ଦେଶୀ ହାଟରେ ଲାଗିଛି ଭିଡ଼

ବରଗଡ଼(ଦୀପକ ଶର୍ମା): ପୂରା ଶୁଦ୍ଧ। ଯେତିକି ସୁସ୍ୱାଦୁ, ସେତିକି ସ୍ୱାସ୍ଥ୍ୟବାନ। ଏହା ଖାଇଲେ ନା ରୋଗର ଭୟ ଅଛି, ନା ପେଟ ଖରାପ ହେବାର ଅଶଙ୍କା। କାରଣ ପଞ୍ଚାୟତରେ ବସୁଥିବା ହାଟରେ ସବୁ ପରିବା ଜୈବିକ ଖତରୁ ପ୍ରସ୍ତୁତ। କୌଣସି ବି ଚାଷୀ ରାସାୟନିକ ସାର କିମ୍ବା କୀଟନାଶକ ବ୍ୟବହାର କରନ୍ତି ନାହିଁ। ବରଗଡ଼ର ଏହି ହାଟାକୁ ନେଇ ବେଶ ଚର୍ଚ୍ଚା। ଦୂରଦୂରାନ୍ତ ପଞ୍ଚାୟତର ଲୋକ ଖାସ୍ ଏହି ପରିବା କିଣିବା ନିମନ୍ତେ ହାଟରେ ଜମାଉଛନ୍ତି ଭିଡ଼। […]

hata

hata

Niranjan Mishra
  • Published: Tuesday, 08 November 2022
  • Updated: 08 November 2022, 06:23 PM IST

Sports

Latest News

ବରଗଡ଼(ଦୀପକ ଶର୍ମା): ପୂରା ଶୁଦ୍ଧ। ଯେତିକି ସୁସ୍ୱାଦୁ, ସେତିକି ସ୍ୱାସ୍ଥ୍ୟବାନ। ଏହା ଖାଇଲେ ନା ରୋଗର ଭୟ ଅଛି, ନା ପେଟ ଖରାପ ହେବାର ଅଶଙ୍କା। କାରଣ ପଞ୍ଚାୟତରେ ବସୁଥିବା ହାଟରେ ସବୁ ପରିବା ଜୈବିକ ଖତରୁ ପ୍ରସ୍ତୁତ। କୌଣସି ବି ଚାଷୀ ରାସାୟନିକ ସାର କିମ୍ବା କୀଟନାଶକ ବ୍ୟବହାର କରନ୍ତି ନାହିଁ। ବରଗଡ଼ର ଏହି ହାଟାକୁ ନେଇ ବେଶ ଚର୍ଚ୍ଚା। ଦୂରଦୂରାନ୍ତ ପଞ୍ଚାୟତର ଲୋକ ଖାସ୍ ଏହି ପରିବା କିଣିବା ନିମନ୍ତେ ହାଟରେ ଜମାଉଛନ୍ତି ଭିଡ଼। ବରଗଡ ଉପକଣ୍ଠ କଟାପାଲି ଗ୍ରାମରେ ବସୁଛି ଏହି ଦେଶୀ ହାଟ। ସପ୍ତାହକୁ ଦୁଇଦିନ। ଏହାକୁ ନେଇ ସ୍ଥାନୀୟ ଲୋକେ ଯେତିକି ଖୁସୀ, ଚାଷୀ ମଧ୍ୟ ସେତିକି ଖୁସୀ। ଫସଲର ଉପଯୁକ୍ତ ମୂଲ୍ୟ ପାଇ ଚାଷୀ ଖୁସୀ ହେଉଥିବା ବେଳେ ବିନା ରସାୟନିକ ସାରରେ ପ୍ରସ୍ତୁତ ପନିପରିବା ପାଇ ଲୋକେ ଖୁସି।

ଚାଷୀ ସନ୍ତୋଷ  କୁମାର ରଣାଙ୍କ କହିବା କଥା, ଗୋବର ସାଙ୍ଗକୁ ଅବ୍ୟବହୃତ ପରିବା ଓ ପରିବା ଚୋପା, ବିଭିନ୍ନ ଗଛର ପତ୍ରକୁ ନେଇ ତିଆରି ହେଉଛି ଜୈବିକ ଖତ। ଅମୁରୀ ପତ୍ର, ଅରଖପତ୍ର, କଲତାପତ୍ରକୁ ନେଇ ପ୍ରସ୍ତୁତ ହେଉଛି କୀଟନାଶକ। ରାସାୟନିକ ସାର ନ ଦେବା ଯୋଗୁ ପନିପରିବା କମ୍ ଫଳୁଛି ସତ, ମାତ୍ର ଏହାର ଦାମ୍ ଅଧିକ ମଧ୍ୟ ମିଳୁଛି। ପନିପରିବାରେ ବ୍ୟାପକ ସାର ଓ କୀଟନାଶକ ବ୍ୟବହାର ଯୋଗୁ କ୍ୟାନ୍ସର ପ୍ରଭୃତି ବିପଦଜନକ ରୋଗ ସୃଷ୍ଟି ହେଉଛି। ମାତ୍ର ଜୈବିକ ଖତରେ ଅମଳ ପନିପରିବାରେ ଏଭଳି ଅଶଙ୍କା ନ ଥାଏ। ଏହା ସମସ୍ତଙ୍କୁ ଏକ ନିରୋଗୀ ଓ ସୁସ୍ଥ ଜୀବନ ଦେଇପାରିବ। ତେଣୁ ଏହାକୁ ସମସ୍ତ ଅଞ୍ଚଳର ଚାଷୀ ପାଳନ କରିବା ଆରମ୍ଭ କରିଦେଇଛନ୍ତି। ଅମଳ ପନିପରିବାକୁ ଦେଶୀ ହାଟକୁ ବିକ୍ରି ନିମନ୍ତେ ନେଇ ଆସୁଛନ୍ତି।

ଚାଷୀ ରାଧାଚରଣ ଷଣ୍ଢ କହିଛନ୍ତି, ଏହା ସୁସ୍ଥ ଖାଉଟି, ସମୃଦ୍ଧ ଚାଷୀ କଥାକୁ ଅସଲରେ ପ୍ରତିପାଦିତ କରିପାରିଛି। ଏପରି ମହାନ ଚିନ୍ତାଧାରା ନେଇ ଆରମ୍ଭ ହୋଇଛି ଦେଶୀ ହାଟ। ହାଟରେ ମୂଳା, କଲରା, ଝୁଡ଼ଙ୍ଗ, ବାଇଗଣ, ସାଗ, ଟମାଟୋ, ଲଙ୍କା, କୋବି ପ୍ରଭୃତି ବିଭିନ୍ନ ପ୍ରକାରର ପନିପରିବା ପସରା ମେଲିଛି। କିଏ ନିଜ ଜମିରେ ଅମଳ ହୋଇଥିବା ବାଇଗଣ ବିକ୍ରି କରିବାକୁ ଆସିଛି ତ, କିଏ ଝୁଡ଼ଙ୍ଗ ଧରି ଆସିଛି। ଏହି ଚାଷୀମାନେ ଫସଲ ବିକ୍ରି ଅର୍ଥରୁ ଘର ପାଇଁ ଆବଶ୍ୟକ ପନିପରିବା ମଧ୍ୟ ଏଠାରୁ କିଣି ପାରୁଛନ୍ତି। ଭିତ୍ତିଭୂମି ସେବା ସଂଗଠନ, ଫିକଲ, ସ୍ୱିସ ଏଡ ଏବଂ କଟାପାଲି ପଞ୍ଚାୟତ ମୁଖିଆଙ୍କ ମିଳିତ ସହଯୋଗରେ ଏହି ଦେଶୀ ହାଟ ମାତ୍ର ମାସକ ତଳୁ ଆରମ୍ଭ ହୋଇଛି। ହେଲେ ଏହି ହାଟ କମ ଦିନ ମଧ୍ୟରେ ବେଶ ଚର୍ଚ୍ଚାର ବିଷୟ ହୋଇଛି।

[caption id="attachment_779977" align="aligncenter" width="650"] ଜଣେ ଚାଷୀ ଜୈବକ ଖତ ପ୍ରସ୍ତୁତ କରୁଛନ୍ତି।[/caption]

କଟାପାଲି ସରପଞ୍ଚ ରମେଶ ସାହୁ କହିଛନ୍ତି, ବ୍ୟାପକ ସାର ଓ କୀଟନାଶକ ପ୍ରୟୋଗରେ ଅମଳ ହେଉଥିବା ଧାନ ଓ ପନିପରିବା ଖାଇ ତାଙ୍କ ପଞ୍ଚାୟତରେ କ୍ୟାନ୍ସର, ହୃଦ୍‌ଘାତ, କିଡ୍‌ନୀ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି।  ତେଣୁ ଲୋକଙ୍କ ସ୍ୱାସ୍ଥ୍ୟ ରକ୍ଷା ଏବଂ ଚାଷୀର ଉନ୍ନତି ନେଇ କିଛି ମାସ ତଳେ ଜୈବିକ ଖତରେ କୃଷି କରିବା ଓ ଦେଶୀ ହାଟ ବସାଇବା ନିମନ୍ତେ ମିଳିତ ଉଦ୍ୟମ ଆରମ୍ଭ ହୋଇଥିଲା। ଏହି ପରିକଳ୍ପନା ସତ ହୋଇଛି। ଯାହାର ସ୍କୋଗାନ ରଖାଯାଇଛି ସୁସ୍ଥ ଖାଉଟୀ, ସମୃଦ୍ଧ ଚାଷୀ। ସ୍ଥାନୀୟ ଚାଷୀଙ୍କୁ ଏଥିନିମନ୍ତେ ବୁଝାଇବାକୁ ପଡ଼ିଥିଲା। ଏବେ ଜୈବିକ ଚାଷ ହେଉଛି ଓ ଏହି ଚାଷ ଜରିଆରେ ଅମଳ ପନିପରିବା ଏହି ହାଟରେ ବିକ୍ରି ହେଉଛି। କଟାପାଲି, ବରଗାଁ, କମଗାଁ, ଅନ୍ତପାଲି, କର୍ଲାଜୁରୀ ଆଦି ୨୦ ଖଣ୍ଡ ଗ୍ରାମର ଚାଷୀମାନେ ନିଜର ପନିପରିବା ଏଠାକୁ ଆଣି ବିକ୍ରି ନିମନ୍ତେ ଆଣୁଛନ୍ତି।

ଭିତ୍ତିଭୂମି ସେବା ସଂଗଠନର ପ୍ରହଲ୍ଲାଦ ପ୍ରଧାନ କହିଛନ୍ତି, ଆଗାମୀ ଦିନରେ ବରଗଡ଼ ସହର ସମେତ ବିଭିନ୍ନ ବ୍ଲକରେ ଏଭଳି ଜୈବିକ ଚାଷ ଓ ଦେଶୀ ହାଟ ଆରମ୍ଭ କରାଯିବ। ଦିନକୁ ଦିନ ଲୋକଙ୍କୁ ବିଭିନ୍ନ ରୋଗ ଗ୍ରାସ କରୁଥିବାରୁ ଏଥିରୁ ମୁକ୍ତି ନିମନ୍ତେ ଚେଷ୍ଟା କରାଯିବ। ଏହା ନିଶ୍ଚିତ ଲୋକଙ୍କୁ ଆକୃଷ୍ଟ କରିବ।

[caption id="attachment_779974" align="aligncenter" width="650"] ଜୈବିକ ଖତ ବ୍ୟବହାରରେ ଅମଳ କୋବି।[/caption]

ସୂଚନା ମୁତାବକ, ବରଗଡ଼ ଜିଲ୍ଲାରେ ଧାନ ଓ ପନିପରିବା ଚାଷ ମଧ୍ୟ ବହୁଳ ହୋଇଥାଏ। ଏଥିରୁ ପ୍ରଚୁର ପରିମାଣର ରାସାୟନିକ ସାର ଓ କୀଟନାଶକ ବ୍ୟବହାର ହେଉଛି।  ଯାହା ଫଳରେ ଜିଲ୍ଲାରେ କ୍ୟାନସର, ହୃଦ୍‌ଘାତ, କିଡ୍‌ନୀ ପରି ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଯାହା ଅତ୍ୟନ୍ତ ଚିନ୍ତାର ବିଷୟ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story