ରଥଯାତ୍ରାର ସିଧା ପ୍ରସାରଣ: ବିଡିଂରେ ସବୁଠୁ ଆଗରେ ଓଟିଭି

ପୁରୀ(ଓଡ଼ିଶା ରିପୋର୍ଟର): ପୁରୀ ରଥଯାତ୍ରାର ସିଧାପ୍ରସାରଣ ପାଇଁ ଟିଭି ଚ୍ୟାନେଲ ଗୁଡ଼ିକଠାରୁ ଶ୍ରୀମନ୍ଦିର ପ୍ରଶାସନ ମଗାଇଥିବା ବିଡିଂକୁ ଆଜି ଅପରାହ୍ନରେ ଖୋଲାଯାଇଛି। ବିଡିଂ ପ୍ରକ୍ରିୟାରେ ଓଡ଼ିଆ ଓ ହିନ୍ଦୀ ସମେତ ମୋଟ ୭ଟି ଚ୍ୟାନେଲ ଅଂଶ ଗ୍ରହଣ କରିଥିଲେ। ସେଥିରେ ଓଡ଼ିଶାର ନମ୍ୱର ୱାନ୍‌ ନେଟ୍‌ୱାର୍କ ଓଟିଭିର ସର୍ବୋଚ୍ଚ ବିଡିଂ ପରିମାଣ ଥିବା ସୂଚନା ମିଳିଛି। ତେବେ କାହାକୁ ସ୍ନାନଯାତ୍ରା ଠୁ ଆରମ୍ଭ କରି ରଥଯାତ୍ରା, ବାହୁଡ଼ା, ସୁନାବେଶ, ଅଧରପଣା ଓ ନୀଳାଦ୍ରିବିଜେ ପର୍ଯ୍ୟନ୍ତ ସିଧାପ୍ରସାରଣର ଅଧିକାର […]

ratha

ratha

Manoranjan Sial
  • Published: Monday, 10 June 2019
  • Updated: 10 June 2019, 07:36 PM IST

Sports

Latest News

ପୁରୀ(ଓଡ଼ିଶା ରିପୋର୍ଟର): ପୁରୀ ରଥଯାତ୍ରାର ସିଧାପ୍ରସାରଣ ପାଇଁ ଟିଭି ଚ୍ୟାନେଲ ଗୁଡ଼ିକଠାରୁ ଶ୍ରୀମନ୍ଦିର ପ୍ରଶାସନ ମଗାଇଥିବା ବିଡିଂକୁ ଆଜି ଅପରାହ୍ନରେ ଖୋଲାଯାଇଛି। ବିଡିଂ ପ୍ରକ୍ରିୟାରେ ଓଡ଼ିଆ ଓ ହିନ୍ଦୀ ସମେତ ମୋଟ ୭ଟି ଚ୍ୟାନେଲ ଅଂଶ ଗ୍ରହଣ କରିଥିଲେ। ସେଥିରେ ଓଡ଼ିଶାର ନମ୍ୱର ୱାନ୍‌ ନେଟ୍‌ୱାର୍କ ଓଟିଭିର ସର୍ବୋଚ୍ଚ ବିଡିଂ ପରିମାଣ ଥିବା ସୂଚନା ମିଳିଛି। ତେବେ କାହାକୁ ସ୍ନାନଯାତ୍ରା ଠୁ ଆରମ୍ଭ କରି ରଥଯାତ୍ରା, ବାହୁଡ଼ା, ସୁନାବେଶ, ଅଧରପଣା ଓ ନୀଳାଦ୍ରିବିଜେ ପର୍ଯ୍ୟନ୍ତ ସିଧାପ୍ରସାରଣର ଅଧିକାର ଦିଆଯିବ ସେନେଇ ଆସନ୍ତାକାଲି ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରିବ ଶ୍ରୀମନ୍ଦିର ପ୍ରଶାସନ।

ସେପଟେ ଟିଭିରେ ରଥଯାତ୍ରା ଲାଇଭ ପାଇଁ ପ୍ରଶାସନର ବିଡିଂ ବ୍ୟବସ୍ଥାକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାଏର ହୋଇଛି। ପୁରୀର ଆଇନ୍‌ଜୀବୀ ପ୍ରସନ୍ନ କୁମାର ଦାଶଙ୍କ ପକ୍ଷରୁ ଏହା ଦାଏର କରାଯାଇଛି। ବିଡିଂ ପ୍ରକ୍ରିୟା ଶ୍ରୀମନ୍ଦିର ଆଇନ୍‌ର ଉଲ୍ଲଂଘନ କରୁଥିବାରୁ ପ୍ରକାଶିତ ବିଜ୍ଞପ୍ତିକୁ ରଦ୍ଦ କରିବାକୁ ଏଥିରେ ଆବେଦନ କରାଯାଇଛି।
--

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos