ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଲାଗି ରହିଥିବା ବନ୍ୟା ବିତ୍ପାତ ପାଇଁ ଆସନ୍ତା ୨୧ ତାରିଖରେ ହେବାକୁ ଥିବା ASO ଲିଖିତ ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି। ତେବେ ଏହି ପରୀକ୍ଷା ନିମନ୍ତେ ନୂଆ ତାରିଖ ଘୋଷଣା କରାଯାଇ ନାହିଁ। ପରୀକ୍ଷା ଘୁଞ୍ଚିବା ନେଇ OPSC ପକ୍ଷରୁ ସୂଚନା ଦିଆଯାଇଛି ।
ଅଗଷ୍ଟ ୨୧ ତାରିଖ ରବିବାର ଆସିଷ୍ଟାଣ୍ଟ ସେକ୍ସନ୍ ଅଫିସର (ASO) ପରୀକ୍ଷା ନିମନ୍ତେ ଦିନ ଧାର୍ଯ୍ୟ କରାଯାଇଥିଲା । ମାତ୍ର ଓପିଏସସି ବିଜ୍ଞପ୍ତିରେ ଅନୁସାରେ, ରାଜ୍ୟରେ ପ୍ରବଳ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବାରୁ ASO ଲିଖିତ ପରୀକ୍ଷା ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି । ନୂଆ ତାରିଖ ଖୁବଶୀଘ୍ର ଘୋଷଣା ହେବ ବୋଲି ସୂଚନା ଦିଆଯାଇଛି ।
ASO ଲିଖିତ ପରୀକ୍ଷା ଦେବାକୁ ଆଶାୟୀ ଥିବା ବହୁ ଛାତ୍ରଛାତ୍ରୀ ବନ୍ୟା ଘେରରେ ଥିବାରୁ ସେମାନଙ୍କ ସୁବିଧା ନିମନ୍ତେ ଏହି ପଦକ୍ଷେପ ନିଆଯାଇଛି ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ଅଭିଯୁକ୍ତଙ୍କ ମୁହଁରେ କଳା ବୋଳିଲେ, ଜୋତା ମାଳ ପକାଇଲେ ନାବାଳିକା
ଗାଁ ଦାଣ୍ଡରେ ଅଭିଯୁକ୍ତ କୁହାଯାଉଥିବା ପ୍ରଶାନ୍ତଙ୍କ ମୁହଁରେ ପୀଡିତା ନାବାଳିକା କାଳା ବୋଳିଥିଲେ। ପରେ ତାଙ୍କ ବେକରେ ଜୋତା ମାଳ ପକାଇ ଥିଲେ। ତା’ପରେ ପ୍ରଶାନ୍ତଙ୍କ ବେକରେ ନାଗରା ଓ ଅଣ୍ଟାରେ ଦୌଡ଼ି ବାନ୍ଧି ଦେଲେ ଗାଁ ଲୋକ। ପରେ ପୂରା ଗାଁ ବୁଲାଇଲେ।
Crime
କନିଷ୍ଠ ଖଣି ଅଧିକାରୀଙ୍କ ପୁଳା ପୁଳା ସମ୍ପତ୍ତି, ଏକାଧିକ ଘର ସହିତ ଠାବ ହୋଇଛି ୧୪ଟି ପ୍ଲଟ୍ ଓ ଫାର୍ମ ହାଉସ୍
ଭୁବନେଶ୍ୱର, କେନ୍ଦୁଝର, ଭବାନୀପାଟଣା ଓ ଯାଜପୁର ସ୍ଥିତ ୭ଟି ଠିକଣାରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି।
Crime
ରାଜଧାନୀରେ ୪୦ ହଜାର ଟଙ୍କାରେ ବିକ୍ରି ହେଲା ୪ ବର୍ଷର ଝିଅ; ମଧ୍ୟସ୍ଥି ମାଲାମାଲ୍!
ସଉତୁଣୀ ଝିଅକୁ ଆଡ ଆଖିରେ ଦେଖୁନଥିଲେ ଗୁଡ଼ିଆ। ଯେଉଁଥିପାଇଁ ଅନେକ ସମୟରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ହେଉଥିଲା। ସ୍ଥିତି ଅଣାୟତ୍ତ ହେଉଥିବା ଦେଖି ନିଜର ୪ ବର୍ଷର ଝିଅକୁ ଅନାଥାଶ୍ରମରେ ରଖିବାକୁ ନିଷ୍ପତ୍ତି ନେଇଥିଲେ ଶୁବୋଧ।
Crime
ଲିଙ୍ଗରାଜ ମନ୍ଦିର ଭିତରେ ସିଗାରେଟ୍ ଟାଣିଲେ ଯୁବକ; ଫଟୋ ଭାଇରାଲ
ଦେବୀ ୧୦୫ ନାମକ ଏକ ଇନଷ୍ଟା ଆଇଡିରେ ଏହି ଷ୍ଟାଟସ୍ ଦିଆଯାଇଥିଲା।