ବାଚସ୍ପତିଙ୍କୁ ଘେରିଲେ ବିରୋଧୀ, ଗୃହ ମୁଲତବି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଆରମ୍ଭରୁ ବିଧାନସଭାରେ ଦେଖାଦେଇଛି ହଙ୍ଗାମା । କଂଗ୍ରେସର ଖଣି ସଂପର୍କିତ ମୁଲତବି ପ୍ରସ୍ତାବକୁ ବାଚସ୍ପତି ଗ୍ରହଣ କରିନଥିବାରୁ ଆଜି ଆରମ୍ଭରୁ ବିଧାନସଭାକୁ ଅଚଳ କରି ଦେଇଛନ୍ତି ବିରୋଧୀ। ଏପରିକି ବାଚସ୍ପତିଙ୍କୁ ତାଙ୍କ ଚ୍ୟାମ୍ବରରେ ଘେରାଇ କରିଛନ୍ତି ବିଜେପି ଓ କଂଗ୍ରେସ ବିଧାୟକ । ବାଚସ୍ପତିଙ୍କୁ ଘେରାଉ କରାଯିବାରୁ ସାଢ଼େ ୧୧ଟା ପରେ ଗୃହକୁ ସେ ନିଜ ଚାମ୍ବରରୁ ଆସିପାରିନଥିଲେ ।  ଏହା ପରେ ଉପବାଚସ୍ପତି ରଜନୀକାନ୍ତ ସିଂହ ଗୃହକୁ ଅପରାହ୍ନ ୪ଟା ଯାଏ […]

Odisha assembly

Odisha assembly

Niharika Rout
  • Published: Wednesday, 08 September 2021
  • Updated: 08 September 2021, 02:21 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଆରମ୍ଭରୁ ବିଧାନସଭାରେ ଦେଖାଦେଇଛି ହଙ୍ଗାମା । କଂଗ୍ରେସର ଖଣି ସଂପର୍କିତ ମୁଲତବି ପ୍ରସ୍ତାବକୁ ବାଚସ୍ପତି ଗ୍ରହଣ କରିନଥିବାରୁ ଆଜି ଆରମ୍ଭରୁ ବିଧାନସଭାକୁ ଅଚଳ କରି ଦେଇଛନ୍ତି ବିରୋଧୀ। ଏପରିକି ବାଚସ୍ପତିଙ୍କୁ ତାଙ୍କ ଚ୍ୟାମ୍ବରରେ ଘେରାଇ କରିଛନ୍ତି ବିଜେପି ଓ କଂଗ୍ରେସ ବିଧାୟକ ।

ବାଚସ୍ପତିଙ୍କୁ ଘେରାଉ କରାଯିବାରୁ ସାଢ଼େ ୧୧ଟା ପରେ ଗୃହକୁ ସେ ନିଜ ଚାମ୍ବରରୁ ଆସିପାରିନଥିଲେ ।  ଏହା ପରେ ଉପବାଚସ୍ପତି ରଜନୀକାନ୍ତ ସିଂହ ଗୃହକୁ ଅପରାହ୍ନ ୪ଟା ଯାଏ ମୁଲତବି କରିଛନ୍ତି। ଫଳରେ ଆଜି କୌଣସି ଗୃହକାର୍ଯ୍ୟ ହୋଇପାରିନାହିଁ ।

ସୂଚନାଯୋଗ୍ୟ, କଂଗ୍ରେସର ଖଣି ସଂପର୍କିତ ମୁଲତବି ପ୍ରସ୍ତାବକୁ ବାଚସ୍ପତି ଗ୍ରହଣ କରିନଥିବାରୁ ଆଜି ଆରମ୍ଭରୁ ଗୃହରେ ହଙ୍ଗାମା ହୋଇଥିଲା । ଖଣି ଦୁର୍ନୀତି ପ୍ରସଙ୍ଗରେ କଂଗ୍ରେସର ମୁଲତବି ନୋଟିସକୁ ବାଚସ୍ପତି ଗ୍ରହଣ ନ କରିବାରୁ ଦଳର ବିଧାୟକ ହଙ୍ଗାମା କରିଥିଲେ । ବିଜେପି ସଦସ୍ୟ ବି ପାଟିତୁଣ୍ଡ କରିଥିଲେ । ଏହାପରେ  ବାଚସ୍ପତିଙ୍କୁ ଘେରାଉ କରାଯିବାରୁ ସାଢ଼େ ୧୧ଟା ପରେ ଗୃହକୁ ସେ ନିଜ ଚାମ୍ବରରୁ ଆସି ପାରି ନଥିଲେ । ଏହା ପରେ ଉପବାଚସ୍ପତି ରଜନୀକାନ୍ତ ସିଂହ ଗୃହକୁ ଅପରାହ୍ନ ୪ଟା ଯାଏ ମୁଲତବି କରିଛନ୍ତି ।

କିନ୍ତୁ ଏହାକୁ କଡ଼ା ଭାଷାରେ ନିନ୍ଦା କରିଛନ୍ତି ବିଜେଡି ବିଧାୟକ ପ୍ରତାପ ଦେ । ଏନେଇ ସେ କହିଛନ୍ତି, “ଆଜି ବିଧାନସଭା ଗୃହରେ ଯାହା ଘଟିଲା, ତାହାକୁ କଡ଼ା ଭାଷାରେ ନିନ୍ଦା କରୁଛି। ପ୍ରଥମେ ବିରୋଧୀ ଗୋଟିଏ ନିୟମାବଳୀ କରି ଖେଳ ଖେଳିଲେ, ଯେତେବେଳେ ଦେଖିଲେ କିଛି ହେଉ ନାହିଁ ତୁରନ୍ତ ନିୟମ ବଦଳାଇ ଗୋଲ ପୋଷ୍ଟ ବଦଳାଉଛନ୍ତି।”

ସେ ଆହୁରି କହିଛନ୍ତି, ରାଜ୍ୟରେ ଏବେ ଚାଷୀ ଓ ଚାଷ ସମସ୍ୟାକୁ ନେଇ ପ୍ରବଳ ଉଦ୍‌ବେଗ ପ୍ରକାଶ ପାଇଛି। ହେଲେ ବିରୋଧୀ ଚାଷୀଙ୍କୁ ଭୁଲିଗଲେ। ଚାଷୀ ନାଁ ନେଇ ସେମାନେ ରାଜନୀତି କରୁଛନ୍ତି, କିନ୍ତୁ ଏହାର ଗଭୀରତାକୁ ଯାଉ ନାହାନ୍ତି। କାଳେ ନିଜେ ଧରା ପଡ଼ିଯିବେ ସେଥିଲାଗି ପ୍ରସଙ୍ଗ ବଦଳାଉଛନ୍ତି। ବାଚସ୍ପତିଙ୍କୁ ଘେରାଉ କରିବା ରାଜନୈତିକ ନାଟକ । ରାଜ୍ୟ ସରକାର ପଳାୟନ ପନ୍ଥୀ ନୁହନ୍ତି। ସବୁ ପ୍ରସଙ୍ଗରେ ଆଲୋଚନା କରିବାକୁ ପ୍ରସ୍ତୁତ ।

ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝି କହିଛନ୍ତି,  କଂଗ୍ରେସ ତରଫରୁ ଖଣିକୁ ନେଇ ମୁଲତବି ପ୍ରସ୍ତାବ ଆସିଥିବା ବେଳେ ବାଚସ୍ପତି ତାହାକୁ କାଟି ଦେଇଥିଲେ। ଗତ ଥର ବି ତାହାହିଁ କରିଥିଲେ। ତେଣୁ ରାଜ୍ୟ ସରକାର ଖଣି ଦୁର୍ନୀତିରେ ଲିପ୍ତ ଥିବା ଏହାଦ୍ୱାରା ସ୍ପଷ୍ଟ ପ୍ରମାଣିତ ହେଉଛି। ତେଣୁ ବିଜେପିର ୨୦ ବିଧାୟକ ଓ କଂଗ୍ରେସର ସମସ୍ତ ବିଧାୟକ ବାଚସ୍ପତିଙ୍କୁ ତାଙ୍କ ଚାମ୍ବରରେ ଘେରାଉ କରାଯାଇଛି। ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା କରିବାକୁ ସମ୍ମତି ପ୍ରକାଶ ନ କରିବା ପର୍ଯ୍ୟନ୍ତ ତାଙ୍କୁ ଛଡ଼ା ଯିବ ନାହିଁ।

କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା କହିଛନ୍ତି, ରାଜ୍ୟ ସରକାର ଖଣି ଦୁର୍ନୀତିରେ ଲିପ୍ତ ଥିବା ବେଳେ ଆଲୋଚନା କରିବାକୁ ଡରୁଛନ୍ତି। ସେଥିପାଇଁ ବିଧାନସଭା ଅଚଳ କରି ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story