ସେଇ ଭୁଲ ନେଇଗଲା ଜୀବନ , ଅଜୟ ଆଉ ଫେରିବନି

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର):ଓଭରଲୋଡ଼ିଂ ପରିବହନରୁ ଚାଲିଗଲା ନିଷ୍ପାପ ଛାତ୍ରର ଜୀବନ। ସ୍କୁଲ ଛାତ୍ରଛାତ୍ରୀଙ୍କୁ ବେପରୁଆ ପରିବହନ ବେଳେ ଆଜି ଗଂଜାମ ଦିଗପହଣ୍ଡିରେ ଅଟୋରୁ ଖସି ପଡ଼ି ପ୍ରାଣ ହରାଇଛି ୬ ବର୍ଷର ଛାତ୍ର। ଘଟଣା ପରେ ଅଟୋ ଡ୍ରାଇଭର ଫେରାର ମାରିଥିବା ବେଳେ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଦାୟୀ କରିଛନ୍ତି ମୃତ ଛାତ୍ରଙ୍କ ସମ୍ପର୍କୀୟ। ଏହି ଘଟଣା ରାଜ୍ୟରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ପରିବହନ ବେଳେ ନିୟମର ଖୋଲାଖୋଲି ଉଲ୍ଲଂଘନର ନଗ୍ନ ଦୃଶ୍ୟ ପୁଣି ସାମ୍ନାକୁ ଆଣିଥିବା ବେଳେ ପିଲାଙ୍କ ସୁରକ୍ଷିତ […]

8765

8765

Tapas Behera
  • Published: Wednesday, 19 February 2020
  • Updated: 19 February 2020, 07:00 PM IST

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର):ଓଭରଲୋଡ଼ିଂ ପରିବହନରୁ ଚାଲିଗଲା ନିଷ୍ପାପ ଛାତ୍ରର ଜୀବନ। ସ୍କୁଲ ଛାତ୍ରଛାତ୍ରୀଙ୍କୁ ବେପରୁଆ ପରିବହନ ବେଳେ ଆଜି ଗଂଜାମ ଦିଗପହଣ୍ଡିରେ ଅଟୋରୁ ଖସି ପଡ଼ି ପ୍ରାଣ ହରାଇଛି ୬ ବର୍ଷର ଛାତ୍ର। ଘଟଣା ପରେ ଅଟୋ ଡ୍ରାଇଭର ଫେରାର ମାରିଥିବା ବେଳେ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଦାୟୀ କରିଛନ୍ତି ମୃତ ଛାତ୍ରଙ୍କ ସମ୍ପର୍କୀୟ। ଏହି ଘଟଣା ରାଜ୍ୟରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ପରିବହନ ବେଳେ ନିୟମର ଖୋଲାଖୋଲି ଉଲ୍ଲଂଘନର ନଗ୍ନ ଦୃଶ୍ୟ ପୁଣି ସାମ୍ନାକୁ ଆଣିଥିବା ବେଳେ ପିଲାଙ୍କ ସୁରକ୍ଷିତ ଯାତ୍ରା ଉପରେ ଛିଡ଼ା କରିଛି ପ୍ରଶ୍ନଚିହ୍ନ। ମୃତ ପିଲା ଅଜୟ ପ୍ରଧାନ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରଥମ ଶ୍ରେଣୀର ଛାତ୍ର ଥିଲେ।

 ସବୁଦିନ ଭଳି ଆଜି ବି ଅନ୍ୟ ପିଲା ଓ ଶିକ୍ଷୟିତ୍ରୀଙ୍କ ସହ ଅଟୋରେ ସ୍କୁଲ ଯାଉଥିଲା ଅଜୟ । ହେଲେ ଅଧା ବାଟରେ ଡ୍ରାଇଭର ଗାଡ଼ିରେ ହଠାତ୍ ବ୍ରେକ୍ ମାରିବାରୁ ଚଳନ୍ତା ଅଟୋରୁ ଖସି ପଡ଼ିଥିଲା ଅଜୟ। ଗୁରୁତର ଅବସ୍ଥାରେ ତାକୁ ଦିଗପହଣ୍ଡି ମେଡିକାଲରେ ଭର୍ତ୍ତି କରିବା ବେଳକୁ ଲିଭି ସାରିଥିଲା ଏ ନିରୀହ ଶିଶୁର ଜୀବନ ଦୀପ।

ଅଜୟଙ୍କ ମୃତ୍ୟୁ ଖବର ଶୁଣିବା ପରେ ଦିଗପହଣ୍ଡି ମେଡିକାଲ ପରିସରରେ ସୃଷ୍ଟି ହୋଇଥିଲା ଶୋକାକୂଳ ପରିବେଶ। ଏପଟେ ଘଟଣା ପାଇଁ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଦାୟୀ କରି ରାସ୍ତାକୁ ଓହ୍ଲାଇଥିଲେ ଉତ୍ତ୍ୟକ୍ତ ଲୋକେ। ମୃତ ଛାତ୍ରଙ୍କ ପରିବାରକୁ କ୍ଷତିପୂରଣ ଓ ଅଘଟଣ ପାଇଁ ଦାୟୀ ବ୍ୟକ୍ତି ଓ ଅନୁଷ୍ଠାନ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିରେ ଦିଗପହଣ୍ଡି-ଚିକିଟି ରାସ୍ତାକୁ ଦୀର୍ଘ ୨ ଘଣ୍ଟା ଧରି ଅବରୋଧ କରିଥିଲେ ସ୍ଥାନୀୟ ଲୋକେ। ତେବେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା ଏବଂ ଦୋଷୀଙ୍କୁ ବିରୋଧରେ କାର୍ଯ୍ୟାନୁଷ୍ଠାନ ପ୍ରତିଶ୍ରୁତି ପରେ ରାସ୍ତାରୋକ ହଟିଥିଲା।

ସ୍କୁଲ ଛାତ୍ରଛାତ୍ରୀଙ୍କ ସୁରକ୍ଷିତ ପରିବହନକୁ ନିଶ୍ଚିତ କରିବାକୁ ୨୦୧୬ରେ ସରକାର ପ୍ରଣୟନ କରିଥିଲେ ସ୍ୱତନ୍ତ୍ର ଗାଇଡ ଲାଇନ୍। ଅଟୋ ଭଳି ଛୋଟ ଯାନରେ ପିଲାଙ୍କ ଧରିବା ପାଇଁ ହ୍ୟାଙ୍ଗର, ସେଫଟି ଗ୍ରୀଲ୍ସ , ଫାଷ୍ଟ ଏଡ୍ ବକ୍ସ, ଅଗ୍ନି ନିର୍ବାପକ ଯନ୍ତ୍ର ସହ ସ୍ପିଡ୍ ଗଭର୍ଣ୍ଣର ଲଗାଇବାକୁ ବାଧ୍ୟତାମୂଳକ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story