ପୁଞ୍ଜି ନିବେଶର ତାଲିକା ଲମ୍ବା, କାର୍ଯ୍ୟକ୍ଷମ ହୋଇପାରୁନି ପ୍ରକଳ୍ପ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ପୁଞ୍ଜିନିବେଶ ପାଇଁ ପ୍ରତିଶ୍ରୁତି ମିଳୁଛି, ନିବେଶକମାନେ ନିଜର ଶିଳ୍ପ ପ୍ରତିଷ୍ଠା ପାଇଁ ଆଗ୍ରହ ଦେଖାଉଛନ୍ତି ମାତ୍ର ବିଭିନ୍ନ କାରଣରୁ ନିର୍ଦ୍ଧାରିତ ଅବଧି ମଧ୍ୟରେ ସେସବୁ ପ୍ରକଳ୍ପ କାର୍ଯ୍ୟକ୍ଷମ ବା ଉତ୍ପାଦନକ୍ଷମ ହୋଇପାରୁନି। ରାଜ୍ୟ ଶିଳ୍ପ ମନ୍ତ୍ରୀ ଆଜି ବିଧାନସଭାରେ ଦେଇଥିବା ଲିଖିତ ଉତ୍ତରରୁ ଏହା ଜଣାପଡ଼ୁଛି। ୨୦୦୯ ମସିହା ପରଠୁ ରାଜ୍ୟ ସରକାର ଯେତେ ଶିଳ୍ପ ସଂସ୍ଥା ସହ ଏମଓୟୁ ସ୍ୱାକ୍ଷର କରିଛନ୍ତି ସେଥିରୁ ମାତ୍ର ଗୋଟିଏ ସଂସ୍ଥା ଏବେ କାର୍ଯ୍ୟକ୍ଷମ ହୋଇପାରିଛି […]

40-mines-to-be-auctioned-in-odisha-says-minister

Manoranjan Sial
  • Published: Friday, 22 November 2019
  • Updated: 22 November 2019, 09:25 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ପୁଞ୍ଜିନିବେଶ ପାଇଁ ପ୍ରତିଶ୍ରୁତି ମିଳୁଛି, ନିବେଶକମାନେ ନିଜର ଶିଳ୍ପ ପ୍ରତିଷ୍ଠା ପାଇଁ ଆଗ୍ରହ ଦେଖାଉଛନ୍ତି ମାତ୍ର ବିଭିନ୍ନ କାରଣରୁ ନିର୍ଦ୍ଧାରିତ ଅବଧି ମଧ୍ୟରେ ସେସବୁ ପ୍ରକଳ୍ପ କାର୍ଯ୍ୟକ୍ଷମ ବା ଉତ୍ପାଦନକ୍ଷମ ହୋଇପାରୁନି। ରାଜ୍ୟ ଶିଳ୍ପ ମନ୍ତ୍ରୀ ଆଜି ବିଧାନସଭାରେ ଦେଇଥିବା ଲିଖିତ ଉତ୍ତରରୁ ଏହା ଜଣାପଡ଼ୁଛି। ୨୦୦୯ ମସିହା ପରଠୁ ରାଜ୍ୟ ସରକାର ଯେତେ ଶିଳ୍ପ ସଂସ୍ଥା ସହ ଏମଓୟୁ ସ୍ୱାକ୍ଷର କରିଛନ୍ତି ସେଥିରୁ ମାତ୍ର ଗୋଟିଏ ସଂସ୍ଥା ଏବେ କାର୍ଯ୍ୟକ୍ଷମ ହୋଇପାରିଛି । ଏପରିକି ଏସବୁ ନିବେଶକାରୀଙ୍କ ମଧ୍ୟରୁ ଜଣେ ପରେ ଜଣେ ଏବେ ଓହରିବାରେ ଲାଗିଛନ୍ତି।

ବିଧାନସଭାରେ ଶିଳ୍ପମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଆଜି ଭିନ୍ନ ଭିନ୍ନ ପ୍ରଶ୍ନର ଲିଖିତ ଉତ୍ତର ଦେଇ କହିଛନ୍ତି ଯେ, ରାଜ୍ୟରେ ଖଣିଜ ଭିତ୍ତିକ ଶିଳ୍ପ ସ୍ଥାପନ ପାଇଁ ୨୦୦୯ ମସିହା ପରଠୁ ୧୮ଟି ଶିଳ୍ପ ସଂସ୍ଥା ସହ ରାଜ୍ୟ ସରକାର ଏମଓୟୁ ସ୍ୱାକ୍ଷର କରିଛନ୍ତି। ଏହି ୧୮ଟି ଶିଳ୍ପ ସଂସ୍ଥାରୁ ୪ଟି ସଂସ୍ଥା ନିଜର ପ୍ରସ୍ତାବିତ ପ୍ରକଳ୍ପ ନିର୍ମାଣରୁ (ପ୍ରାୟ ୨୨ହଜାର କୋଟି ଟଙ୍କାର ନିବେଶ)ରୁ ଓହରି ଯାଇଥିବାବେଳେ ଅନ୍ୟ ୧୩ଟି ପ୍ରକଳ୍ପର କାଯ୍ୟଁ ଏବେ ବିଭିନ୍ନ ପର୍ଯ୍ୟାୟରେ ରହିଛି। ମାତ୍ର ଗୋଟିଏ ପ୍ରକଳ୍ପ ଇଣ୍ଡ୍ ଭାରତ ଏନର୍ଜି(ଉକ୍ରଳ) ଲିଃ ଏବେ ଝାରସୁଗୁଡ଼ା ଜିଲ୍ଲାରେ ବିଦ୍ୟୁତ ଉତ୍ପାଦନ କରିବାରେ ସକ୍ଷମ ହୋଇଛି ।

ସେହିପରି ରାଜ୍ୟ ସରକାରଙ୍କ ମେକ ଇନ୍ ଓଡ଼ିଶା କନକ୍ଲେଭ ମାଧ୍ୟମରେ ୨୦୧୬ ମସିହାରେ ୮୪ଟି ଶିଳ୍ପ ସଂସ୍ଥା ୨.୦୩ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ଓ ୨୦୧୮ରେ ୨୦୨ଟି ଶିଳ୍ପ ସଂସ୍ଥା ୪.୨୩ଲକ୍ଷ କୋଟି ଟଙ୍କାର ନିବେଶ ପାଇଁ ଆଗ୍ରହ ଦେଖାଇଥିଲେ। ଏହି ମୋଟ ୨୮୬ଟି ପୁଞ୍ଜିନିବେଶ ପ୍ରସ୍ତାବ ମଧ୍ୟରୁ ଚଳିତବର୍ଷ ଅକ୍ଟୋବର ମାସ ସୁଦ୍ଧା ୨.୫୩ଲକ୍ଷ କୋଟି ଟଙ୍କାର ୧୧୯ଟି ପ୍ରସ୍ତାବକୁ ସିଙ୍ଗଲୱିଣ୍ଡୋ କ୍ଲିଅରାନ୍ସ ମିଳିଛି।

ସେହିପରି ୨୦୧୮ରେ ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ୨୦୨ଟି ପୁଞ୍ଜିନିବେଶ ପ୍ରସ୍ତାବ ମାଧ୍ୟମରେ ରାଜ୍ୟ ସରକାର ୫.୯୧ଲକ୍ଷ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟିର ଆକଳନ କରିଥିଲେ। ତେବେ ଏଥିରୁ ଅଦ୍ୟାବଧି ଅନୁମୋଦନ କରାଯାଇଥିବା ୭୫ଟି ପୁଞ୍ଜିନିବେଶ ପ୍ରସ୍ତାବ ମାଧ୍ୟମରେ ୬୪,୫୬୦ଟି ନୂଆ ନିଯୁକ୍ତି ସୃଷ୍ଟି ହେବାର ଆକଳନ କରାଯାଇଛି। ବିଧାୟକ ବଦ୍ରିନାରାୟଣ ପାତ୍ର, ସୌମ୍ୟରଞ୍ଜନ ପଟ୍ଟନାୟକ ଓ ତାରାପ୍ରସାଦ ବାହିନୀପତିଙ୍କ ପ୍ରଶ୍ନର ଲିଖିତ ଉତ୍ତରରେ ମନ୍ତ୍ରୀ ଶ୍ରୀ ମିଶ୍ର ଏହି ସୂଚନା ଦେଇଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story