିଜେ ପର୍ଯ୍ୟନ୍ତ ସବୁର ସିଧାପ୍ରସାରଣ ଅଧିକାର ପାଇଁ ହେବ ବିଡିଂ। ଏଥିଲାଗି ଆସନ୍ତା ୧୦ ତାରିଖ ସୁଦ୍ଧା ଆବେଦନ କରିବାକୁ କହିଛି ଶ୍ରୀମନ୍ଦିର ପ୍ରଶାସନ। ଯେଉଁ ସଂସ୍ଥା ଅଧିକ ଟଙ୍କା ଦେବ, ତାକୁ ରଥଯାତ୍ରା ସିଧା ପ୍ରସାରଣ କରିବାର ଅଧିକାର ମିଳିବ।

କଣ ରହିଛି ସର୍ତ୍ତାବଳୀ?

- ଅତିକମ୍‌ରେ ୫ ବର୍ଷ ଅଭିଜ୍ଞତା ଥିବା ଟିଭି ଚ୍ୟାନେଲକୁ ବିଡିଂରେ ଭାଗ ନେବାକୁ ସୁଯୋଗ ମିଳିବ।

- ଅଧିକୃତ ଚ୍ୟାନେଲ ପୁରୀ ସହରରେ ସର୍ବସାଧାରଣରେ ଲାଇଭ ଭିଡିଓ ଦେଖାଇପାରିବ ନାହିଁ।

- ତେବେ ସଂପୃକ୍ତ ସଂସ୍ଥା ଜାତୀୟ ଚ୍ୟାନେଲ ଦୂରଦର୍ଶନକୁ ଲାଇଭ ଫିଡ୍‌ ମାଗଣାରେ ଉପଲବ୍‌ଧ କରାଇବ।

- ଏନେଇ କୌଣସି ଦ୍ୱନ୍ଦ୍ୱ ଦେଖାଦେଲେ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ନିଷ୍ପତ୍ତି ସର୍ବମାନ୍ୟ ହେବ।

ପୂର୍ବରୁ ରଥଯାତ୍ରାର ସିଧାପ୍ରସାରଣ ସହ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ଗଣମାଧ୍ୟମକୁ ସ୍ୱାଧୀନତା ମିଳୁଥିବା ବେଳେ ହଠାତ୍ କେଉଁ ଉଦ୍ଦେଶ୍ୟରେ ଏଭଳି ନିଷ୍ପତ୍ତି ନିଆଗଲା ସେନେଇ ପ୍ରଶାସନ ପକ୍ଷରୁ କୌଣସି କାରଣ ଦର୍ଶାଯାଇନାହିଁ। କିନ୍ତୁ ଏହା ପଛରେ କିଛି ଅଭିସନ୍ଧି ଥିବା ସନ୍ଦେହ କରାଯାଉଛି। ପୂର୍ବରୁ ବିଭିନ୍ନ ଚ୍ୟାନେଲ ମୁକ୍ତ ଭାବେ ରଥଯାତ୍ରାର ସିଧା ପ୍ରସାରଣ କରୁଥିବା ବେଳେ ପ୍ରଶାସନର ବିଭିନ୍ନ ପରିଚାଳନାଗତ ତ୍ରୁଟି ସାମ୍ନାକୁ ଆସୁଥିଲା। ତେଣୁ ରାଜସ୍ୱ ଆଦାୟ ଲାଗି ଏଭଳି ନିଷ୍ପତ୍ତି ନିଆଯାଇଛି ନା ଏହା ପଛରେ ଆଉ କିଛି ଉଦ୍ଦେଶ୍ୟ ଅଛି ତାକୁ ନେଇ ଉଠିଛି ପ୍ରଶ୍ନ।

ରଥଯାତ୍ରା ସିଧାପ୍ରସାରଣକୁ ବ୍ୟବସାୟକରଣ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନର ଏଭଳି ତରବରିଆ ନିଷ୍ପତ୍ତିକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଛି। ଶ୍ରୀମନ୍ଦିର ପରିଚାଳନା କମିଟି କିମ୍ବା ଛତିଶା ନିଯୋଗ ସହ ଆଲୋଚନା ନକରି ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଥିବାରୁ ସ୍ଥାନୀୟ ଜନ ପ୍ରତିନିଧି ଓ ପରିଚାଳନା କମିଟି ସଦସ୍ୟଙ୍କ ସମେତ ସେବାୟତ ଓ ବୁଦ୍ଧିଜୀବୀମାନେ ଏହାକୁ ନାପସନ୍ଦ କରିଛନ୍ତି। ଅନ୍ୟପକ୍ଷରେ ସର୍ବୋଚ୍ଚ ବିଡ୍‌ ଥିବା ସଂସ୍ଥା ସିଧା ପ୍ରସାରଣ ଅଧିକାର ପାଇବ ନା ଅନ୍ୟ କାହାକୁ ଦିଆଯିବ, ସେନେଇ ଚୂଡ଼ାନ୍ତ ନିଷ୍ପତ୍ତି ମଧ୍ୟ ଶ୍ରୀମନ୍ଦିର ପ୍ରଶାସନ ନେବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ଥିବାରୁ ବିଡିଂ ପ୍ରକ୍ରିୟାର ସ୍ୱଚ୍ଛତାକୁ ନେଇ ସ୍ୱାଭାବିକ ଭାବେ ପ୍ରଶ୍ନ ଉଠିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story