ଏଣିକି ରାଜ୍ୟ ସରକାରୀ କର୍ମଚାରୀଙ୍କୁ ମିଳିବ ଅବସରକାଳୀନ ଗ୍ରାଚୁଇଟି, ୨୦୦୫ ପରେ ଚାକିରି ପାଇଥିବା ବ୍ୟକ୍ତି ପାଇବେ ସୁବିଧା

ଭୁବନେଶ୍ୱର: ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର। ସପ୍ତମ ବେତନ କମିଶନ୍ ଲାଗୁ ପରେ ନିଜ କର୍ମଚାରୀଙ୍କ ସନ୍ତୁଷ୍ଟ କରିବା ଲାଗି  ରାଜ୍ୟ ସରକାରଙ୍କର ଆଉ ଏକ ପଦକ୍ଷେପ ନେଇଛନ୍ତି। ଏଣିକି ରାଜ୍ୟ ସରକାରୀ କର୍ମଚାରୀଙ୍କୁ ମିଳିବ ଅବସର ଓ ମୃତ୍ୟୁକାଳୀନ ଗ୍ରାଚୁଇଟି।  ରାଜ୍ୟ ସରକାର ଏନେଇ ନୀତିଗତ ନିଷ୍ପତ୍ତି ନେଇଛନ୍ତି। ଏହାଦ୍ୱାରା ୧ଲକ୍ଷରୁ ଅଧିକ କର୍ମଚାରୀ ଉପକୃତ ହେବେ।  ୨୦୦୫ ପରେ ସରକାରୀ ଚାକିରି ପାଇଥିବା ସମସ୍ତଙ୍କୁ ଏହି ସୁବିଧା ମିଳିବ।  ସରକାରଙ୍କ ଏହି ନିଷ୍ପତ୍ତି ଦ୍ୱାରା ୧ଲକ୍ଷରୁ ଅଧିକ ବେତନଭୋଗି ଉପକୃତ ହେବେ।

ସପ୍ତମ ବେତନ କମିଶନ ଲାଗୁ ହେବା ସହ ସରକାରୀ କର୍ମଚାରୀଙ୍କୁ ଅନ୍ୟ ସୁବିଧା ଦେଇ ବିଜେଡି ନିଜ ଭୋଟ ବ୍ୟାଙ୍କ ମଜଭୁତ କରିବାକୁ ଉଦ୍ୟମ କରୁଥିବା ଚର୍ଚ୍ଚା ହେଉଛି।  ସେପଟେ ଏହା କେବଳ ନର୍ବାଚନ ପାଇଁ ବୋଲି ଅଭିଯୋଗ କରିଛନ୍ତି ବିରୋଧୀ ।

ସୂଚନାଯୋଗ୍ୟ, ସାଧାରଣତଃ ରେଗୁଲାର୍ କର୍ମଚାରୀ ଅବସର ପରେ ଗ୍ରାଚୁଇଟି ବାବଦକୁ ସାଢେ ୧୬ ମାସର ଦରମା ଓ ଅନ ୟୁଟିଲାଇଜଡ୍ ଲିଭ୍ ବାବଦକୁ ୧୦ ମାସର ଦରମା ଟଙ୍କା ପାଇଥାନ୍ତି। ୨୦୦୫ ପରେ ଚାକିରି ପାଇଥିବା କର୍ମଚାରୀଙ୍କୁ ଏହି ସୁବିଧା ମିଳୁ ନ ଥିଲା ମାତ୍ର କେନ୍ଦ୍ର ସରକାର ନିଜ କର୍ମଚାରୀଙ୍କ ଲାଗି ଗ୍ରାଚୁଇଟି ବ୍ୟବସ୍ଥା କରିବା ପରେ ରାଜ୍ୟ ସରକାର ମଧ୍ୟ ଅନୁରୂପ ବ୍ୟବସ୍ଥା ଲାଗୁ କରିଛନ୍ତି।

ସରକାରୀ ଚାକିରିଆ ଏକ ବଡ଼ ଭୋଟ ବ୍ୟାଙ୍କ ହୋଇଥିବାରୁ ବିଜେଡି ସେମାନଙ୍କୁ ହାତ ଛଡ଼ା କରିବାକୁ ଚାହୁଁ ନ ଥିବା ଚର୍ଚ୍ଚା ହେଉଛି। ବିରୋଧୀ ମଧ୍ୟ ଏନେଇ ସରକାରଙ୍କୁ ସମାଲୋଚନା କରିଛନ୍ତି । ନିର୍ବାଚନକୁ ଆଖିରେ ରଖି ଏହା କରାଯାଇଥିବା ସେମାନେ ଅଭିଯୋଗ କରିଛନ୍ତି।

Ordigital Desk
• Published: Sunday, 17 December 2017
• Updated: 17 December 2017, 09:30 PM IST

Sports

Latest News

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos