ରାଜା ପାଇଁ ବାହାର ରାସ୍ତା ବନ୍ଦ: ହାଇକୋର୍ଟରୁ ମିଳିଲାନି ଜାମିନ୍‌

ଭୁବନେଶ୍ୱର: ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟଙ୍କୁ ମିଳିଲାନି ଜାମିନ। ଜ୍ୟୋତି ମୋଟର୍ସ ମ୍ୟାନେଜରଙ୍କୁ ଅପହରଣ ଓ ଦାଦାବଟି ଅଭିଯୋଗ ମାମଲାରେ ତାଙ୍କ ଜାମିନ୍‌ ଆବେଦନକୁ ହାଇକୋର୍ଟ ଖାରଜ କରିଦେଇଛନ୍ତି। ପୂର୍ବରୁ ତଳ କୋର୍ଟରେ ତାଙ୍କ ଜାମିନ ଖାରଜ ହୋଇଯାଇଥିଲା। ଏହାକୁ ଚାଲେଞ୍ଜ କରି ରାଜା ହାଇକୋର୍ଟରେ ଆବେଦନ କରିଥିଲେ। ଅନ୍ୟପକ୍ଷରେ ଜୁଡୋ କୋଚ୍‌ ବିରଞ୍ଚି ଦାସ ହତ୍ୟା ମାମଲାରେ ରାଜାଙ୍କୁ ମିଳିଥିବା ଜାମିନ୍‌ ଖାରଜ ପାଇଁ ସୁପ୍ରିମକୋର୍ଟରେ ଖୁବ୍‌ଶୀଘ୍ର ଆବେଦନ କରାଯିବ ବୋଲି ପୋଲିସ କମିଶନର ୱାଇ.ବି. ଖୁରାନିଆ। […]

raja

Rakesh Mallick
  • Published: Wednesday, 26 April 2017
  • , Updated: 26 April 2017, 07:00 PM IST

ଭୁବନେଶ୍ୱର: ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟଙ୍କୁ ମିଳିଲାନି ଜାମିନ। ଜ୍ୟୋତି ମୋଟର୍ସ ମ୍ୟାନେଜରଙ୍କୁ ଅପହରଣ ଓ ଦାଦାବଟି ଅଭିଯୋଗ ମାମଲାରେ ତାଙ୍କ ଜାମିନ୍‌ ଆବେଦନକୁ ହାଇକୋର୍ଟ ଖାରଜ କରିଦେଇଛନ୍ତି। ପୂର୍ବରୁ ତଳ କୋର୍ଟରେ ତାଙ୍କ ଜାମିନ ଖାରଜ ହୋଇଯାଇଥିଲା। ଏହାକୁ ଚାଲେଞ୍ଜ କରି ରାଜା ହାଇକୋର୍ଟରେ ଆବେଦନ କରିଥିଲେ।

ଅନ୍ୟପକ୍ଷରେ ଜୁଡୋ କୋଚ୍‌ ବିରଞ୍ଚି ଦାସ ହତ୍ୟା ମାମଲାରେ ରାଜାଙ୍କୁ ମିଳିଥିବା ଜାମିନ୍‌ ଖାରଜ ପାଇଁ ସୁପ୍ରିମକୋର୍ଟରେ ଖୁବ୍‌ଶୀଘ୍ର ଆବେଦନ କରାଯିବ ବୋଲି ପୋଲିସ କମିଶନର ୱାଇ.ବି. ଖୁରାନିଆ। ଏନେଇ ରାଜ୍ୟ ଗୃହ ବିଭାଗକୁ ଲିଖିତ ଭାବେ ଅବଗତ କରାଯାଇଛି ବୋଲି ସେ କହିଥିଲେ।

Related story