ଓଡ଼ିଶା ପୋଲିସ୍ ହାଉସିଂ ଆଣ୍ଡ ୱେଲଫେୟାର କର୍ପୋରେସନ୍ ଦୁର୍ନୀତି: ୩ ଜଣଙ୍କ ନାଁରେ ମାମଲା ରୁଜୁ

ଭୁବନେଶ୍ୱର: ଓଡ଼ିଶା ପୋଲିସ୍ ହାଉସିଂ ଆଣ୍ଡ ୱେଲଫେୟାର କର୍ପୋରେସନର ୧୦ କୋଟି ୨୭ ଲକ୍ଷ ଟଙ୍କା ଦୁର୍ନୀତି ମାମଲାରେ ଭିଜିଲାନ୍ସ ପକ୍ଷରୁ ସଂସ୍ଥାର ୩ ଜଣ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। କର୍ପୋରେସନର ଭବାନୀପାଟଣା ଡିଭିଜନର ୩ ଜଣ ଅଧିକାରୀଙ୍କ ନାଁରେ ମୋଟ୍ ୭ଟି ମାମଲା ରୁଜୁ ହୋଇଥିବା ଭିଜିଲାନ୍ସ ନିର୍ଦ୍ଦେଶକ କେ.ବି.ସିଂହ ସୂଚନା ଦେଇଛନ୍ତି। ଏହି ୩ ଜଣ ହେଲେ ଭବାନୀପାଟଣା ଡିଭିଜନର ଯୁଗ୍ମ ପ୍ରବନ୍ଧକ ଅଚ୍ୟୁତାନନ୍ଦ ରାଉତରାୟ, ଜଏଣ୍ଟ ଆସିଷ୍ଟାଣ୍ଡ୍ ବିଷ୍ଣୁ ଚରଣ […]

bksingh

Rakesh Mallick
  • Published: Wednesday, 01 July 2015
  • , Updated: 01 July 2015, 01:53 PM IST

ଭୁବନେଶ୍ୱର: ଓଡ଼ିଶା ପୋଲିସ୍ ହାଉସିଂ ଆଣ୍ଡ ୱେଲଫେୟାର କର୍ପୋରେସନର ୧୦ କୋଟି ୨୭ ଲକ୍ଷ ଟଙ୍କା ଦୁର୍ନୀତି ମାମଲାରେ ଭିଜିଲାନ୍ସ ପକ୍ଷରୁ ସଂସ୍ଥାର ୩ ଜଣ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। କର୍ପୋରେସନର ଭବାନୀପାଟଣା ଡିଭିଜନର ୩ ଜଣ ଅଧିକାରୀଙ୍କ ନାଁରେ ମୋଟ୍ ୭ଟି ମାମଲା ରୁଜୁ ହୋଇଥିବା ଭିଜିଲାନ୍ସ ନିର୍ଦ୍ଦେଶକ କେ.ବି.ସିଂହ ସୂଚନା ଦେଇଛନ୍ତି। ଏହି ୩ ଜଣ ହେଲେ ଭବାନୀପାଟଣା ଡିଭିଜନର ଯୁଗ୍ମ ପ୍ରବନ୍ଧକ ଅଚ୍ୟୁତାନନ୍ଦ ରାଉତରାୟ, ଜଏଣ୍ଟ ଆସିଷ୍ଟାଣ୍ଡ୍ ବିଷ୍ଣୁ ଚରଣ ବେହେରା ଓ କିରାଣୀ ମହାବୀର ଦାସ।

ଭବାନୀପାଟଣା ଡିଭିଜନ ଅଧୀନରେ ଆସୁଥିବା କଳାହାଣ୍ଡି, ସୁବର୍ଣ୍ଣପୁର, ନୂଆପଡ଼ା ଓ ବଲାଙ୍ଗିର ଜିଲ୍ଲାରେ ଥାନା, ଅଗ୍ନିଶମ କେନ୍ଦ୍ର ଓ ବାରାକ୍ ନିର୍ମାଣ ଭଳି ୩୮ଟି ପ୍ରକଳ୍ପରେ ଏହି ଦୁର୍ନୀତି ହୋଇଥିଲା।

ସେହିପରି ପୂର୍ବତନ ଡିଜିପି ପ୍ରକାଶ ମିଶ୍ରଙ୍କ ବିରୋଧରେ ଭିଜିଲାନ୍ସ ମାମଲାକୁ ନେଇ ହାଇକୋର୍ଟ ଦେଇଥିବା ରାୟର ତର୍ଜମା କରାଯାଉଥିବା ନିର୍ଦ୍ଦେଶକ କେ.ବି ସିଂହ କହିଛନ୍ତି।

Related story