'ଓଡ଼ିଶା ରିପୋର୍ଟର'ର ମହାପ୍ରଭାବ: ଅକ୍ସଫୋର୍ଡ ପ୍ରଶଂସା ଆଧାରର ଟୁଇଟ୍ ଡିଲିଟ୍ କଲା ସିଏମଓ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗଂଜାମ ପ୍ରଶାସନକୁ ପ୍ରଶଂସା କରିଛି ବ୍ରିଟେନର ଅକ୍ସଫୋର୍ଡ ୟୁନିଭର୍ସିଟି। ଅକ୍ସଫୋର୍ଡ ୟୁନିଭର୍ସିଟିର ପ୍ରଶଂସା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଫିସ୍‌ ଇଂରାଜୀରେ ଅକ୍ଟୋବର ଆଠରେ ଟ୍ୱିଟ୍‌ କରିଥିଲେ। ଏବେ ସିଏମଓ ଏହି ଟୁଇଟ୍ ଡିଲିଟ୍ କରି ଦେଇଛନ୍ତି। ଏହାର ସ୍କ୍ରିନ୍ ସଟ୍ କିନ୍ତୁ ଓଡ଼ିଶା ରିପୋର୍ଟର ପାଖରେ ରହିଛି। ଗତକାଲି ସିଏମଓ ପ୍ରଶଂସା କରିବା ନେଇ ଟୁଇଟ୍ କରିବା ପରେ ସମସ୍ତ ମିଡିଆ ହାଉସ ଏହାକୁ ନେଇ ଖବର ପ୍ରକାଶ କରିଥିଲେ। ହେଲେ ଓଡ଼ିଶା […]

NAVEEN CMO TWEETER

NAVEEN CMO TWEETER

Subhransu Sekhar
  • Published: Friday, 09 October 2020
  • Updated: 09 October 2020, 02:07 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗଂଜାମ ପ୍ରଶାସନକୁ ପ୍ରଶଂସା କରିଛି ବ୍ରିଟେନର ଅକ୍ସଫୋର୍ଡ ୟୁନିଭର୍ସିଟି। ଅକ୍ସଫୋର୍ଡ ୟୁନିଭର୍ସିଟିର ପ୍ରଶଂସା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଫିସ୍‌ ଇଂରାଜୀରେ ଅକ୍ଟୋବର ଆଠରେ ଟ୍ୱିଟ୍‌ କରିଥିଲେ। ଏବେ ସିଏମଓ ଏହି ଟୁଇଟ୍ ଡିଲିଟ୍ କରି ଦେଇଛନ୍ତି। ଏହାର ସ୍କ୍ରିନ୍ ସଟ୍ କିନ୍ତୁ ଓଡ଼ିଶା ରିପୋର୍ଟର ପାଖରେ ରହିଛି। ଗତକାଲି ସିଏମଓ ପ୍ରଶଂସା କରିବା ନେଇ ଟୁଇଟ୍ କରିବା ପରେ ସମସ୍ତ ମିଡିଆ ହାଉସ ଏହାକୁ ନେଇ ଖବର ପ୍ରକାଶ କରିଥିଲେ। ହେଲେ ଓଡ଼ିଶା ରିପୋର୍ଟର ଏହାକୁ ଅଧିକ ତଦନ୍ତ କରି ଖବରର ସତ୍ୟାସତ୍ୟ ଉପରେ ପ୍ରଶ୍ନ ଉଠାଇଥିଲା। ଏ ସଂକ୍ରାନ୍ତରେ ଖବର ମଧ୍ୟ ପ୍ରକାଶ କରିଥିଲା।

[caption id="attachment_579656" align="aligncenter" width="650"] https://twitter.com/cmo_odisha/status/1314099413296590848[/caption]

ଗଞ୍ଜାମ ଜିଲ୍ଲାପାଳଙ୍କ ଅଫିସିଆଲ୍ ଟୁଇଟର ହ୍ୟାଣ୍ଡଲ ମଧ୍ୟ ସିଏମଓର ଏହି ଟୁଇଟକୁ ଟୁଇଟ୍ କରାଯାଇଥିଲା। ହେଲେ ଆଜି ଜିଲ୍ଲାପାଳଙ୍କ ଟୁଇଟ୍ ରହିଛି। ହେଲେ ସିଏମଓ ଟୁଇଟ୍ ଉପଲବ୍ଧ ନଥିବା ଦେଖାଉଛି। ହେଲେ ଲିଙ୍କରେ କ୍ଲିକ କଲେ ଏଭେଲେବୁଲ ନଥିବା କହୁଛି। (https://twitter.com/cmo_odisha/status/1314099413296590848)

ଅନ୍ୟପଟେ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟକୁ ଏ ନେଇ ଜବାବ ମଗାଯାଇଥିଲା ହେଲେ କୌଣସି ଉତ୍ତର ମିଳିନଥିଲା। ଗୁଗୁଲରେ ସର୍ଚ୍ଚ କଲେ ଏହି ପ୍ରଶଂସା ଖବର ଓଡ଼ିଶାରେ ଥିବା ଇଂରାଜୀ ପୋର୍ଟାଲରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା ଖବର ଦେଖିବାକୁ ମିଳିଥିଲା। ଆଉ ଦୁଇଟି ତାମିଲ୍ ଏବଂ ମରାଠୀ ଭାଷାରେ ଥିଲା। ତାମିଲ୍ ଏବଂ ମରାଠୀ ସମ୍ପର୍କ ଓଡିଶା ପ୍ରଶାସନ ଜଡିତ। କାରଣ ଓଡ଼ିଶା ସରକାରଙ୍କ ଅନେକ ପ୍ରଶଂସା ତାମିଲରେ ଅଧିକ ହେଉଛି।

ଧରା ପଡ଼ିଲା ମିଛ

ଜିଟ୍ ହବ ନାମକ ସାଇଟରେ ଅକ୍ସଫୋର୍ଡ଼ ଦ୍ୱାରା ସର୍ଭେ ହୋଇଥିବା ଡାଟା ରହିଛି। ଯେଉଁଥିରେ ୩୧୧ଟି ସହରର ସର୍ଭେର ନାମ ରହିଛି। ଏଥିରେ ଭାରତର ପାଞ୍ଚ ସହର ରହିଛି। କୋଲକାତା, ଚେନ୍ନାଇ, ହାଇଦ୍ରାବଦ, ନୂଆଦିଲ୍ଲୀ ଏବଂ ମୁମ୍ୱାଇ ରହିଛି। ହେଲେ ଓଡ଼ିଶାର କୌଣସି ସହର ନାହିଁ। ସିଏମଓ କିନ୍ତୁ ଯେଉଁ ଟୁଇଟ୍ କରି ଉଲ୍ଲେଖ କରିଥିଲେ ସେଥିରେ ୩୧୦ଟି ସହର କଥା ଉଲ୍ଲେଖ ଥିଲା।

ଅଧିକ ସୂଚନା ପାଇଁ ଏହି ଲିଙ୍କରେ (https://github.com/Emergent-Epidemics/COVID_crowding/blob/master/Data/380_cities_covariates_with_geometry_5_6_20.csv) କ୍ଲିକ୍ କରନ୍ତୁ।

ଅକ୍ସଫୋର୍ଡ ପ୍ରଶଂସା କରିବା ନେଇ ଏକ ଇଂରାଜୀ ସାଇଟରେ ପ୍ରକାଶ ପାଇଛି। ଯାହାକି ସେତେଟା ଜଣାଶୁଣା ନୁହଁ। ଏବେ ଏହି ଖବର ଏବେ ବି ‘ପ୍ଲେଜ୍‌ ଟାଇମ’ ଇଂରାଜୀ ସାଇଟରେ ରହିଛି। ହେଲେ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ପ୍ରଶଂସା ପତ୍ର କୌଣସି ନାମିଦାମୀ ସାଇଟରେ ନାହିଁ। ଏହାକୁ ନେଇ ଓଡ଼ିଶା ରିପୋର୍ଟର ପ୍ରଶ୍ନ ଉଠାଇଥିଲା। ଯଦି ପ୍ରଶଂସା କରିଥିଲେ ତାହେଲେ ସିଏମଓ ସଂପୃକ୍ତ ଟ୍ୱିଟ୍ କାହିଁକି ଡିଲିଟ୍ କଲେ?

ମୁଖ୍ୟମନ୍ତ୍ରୀ ଡିଲିଟ୍ କରିଥିବା ଟ୍ୱିଟରେ ଉଲ୍ଲେଖ ଥିଲା ଯେ ‘ପ୍ଲେଜ ଟାଇମ’ରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁଯାୟୀ ଅକ୍ସଫୋର୍ଡ଼ ପକ୍ଷରୁ ମୁମ୍ବାଇର ଧରାବି ମଡେଲକୁ ପ୍ରଶଂସା କରାଯାଛି। ଉକ୍ତ ୱେବସାଇଟ୍‌ରେ ଉଲ୍ଲେଖ ଅଛି ଯେ, କୋଭିଡ ପରିଚାଳନା କ୍ଷେତ୍ରରେ ଅକ୍ସଫୋର୍ଡ଼ ପକ୍ଷରୁ ୩୧୦ଟି ସହରକୁ ନେଇ ନିରୀକ୍ଷଣ କରାଯାଇଥିଲା। ଏହି ୩୧୦ଟି ସହର ସାରା ବିଶ୍ୱର କି ଭାରତର ତାହା ଉଲ୍ଲେଖ ନାହିଁ। ସୂଚନାଯୋଗ୍ୟ, କରୋନା ସଂକ୍ରମଣ ସଂଖ୍ୟାକୁ ନେଇ ଓଡ଼ିଶାର ଗଞ୍ଜାମ ଚର୍ଚ୍ଚାରେ ଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos