ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ପ୍ରବାସୀ ଓଡ଼ିଆ ଫେରିବା ନେଇ ଆଇଟି ସଚିବ ମନୋଜ ମିଶ୍ରଙ୍କ ସୂଚନା। ପ୍ରବାସୀ ଓଡ଼ିଆ ଫେରିବା ନେଇ ଅପରେସନ ଶୁଭଯାତ୍ରା ଆରମ୍ଭ ହୋଇଛି। କେରଳରୁ ଟ୍ରେନ୍ ଯୋଗେ ୨୩ ଜିଲ୍ଲାର ୧୧୫୦ ଜଣ ଓଡ଼ିଶା ଆସୁଛନ୍ତି।
କେରଳରୁ ସମ୍ମାନ ଓ ସୁବିଧାର ସହ ପ୍ରବାସୀ ଓଡ଼ିଆ ଆସୁଛନ୍ତି ବୋଲି ସଚିବ ମନୋଜ ମିଶ୍ର କହିଛନ୍ତି।
ଏମାନଙ୍କ ମଧ୍ୟରେ କନ୍ଧମାଳରୁ ୩୮୨, କେନ୍ଦ୍ରାପଡ଼ାରୁ ୨୮୩ ଓ ଗଞ୍ଜାମରୁ ୧୩୦ ଜଣ ଅଛନ୍ତି। ସ୍ୱାସ୍ଥ୍ୟ ପରୀକ୍ଷା ପରେ କରୋନା ଲକ୍ଷଣ ନଥିବା ୧୧୫୦ ଜଣଙ୍କୁ ଅଣାଯାଉଛି। ସମସ୍ତ ୧୧୫୦ ଜଣ ରାଜ୍ୟ ସରକାରଙ୍କ ପୋର୍ଟାଲରେ ପଞ୍ଜୀକରଣ କରିଛନ୍ତି। ବ୍ରହ୍ମପୁର ନିକଟ ଜଗନ୍ନାଥପୁର, ଖୋର୍ଦ୍ଧା ରୋଡ୍ ଷ୍ଟେସନରେ ପ୍ରବାସୀଙ୍କୁ ଓହ୍ଲାଯିବ।
ଦକ୍ଷିଣାଞ୍ଚଳ ଜିଲ୍ଲାର ଲୋକେ ଜଗନ୍ନାଥପୁରରେ ଓହ୍ଲାଇବେ। ଅବଶିଷ୍ଟ ଲୋକମାନେ ଖୋର୍ଦ୍ଧା ରୋଡ଼ରେ ଓହ୍ଲାଇବେ। ଗନ୍ତବ୍ୟ ସ୍ଥଳରେ ଓହ୍ଲାଇବା ପରେ ନିଜ ଜିଲ୍ଲାର ଗାଡ଼ିରେ ସେମାନଙ୍କୁ ନିଆଯିବ। ସେଠାରେ ସେମାନଙ୍କୁ ନିଜ ପଞ୍ଚାୟତରେ କ୍ୱାରେଣ୍ଟାଇନ୍ରେ ରଖାଯିବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Health
ରାତ୍ର ଭୋଜନ ପରେ ମିଠା ଖାଉଛନ୍ତି କି ? ହୋଇଯାଆନ୍ତୁ ସାବଧାନ
ରାତ୍ର ଭୋଜନ ପରେ ମିଠାଖାଇବା ଦ୍ୱାରା ହୃଦଘାତ ହେବାର ସମ୍ଭାବନା ରହିଛି।
Health
ଭଲ ହୋଇଯିବ ଓଠ ଫଟା; ଆପଣାନ୍ତୁ ଏହି ଘରୋଇ ଉପଚାର
ଲିପବାମ୍ ବ୍ୟବହାର କରିବା ପରିବର୍ତ୍ତେ ଘରୋଇ ଉପଚାର ମାଧ୍ୟମରେ ଆମେ ଓଠ ଫାଟିବାରୁ ମୁକ୍ତି ପାଇ ପାରିବା।
Health
କ୍ୟାନ୍ସର ପାଇଁ ଆସିଲା ଟିକା, ନୂଆବର୍ଷରୁ ମାଗଣା ମିଳିବ
ନୂଆବର୍ଷରୁ ଏହା ସମସ୍ତ ନାଗରିକଙ୍କ ପାଇଁ ମାଗଣାରେ ଉପଲବ୍ଧ ହେବ। ତେବେ ଏହି ଟିକାର ନା' କ'ଣ ରହିଛି ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ।
Health
ଭୁବନେଶ୍ୱର AIIMSରେ ୩ ମାସରେ ୩୧ ଏଚ୍ଆଇଭି ପଜିଟିଭ୍ ଚିହ୍ନଟ
ଭାରତରେ ଏଚଆଇଭି ସର୍ଭିଲାନ୍ସ ପାଇଁ ଥିବା ୮ଟି ଆଞ୍ଚଳିକ ପ୍ରତିଷ୍ଠାନ ମଧ୍ୟରୁ ଭୁବନେଶ୍ୱର ଏମ୍ସ ଅନ୍ୟତମ।
Health
ଅଟୋ ପାର୍ଟସ ଦୋକାନ ଭିତରେ ଚାଲିଥିଲା ନକଲି ଚା’ କାରଖାନା; ଚଢାଉ କଲା ପୁଲିସ୍
ନାମିଦାମୀ କମ୍ପାନୀର ଲୋଗୋ ଲଗାଇ ବିକ୍ରି ହେଉଥିଲା ନକଲି ଚା'।