ହାରିଗଲା ଯମ, ଜିତିଗଲେ ସ୍ୱାମୀ ! ସ୍ତ୍ରୀ ହେଲେ ଅମର

ଭୁବନେଶ୍ୱର/ପୁରୀ/କଟକ(ଓଡ଼ିଶା ରିପୋର୍ଟର): ମୃତ୍ୟୁ ସିନା କୋଳେଇ ନେଲା। କିନ୍ତୁ ମରଣ ଶେଯରେ ଥିବା ଏହି ମଣିଷର ମହାନତା ଆଜି ଅମର କରିଦେଲା ତାଙ୍କୁ। ଆଉ ସେ ହେଲେ ସୁଚିତ୍ରା ଦାଶ। ଅଙ୍ଗଦାନ ସଙ୍କଳ୍ପର ମହାପର୍ବରେ ଯୋଡ଼ି ହୋଇଛି ଆଉ ଜଣେ ଦଧୀଚିଙ୍କ ମହାନ୍ କାହାଣୀ। ଯିଏ ପଞ୍ଚଭୂତରେ ବିଲୀନ ହେବା ଆଗରୁ ଜୀବନ ଦେଇଗଲେ ଦୁଇ ଜଣଙ୍କୁ। ଆଉ ପ୍ରେରଣାଦାୟୀ ହୋଇଛନ୍ତି ସାରା ମଣିଷ ସମାଜ ପାଇଁ। ଆମେ କହୁଛୁ କଟକର ସୁଚିତ୍ରା ଦାଶଙ୍କ କଥା। ଗତକାଲି […]

n-098

n-098

Tapas Behera
  • Published: Thursday, 27 February 2020
  • Updated: 27 February 2020, 09:44 PM IST

Sports

Latest News

ଭୁବନେଶ୍ୱର/ପୁରୀ/କଟକ(ଓଡ଼ିଶା ରିପୋର୍ଟର): ମୃତ୍ୟୁ ସିନା କୋଳେଇ ନେଲା। କିନ୍ତୁ ମରଣ ଶେଯରେ ଥିବା ଏହି ମଣିଷର ମହାନତା ଆଜି ଅମର କରିଦେଲା ତାଙ୍କୁ। ଆଉ ସେ ହେଲେ ସୁଚିତ୍ରା ଦାଶ। ଅଙ୍ଗଦାନ ସଙ୍କଳ୍ପର ମହାପର୍ବରେ ଯୋଡ଼ି ହୋଇଛି ଆଉ ଜଣେ ଦଧୀଚିଙ୍କ ମହାନ୍ କାହାଣୀ। ଯିଏ ପଞ୍ଚଭୂତରେ ବିଲୀନ ହେବା ଆଗରୁ ଜୀବନ ଦେଇଗଲେ ଦୁଇ ଜଣଙ୍କୁ। ଆଉ ପ୍ରେରଣାଦାୟୀ ହୋଇଛନ୍ତି ସାରା ମଣିଷ ସମାଜ ପାଇଁ। ଆମେ କହୁଛୁ କଟକର ସୁଚିତ୍ରା ଦାଶଙ୍କ କଥା। ଗତକାଲି ରାତିରେ ବ୍ରେନ୍ ଡେଡ୍ ପରେ ଯାହାଙ୍କ କିଡ୍‌ନୀରେ ଅନ୍ୟ ଦୁଇ ଜଣ ନୂଆ ଜୀବନ ପାଇଛନ୍ତି ।

ଗତ ୨୩ ତାରିଖରେ ଦୁର୍ଘଟଣାର ଶିକାର ହୋଇ ଭୁବନେଶ୍ୱର ଆପୋଲୋ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ୫୬ ବର୍ଷିୟା ସୁଚିତ୍ରା। ଗତକାଲି ଡାକ୍ତର ତାଙ୍କୁ ବ୍ରେନ୍‌ଡେଡ୍ ଘୋଷଣା କରିଥିଲେ। ଏଭଳି ଦୁଃଖଦ ମୂହୁର୍ତ୍ତରେ ସୁଚିତ୍ରା ଅଙ୍ଗଦାନ କରିବାକୁ ବଡ଼ ନିଷ୍ପତ୍ତି ନେଇଥିଲେ ତାଙ୍କ ସ୍ୱାମୀ । କିଡ୍‌ନୀ ସହ ସୁଚିତ୍ରାଙ୍କ ହୃତ୍ପିଣ୍ଡ ଓ ଯକୃତ ବି ଦାନ କରିବାକୁ ଚାହୁଁଥିଲେ ପରିବାର । କିନ୍ତୁ ବିଭିନ୍ନ କାରଣରୁ ତାହା ସମ୍ଭବ ହୋଇପାରିନଥିଲା। ପରିବାରର ଅନୁମତି ପରେ ଆରମ୍ଭ ହୋଇଥିଲା କାଡ଼ାଭେରିକ୍ ଟ୍ରାନ୍ସପ୍ଲାଣ୍ଟଟେସନ୍ ପ୍ରକ୍ରିୟା ।

ବୁଧବାର ସଂଧ୍ୟାରେ ଆପୋଲୋ ଓ ଆମ୍ରି ହସ୍ପିଟାଲର ବିଶେଷଜ୍ଞଙ୍କ ମିଳିତ ପ୍ରୟାସରେ ସୁଚିତ୍ରାଙ୍କ ଶରୀରରୁ କଢ଼ା ଯାଇଥିଲା ଜୀବନ୍ତ ଅବସ୍ଥାରେ ଥିବା ଦୁଇ କିଡ୍‌ନୀ । ପ୍ରାୟ ୩ ଘଣ୍ଟାର ଅପରେସନ୍ ପରେ ସ୍ୱତନ୍ତ୍ର ଆମ୍ବୁଲାନ୍ସରେ ଗୋଟିଏ କିଡ୍‌ନୀକୁ ନିଆଯାଇଥିଲା ଆମ୍ରି ହସ୍ପିଟାଲ୍ । ୧୦ରୁ ୧୫ ମିନିଟ୍ ଭିତରେ କିଡ୍‌ନୀକୁ ନିଆଯାଇଥିଲା ଆମ୍ରି ହସ୍ପିଟାଲ୍।

ସେଠାରେ ମୃତ୍ୟୁ ସହ ସଂଗ୍ରାମ କରୁଥିବା ମୀନତିଙ୍କ ଶରୀରରେ ସଫଳ ପ୍ରତିରୋପଣ କରାଯାଇଥିଲା  କିଡ୍‌ନୀ । ଅନ୍ୟଟି ଆପୋଲୋରେ ଚିକିତ୍ସାଧିନ ଥିବା ୫୫ ବର୍ଷୀୟ ଜଗନ୍ନାଥ ସୁରଙ୍କ ଠାରେ ପ୍ରତିରୋପଣ କରାଯାଇଛି । ଓଡ଼ିଶା ଚିକିତ୍ସା ଇତିହାସରେ ଏହା ହେଉଛି ଦ୍ୱିତୀୟ ସଫଳ କାଡ଼ାଭେରିକ୍ ଟ୍ରାନ୍ସପ୍ଲାଣ୍ଟ। ଗତ ୩ ତାରିଖରେ ଗଂଜାମର ଦୁର୍ଘଟଣାର ଶିକାର ହୋଇ ପ୍ରାଣ ହରାଇଥିବା ପ୍ରିୟଙ୍କା ପାତ୍ରଙ୍କ କିଡ୍ନୀ ଅନ୍ୟ ଦୁଇ ଶରୀରରେ ସଫଳତାର ସହ ପ୍ରତିରୋପଣ କରାଯାଇଥିଲା। ଅଙ୍ଗଦାନର ଆଉ ଏକ ଘଟଣା ସାମ୍ନାକୁ ଆସିଛି ପୁରୀରୁ । ମିଶ୍ର ସାହି ଜଗନ୍ନାଥ ବସ୍ତିର କାହ୍ନୁ ପ୍ରଧାନ ଦୁର୍ଘଟଣାରେ ମୃତ୍ୟୁବରଣ କରିବା ପରେ ବାପା କୃଷ୍ଣଚନ୍ଦ୍ର ପ୍ରଧାନ ପୁଅର ୨ଟି ଚକ୍ଷୁକୁ ଦାନ କରିଛନ୍ତି। ତାଙ୍କର ଇଛା ତାଙ୍କ ପୁଅର ଆଖିରେ ଆଉ କେହି ଦୁନିଆକୁ ଦେଖୁ। ତେବେ କ୍ରମାଗତ ଅଙ୍ଗଦାନ ପ୍ରକ୍ରିୟାକୁ ଦେଖିଲେ ମନେ ହେଉଛି, ଧିରେ ଧିରେ ବଦଳୁଛି ଲୋକଙ୍କ ମାନସିକତା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story