ରାଜଧାନୀରେ ଆମ ବିଦ୍ୟାଳୟ କେତେ ସ୍ୱଚ୍ଛ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସ୍ୱଚ୍ଛ ଭାରତ, ସ୍ୱଚ୍ଛ ବିଦ୍ୟାଳୟ। ୨୦୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି କ୍ୟାମ୍ପେନ ଆରମ୍ଭ କରିଥିଲେ। ବିଦ୍ୟାଳୟ ଗୁଡିକରେ ପାନୀୟ ଜଳ, ସ୍ୱାସ୍ଥ୍ୟ ଓ ପରିମଳ ବିଷୟ ଉପରେ ଗୁରୁତ୍ୱ ଦେବା ଏହି କ୍ୟାମ୍ପେନର ମୂଳ ଲକ୍ଷ୍ୟ। ହେଲେ ଏହାକୁ ବେଖାତିର କରିଛନ୍ତି ରାଜ୍ୟ ସରକାର।

ରାଜଧାନୀର ଚିନ୍ତାମଣିଶ୍ୱର ବିଦ୍ୟାଳୟ। ଏହି ବିଦ୍ୟାଳୟରେ ପାଚେରୀ ନାହିଁ। ପାଖରେ ବସ୍ତି ଓ ତା’ପାଖରେ ନର୍ଦ୍ଦମା ନାଳ ବୋହି ଯାଉଛି। ଦୁର୍ଗନ୍ଧରେ ପରିବେଶ ଫାଟି ପଡ଼ୁଛି। ନାଳ ଆର ପାଖରେ ଗ୍ୟାରେଜ। ବାହାର ପିଲା ସ୍କୁଲ ପରିସରରେ ଖେଳୁଛନ୍ତି। ଦୋକାନୀ ମଧ୍ୟ ପସରା ମେଲାଇଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଶୌଚାଳୟ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ମାତ୍ର ସେଥିରେ ଝୁଲୁଛି ତାଲା। ସେଥିପାଇଁ ପିଲାମାନେ ବାହାରକୁ ଶୌଚ କରିବାକୁ ଯାଉଛନ୍ତି। ମଧ୍ୟାହ୍ନ ଭୋଜନ ଖାଇବା ପାଇଁ ପିଲାମାନେ ହାତ ଧୋଉନଥିବା ଦେଖିବାକୁ ମିଳିଛି।

ଭୁବନେଶ୍ୱରର ଆଉ ଏକ ବିଦ୍ୟାଳୟ ହେଉଛି ବଡ଼ଗଡ଼ର ଶବରସାହି ପ୍ରାଥମିକ ବିଦ୍ୟାଳୟ। ଏଠାରେ ମଧ୍ୟ ଶୌଚାଳୟ ରହିଛି। ମାତ୍ର ଏଥିରେ ତାଲା ପଡ଼ିଥିବା ଦେଖିବାକୁ ମିଳୁଛି। ବାଳକମାନଙ୍କ ପାଇଁ ଉଦ୍ଦିଷ୍ଟ ଶୌଚାଳୟରେ ତାଲା ଖୋଲି ବାଳିକାମାନେ ପ୍ରବେଶ କରୁଛନ୍ତି। ଅଫିସ୍ ଗୃହରେ ରଖାଯାଇଥିଲା ମଧ୍ୟାହ୍ନ ଭୋଜନ। ଗଣମାଧ୍ୟମ ପ୍ରତିନିଧିଙ୍କୁ ଦେଖି ଶ୍ରେଣୀଗୃହରେ ଛାତ୍ରଛାତ୍ରୀଙ୍କ ଖାଦ୍ୟ ପରସା ଯାଇଥିଲା।

Ordigital Desk
• Published: Sunday, 10 December 2017
• Updated: 10 December 2017, 09:51 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସ୍ୱଚ୍ଛ ଭାରତ, ସ୍ୱଚ୍ଛ ବିଦ୍ୟାଳୟ। ୨୦୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି କ୍ୟାମ୍ପେନ ଆରମ୍ଭ କରିଥିଲେ। ବିଦ୍ୟାଳୟ ଗୁଡିକରେ ପାନୀୟ ଜଳ, ସ୍ୱାସ୍ଥ୍ୟ ଓ ପରିମଳ ବିଷୟ ଉପରେ ଗୁରୁତ୍ୱ ଦେବା ଏହି କ୍ୟାମ୍ପେନର ମୂଳ ଲକ୍ଷ୍ୟ। ହେଲେ ଏହାକୁ ବେଖାତିର କରିଛନ୍ତି ରାଜ୍ୟ ସରକାର।

ରାଜଧାନୀର ଚିନ୍ତାମଣିଶ୍ୱର ବିଦ୍ୟାଳୟ। ଏହି ବିଦ୍ୟାଳୟରେ ପାଚେରୀ ନାହିଁ। ପାଖରେ ବସ୍ତି ଓ ତା’ପାଖରେ ନର୍ଦ୍ଦମା ନାଳ ବୋହି ଯାଉଛି। ଦୁର୍ଗନ୍ଧରେ ପରିବେଶ ଫାଟି ପଡ଼ୁଛି। ନାଳ ଆର ପାଖରେ ଗ୍ୟାରେଜ। ବାହାର ପିଲା ସ୍କୁଲ ପରିସରରେ ଖେଳୁଛନ୍ତି। ଦୋକାନୀ ମଧ୍ୟ ପସରା ମେଲାଇଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଶୌଚାଳୟ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ମାତ୍ର ସେଥିରେ ଝୁଲୁଛି ତାଲା। ସେଥିପାଇଁ ପିଲାମାନେ ବାହାରକୁ ଶୌଚ କରିବାକୁ ଯାଉଛନ୍ତି। ମଧ୍ୟାହ୍ନ ଭୋଜନ ଖାଇବା ପାଇଁ ପିଲାମାନେ ହାତ ଧୋଉନଥିବା ଦେଖିବାକୁ ମିଳିଛି।

ଭୁବନେଶ୍ୱରର ଆଉ ଏକ ବିଦ୍ୟାଳୟ ହେଉଛି ବଡ଼ଗଡ଼ର ଶବରସାହି ପ୍ରାଥମିକ ବିଦ୍ୟାଳୟ। ଏଠାରେ ମଧ୍ୟ ଶୌଚାଳୟ ରହିଛି। ମାତ୍ର ଏଥିରେ ତାଲା ପଡ଼ିଥିବା ଦେଖିବାକୁ ମିଳୁଛି। ବାଳକମାନଙ୍କ ପାଇଁ ଉଦ୍ଦିଷ୍ଟ ଶୌଚାଳୟରେ ତାଲା ଖୋଲି ବାଳିକାମାନେ ପ୍ରବେଶ କରୁଛନ୍ତି। ଅଫିସ୍ ଗୃହରେ ରଖାଯାଇଥିଲା ମଧ୍ୟାହ୍ନ ଭୋଜନ। ଗଣମାଧ୍ୟମ ପ୍ରତିନିଧିଙ୍କୁ ଦେଖି ଶ୍ରେଣୀଗୃହରେ ଛାତ୍ରଛାତ୍ରୀଙ୍କ ଖାଦ୍ୟ ପରସା ଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos