‘ଆହାର’ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ଫଣ୍ଡରୁ ଯାଉଛି କୋଟି କୋଟି ଟଙ୍କା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟର ଗରିବ ଲୋକଙ୍କ ଚିକିତ୍ସା ପାଇଁ ଟଙ୍କା ନାହିଁ। ହେଲେ ସହରାଞ୍ଚଳରେ ଚାଲିଥିବା ୫ ଟଙ୍କିଆ ‘ଆହାର’ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ଫଣ୍ଡରୁ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା। ଆହୁରି ଆଶ୍ଚର୍ଯ୍ୟର କଥା ହେଲା, ‘ଆହାର’ ଯୋଜନାରେ ଖର୍ଚ୍ଚ ଟଙ୍କାକୁ ନେଇ ସରକାରଙ୍କ ଦୁଇ ବିଭାଗ ମଧ୍ୟରେ ତାଳମେଳ ରହୁନାହିଁ। ନଗର ଉନ୍ନୟନ ବିଭାଗ ଓ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଦିଆଯାଇଥିବା ତଥ୍ୟରେ ଫରକ ଆସିଛି। ଯାହାକୁ ନେଇ ବିରୋଧୀ […]

aararrrr

Manoranjan Sial
  • Published: Wednesday, 17 July 2019
  • , Updated: 17 July 2019, 09:56 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟର ଗରିବ ଲୋକଙ୍କ ଚିକିତ୍ସା ପାଇଁ ଟଙ୍କା ନାହିଁ। ହେଲେ ସହରାଞ୍ଚଳରେ ଚାଲିଥିବା ୫ ଟଙ୍କିଆ ‘ଆହାର’ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ଫଣ୍ଡରୁ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା। ଆହୁରି ଆଶ୍ଚର୍ଯ୍ୟର କଥା ହେଲା, ‘ଆହାର’ ଯୋଜନାରେ ଖର୍ଚ୍ଚ ଟଙ୍କାକୁ ନେଇ ସରକାରଙ୍କ ଦୁଇ ବିଭାଗ ମଧ୍ୟରେ ତାଳମେଳ ରହୁନାହିଁ। ନଗର ଉନ୍ନୟନ ବିଭାଗ ଓ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଦିଆଯାଇଥିବା ତଥ୍ୟରେ ଫରକ ଆସିଛି। ଯାହାକୁ ନେଇ ବିରୋଧୀ ଆପତ୍ତି ଉଠାଇବା ସହ ଏହାର ଅଡିଟ ଦାବି କରିଛନ୍ତି।

୨୦୧୫ ମସିହା ଏପ୍ରିଲ୍‌ ୧ ତାରିଖରେ ୫ ଟଙ୍କିଆ ‘ଆହାର’ ଯୋଜନା ଆରମ୍ଭ ହୋଇଥିଲା। ଏଥିପାଇଁ କର୍ପୋରେଟ୍‌ ସଂସ୍ଥାମାନଙ୍କ ସିଏସ୍ଆର ଫଣ୍ଡରୁ ଅର୍ଥ ଆଣିବା ପାଇଁ ସରକାର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ସେଥିପାଇଁ ଅନୁଦାନ ଯାଉଛି। ‘ଆହାର’ ଯୋଜନା କାର୍ଯ୍ୟକାରୀ ହେବା ପରଠୁ ଆଜି ପର୍ଯ୍ୟନ୍ତ ମୋଟ୍‌ ୧୬୭ କୋଟି ୯୯ ଲକ୍ଷ ୪୪ ହଜାର ୬୭୫ ଟଙ୍କା ଖର୍ଚ୍ଚ ହୋଇଛି। ତେବେ ଗତ ୪ ବର୍ଷରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିରୁ ଯାଇଛି ୧୨୮ କୋଟି ୭୬ ଲକ୍ଷ ୧୪ ହଜାର ଟଙ୍କା। ବିଭିନ୍ନ କର୍ପୋରେଟ୍ ସଂସ୍ଥାମାନଙ୍କଠାରୁ ଏହି ବାବଦରେ ଆସିଛି ମାତ୍ର ୧୩ କୋଟି ୫୨ ଲକ୍ଷ ଟଙ୍କା।

‘ଆହାର’ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ଫଣ୍ଡରୁ କେତେ ଟଙ୍କା ଯାଇଛି, ଏ ସମ୍ପର୍କରେ ଜାଣିବା ପାଇଁ ଜଣେ ସୂଚନା ଅଧିକାରୀ (ଆର୍‌ଟିଆଇ) କର୍ମୀ ସରକାରଙ୍କ ସୂଚନା ମାଗିଥିଲେ। ସାଧାରଣ ପ୍ରଶାସନ ଓ ନଗର ଉନ୍ନୟନ ବିଭାଗ ପୃଥକ୍‌ ପୃଥକ୍‌ ଯେଉଁ ରିପୋର୍ଟ ଦେଇଥିଲେ, ସେଥିରେ ତାଳମେଳ ରହୁନାହିଁ। ସାଧାରଣ ପ୍ରଶାସନ ବିଭାଗର ତଥ୍ୟ ଅନୁସାରେ ଗତ ୫ ବର୍ଷରେ ପ୍ରାୟ ୬୮ କୋଟି ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ଫଣ୍ଡରୁ ‘ଆହାର’ ଯୋଜନାକୁ ଯାଇଛି। ହେଲେ ନଗର ଉନ୍ନୟନ ବିଭାଗ ଏଥିପାଇଁ ୨ ମାସରେ ୨ ପ୍ରକାର ତଥ୍ୟ ଦେଇଛି। ପ୍ରଥମଟିରେ ୧୭୭ କୋଟି ୪୬ଲକ୍ଷ ଚଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡରୁ ଯାଇଥିବା ଦର୍ଶାଇଥିବା ବେଳେ ଏହାର ଠିକ୍ ୨ ମାସ ପରେ ଏହାର ପରିମାଣ ୧୫୬ କୋଟି ବୋଲି ଦର୍ଶାଯାଇଛି। ତେଣୁ ଅନୁଦାନ ହିସାବରେ ପାଖାପାଖି ୨୧ କୋଟିର ଫରକ୍‌ ରହିଛି। ଯାହାକୁ ନେଇ ସରକାରଙ୍କୁ କାଠଗଡ଼ାକୁ ଟାଣିଛନ୍ତି ବିରୋଧୀ।

ହେଲେ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା କିନ୍ତୁ ଏ ପ୍ରସଙ୍ଗରେ କୌଣସି ପ୍ରତିକ୍ରିୟା ଦେବାକୁ ସଫା ସଫା ମନା କରି ଦେଇଛନ୍ତି।

Related story