ମଦକୁ ନେଇ ମହାଭାରତ; ସରକାରଙ୍କ ଉପରେ ବର୍ଷିଲେ ବିରୋଧୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅଧିକ ମଦ ଦୋକାନ ଖୋଲିବା ପାଇଁ ରାଜ୍ୟ ସରକାର ନେଇଥିବା ନିଷ୍ପତ୍ତିକୁ ତୀବ୍ର ବିରୋଧ କରାଯାଇଛି। ମଦ ଦୋକାନ ଖୋଲିବା ସହ ବିଭିନ୍ନ ମେଳା ମହୋତ୍ସବରେ ମଦ ବିକ୍ରି ପାଇଁ ଅସ୍ଥାୟୀ ଲାଇସେନ୍ସ ଦେବାକୁ ଅବକାରୀ ବିଭାଗ, ଜିଲ୍ଲାପାଳମାନଙ୍କୁ ଚିଠି ଲେଖିବାପରେ ଏହାକୁ ଜୋରାଦାର ବିରୋଧ କରିଛନ୍ତି ବିଜେପି ଓ କଂଗ୍ରେସ। ଏହାଦ୍ୱାରା ରାଜ୍ୟରେ ମଦ ବନ୍ୟା ହେବ ବୋଲି ଅଭିଯୋଗ ଆଣି ତୁରନ୍ତ ଏହି ଯୋଜନା ବନ୍ଦ କରିବାକୁ ଦାବି କରିଛନ୍ତି। ଯାହାକୁ […]

opposition

opposition

Manoranjan Sial
  • Published: Wednesday, 13 November 2019
  • Updated: 13 November 2019, 09:29 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅଧିକ ମଦ ଦୋକାନ ଖୋଲିବା ପାଇଁ ରାଜ୍ୟ ସରକାର ନେଇଥିବା ନିଷ୍ପତ୍ତିକୁ ତୀବ୍ର ବିରୋଧ କରାଯାଇଛି। ମଦ ଦୋକାନ ଖୋଲିବା ସହ ବିଭିନ୍ନ ମେଳା ମହୋତ୍ସବରେ ମଦ ବିକ୍ରି ପାଇଁ ଅସ୍ଥାୟୀ ଲାଇସେନ୍ସ ଦେବାକୁ ଅବକାରୀ ବିଭାଗ, ଜିଲ୍ଲାପାଳମାନଙ୍କୁ ଚିଠି ଲେଖିବାପରେ ଏହାକୁ ଜୋରାଦାର ବିରୋଧ କରିଛନ୍ତି ବିଜେପି ଓ କଂଗ୍ରେସ। ଏହାଦ୍ୱାରା ରାଜ୍ୟରେ ମଦ ବନ୍ୟା ହେବ ବୋଲି ଅଭିଯୋଗ ଆଣି ତୁରନ୍ତ ଏହି ଯୋଜନା ବନ୍ଦ କରିବାକୁ ଦାବି କରିଛନ୍ତି। ଯାହାକୁ ନେଇ ବିଧାନସଭା ଆଜି ହୁଲ୍‌ସ୍ତୁଲ୍‌ ହୋଇଛି।

ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି-“ରାଜ୍ୟ ସରକାର ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି। ଆଉ କିଛି ଦିନ ପରେ ଓଭର ଡ୍ରାପ୍ଟ ସ୍ଥିତିକୁ ଆସିଯିବ। ସେଥିପାଇଁ ମୁକୁଳିବା ପାଇଁ ରାଜ୍ୟ ସରକାର ନୂଆ ମଦ ଭାଟି ଖୋଲି ରାଜସ୍ୱ ବଢ଼ାଇବାକୁ ଚାହୁଁଛନ୍ତି।”

କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି କହିଛନ୍ତି-“ଗୋଟିଏ ମଦ ଦୋକାନ ଖୋଲିଲେ ଭିତିରିଆ ଭାବେ ସରକାରଙ୍କୁ ୧୦ରୁ ୨୦ ଲକ୍ଷ ଟଙ୍କା ମିଳିବ। ଏ ସରକାର ଚାହୁଁଛି ମଦ ପିଇ ଗରିବ, ଖଟିଖିଆ, ଆଦିବାସୀ ଓ ଦଳିତମାନେ ମରିଯାଆନ୍ତୁ।”

ବିଜେଡି ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ କହିଛନ୍ତି-“ଅଧିକ ମଦ ଦୋକାନ ଖୋଲିବା ଦ୍ୱାରା ଲାଭ ଓ କ୍ଷତି କେତେ ହେଉଛି, ତାହା ଉପରେ ତର୍ଜମା କରାଯିବା ଆବଶ୍ୟକ।”

ମଦ ଦୋକାନ ଖୋଲିବାକୁ ନେଇ ଆଜି ବିଧାସଭା ହୁଲ୍‌ସ୍ତୁଲ ହେଉଥିବା ବେଳେ ଅଧିକ ମଦ ଦୋକାନ ଖୋଲିବାକୁ ରାଜ୍ୟ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏଥିପାଇଁ ଅବକାରୀ ବିଭାଗ ସବୁ ଜିଲ୍ଲାପାଳଙ୍କୁ ଲେଖିଥିବା ଚିଠି ଲେଖିଛନ୍ତି। ଯେଉଁଥିରେ ଉଲ୍ଲେଖ ରହିଛି, ୨୦୧୯-୨୦ ଅବକାରୀ ନୀତି ଅନୁଯାୟୀ, ବିଭିନ୍ନ ମେଳା ମହୋତ୍ସବ ଓ ଘରୋଇ ଉତ୍ସବ ସମୟରେ ମଦ ବିକ୍ରି ପାଇଁ ଅସ୍ଥାୟୀ ଲାଇସେନ୍ସ ଦେବାକୁ କୁହଯାଇଛି। ହେଲେ ଏନେଇ ଅବକାରୀ ମନ୍ତ୍ରୀ ନିରଂଜନ ପୂଜାହାରୀ କିନ୍ତୁ କଥା ଗୋଳାଇଛନ୍ତି। ସେପଟେ ସରକାରଙ୍କ ଏଭଳି ନିଷ୍ପତ୍ତିକୁ ମଦ ବିରୋଧୀ ସଙ୍ଗଠନଗୁଡ଼ିକ ବିରୋଧ କରିଛନ୍ତି।

ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ ଆବାହକ ପଦ୍ମଚରଣ ନାୟକ କହିଛନ୍ତି-“ରାଜ୍ୟ ସରକାର ଓଡ଼ିଆ ଜାତିକୁ ବଞ୍ଚାଇ ରଖିବା ପାଇଁ ଚିନ୍ତା କରୁନାହାନ୍ତି। ଯଦି ଏମିତି ଚାଲିବ, ତାହାହେଲେ ୨୦୩୬ ବେଳକୁ ଓଡ଼ିଶା ଗୋଟିଏ ମଦ୍ୟପ ଓ ବିଧବାଙ୍କ ରାଜ୍ୟ ହୋଇଯିବ।”

ରାଜ୍ୟ ସରକାରଙ୍କ ପ୍ରସ୍ତାବକୁ ଯାଜପୁର ଜିଲ୍ଲା ମାନିଛି। ନୂଆ ଠିପି ବନ୍ଦ ମଦ ଦୋକାନ ଖୋଲିବା ପାଇଁ ସ୍ଥାନ ଚିହ୍ନଟ କରିବାକୁ ଯାଜପୁର ଜିଲ୍ଲା ଅବକାରୀ ଅଧୀକ୍ଷକ ଜିଲ୍ଲାର ଅଧିକାରୀମାନଙ୍କୁ ଲେଖିଛନ୍ତି ଚିଠି ଲେଖିଛନ୍ତି।

ଅଧିକ ମଦ ବିକ୍ରି କରି ରାଜ୍ୟ ସରକାର ରାଜସ୍ୱ ବଢ଼ାଇବା ଚକ୍କରରେ ଥିବା କୁହାଯାଉଛି। ରାଜ୍ୟ ସରକାର ଗତବର୍ଷ ଏହି ବାବଦରେ ୩ ହଜାର ୯୨୫ କୋଟି ଟଙ୍କାର ରାଜସ୍ୱ ଆଦାୟ କରିଥିବା ବେଳେ ଚଳିତ ବର୍ଷ ୪ ହଜାର ୬ ଶହ କୋଟିର ରାଜସ୍ୱ ଆଦାୟ କରିବାକୁ ଲକ୍ଷ୍ୟ ରଖିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story