ଆଉ କେତେଦିନ ଭିଜିବ ?

ତେଲକୋଇ/ବୌଦ୍ଧ/ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ବିଧାନସଭାରେ ଧାନ ତାତି। ମଣ୍ଡିରୁ ଧାନ ଉଠୁନଥିବାରୁ ବିଧାନସଭାରେ  କଂଗ୍ରେସ ଓ ବିଜେପିର ହଙ୍ଗାମା। ଟୋକନ ଅବ୍ୟବସ୍ଥା ନେଇ ବି ସରକାରଙ୍କ ଉପରେ ବର୍ଷିଛନ୍ତି ବିରୋଧୀ। ବିରୋଧୀଙ୍କ ହୋହାଲ୍ଲା ପାଟିତୁଣ୍ଡ ଯୋଗୁଁ ଗୃହ ୧୬ ଥର ମୁଲତବୀ ହୋଇଥିଲା । ଅଚଳାବସ୍ଥା ଦୂର କରିବାକୁ ବାଚସ୍ପତି ଡାକିଥିଲେ  ସର୍ବଦଳୀୟ ବୈଠକ।  ସେପଟେ ବାଚସ୍ପତିଙ୍କ ନିର୍ଦ୍ଦେଶ କ୍ରମେ ବିବାଦର ସମାଧାନ ପାଇଁ ଖାଦ୍ୟ ଯୋଗାଣ ମନ୍ତ୍ରୀ ୫ଟି ଧାନ ସଂଗ୍ରହ ଜିଲ୍ଲାର ବିଧାୟକମାନଙ୍କ ସହ ଆଲୋଚନା କରିଛନ୍ତି […]

b9098-8

b9098-8

Tapas Behera
  • Published: Monday, 24 February 2020
  • Updated: 24 February 2020, 08:49 PM IST

Sports

Latest News

ତେଲକୋଇ/ବୌଦ୍ଧ/ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ବିଧାନସଭାରେ ଧାନ ତାତି। ମଣ୍ଡିରୁ ଧାନ ଉଠୁନଥିବାରୁ ବିଧାନସଭାରେ  କଂଗ୍ରେସ ଓ ବିଜେପିର ହଙ୍ଗାମା। ଟୋକନ ଅବ୍ୟବସ୍ଥା ନେଇ ବି ସରକାରଙ୍କ ଉପରେ ବର୍ଷିଛନ୍ତି ବିରୋଧୀ। ବିରୋଧୀଙ୍କ ହୋହାଲ୍ଲା ପାଟିତୁଣ୍ଡ ଯୋଗୁଁ ଗୃହ ୧୬ ଥର ମୁଲତବୀ ହୋଇଥିଲା । ଅଚଳାବସ୍ଥା ଦୂର କରିବାକୁ ବାଚସ୍ପତି ଡାକିଥିଲେ  ସର୍ବଦଳୀୟ ବୈଠକ।  ସେପଟେ ବାଚସ୍ପତିଙ୍କ ନିର୍ଦ୍ଦେଶ କ୍ରମେ ବିବାଦର ସମାଧାନ ପାଇଁ ଖାଦ୍ୟ ଯୋଗାଣ ମନ୍ତ୍ରୀ ୫ଟି ଧାନ ସଂଗ୍ରହ ଜିଲ୍ଲାର ବିଧାୟକମାନଙ୍କ ସହ ଆଲୋଚନା କରିଛନ୍ତି । ଜିଲ୍ଲାପାଳମାନଙ୍କଠୁ  ରିପୋର୍ଟ ମିଳିବା ପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ମନ୍ତ୍ରୀ କହିଛନ୍ତି।

ଅନ୍ୟପଟେ ମଣ୍ଡିରେ ପଡିଛି ଶହ ଶହ ବସ୍ତା ଧାନ।  ଖରା, କାକର ଖାଉଛି । ଚାଷୀର ବର୍ଷକର ମେହନତ ଥରକୁ ଥର ମାଡି ଆସୁଥିବା ଅଦିନିଆ ବର୍ଷା, ଚାଷୀର ନିଦ ହଜେଇ ଦେଉଛି।  ଏମିତି ଦୃଶ୍ୟ ବୌଦ୍ଧ ଜିଲ୍ଲାରେ ଦେଖିବାକୁ ମିଳିଛି। ଧାନ ମଣ୍ଡିର ଟୋକନ୍ ଅଡ଼ୁଆକୁ ନେଇ ଯାଏଁ ଧାନ ବିକି ପାରିନାହାନ୍ତି ଚାଷୀ। ସେମିତି କେନ୍ଦୁଝର  ଜିଲ୍ଲା ତେଲକୋଇର ଅବସ୍ଥା।  ଏଠି ବି ଚାଷୀଙ୍କ ପାଇଁ କାଳ ହୋଇଛି ଟୋକନ ସମସ୍ୟା । ତେବେ ଟୋକାନ ବଣ୍ଟାରେ ଅନିୟମିତତା ଅଭିଯୋଗ ଆଣି ତେଲକୋଇ ବହୁମୁଖୀ ସମବାୟ ସମିତିରେ ତାଲା ପକାଇ ଦେଇଛନ୍ତି ଚାଷୀ ।

୩ ମାସ ହେଲା ଧାନ ଆଣିଥିଲେ ବି ତାହା ବିକ୍ରି ହୋଇପାରୁନଥିବା ଚାଷୀ କହିଛନ୍ତି । ସେହିପରି ଆଉ କିଛି ସ୍ଥାନରେ ମିଲର ଆସିନଥିବାରୁ ଧାନ ଉଠିପାରୁ  ନାହିଁ।  ଏପଟେ  ଚାଷୀଙ୍କ ସମସ୍ୟାକୁ ନେଇ ବିଧାନସଭାରେ ତାତି । ମଣ୍ଡିରୁ ଧାନ ଉଠୁନଥିବାରୁ କଂଗ୍ରେସ ଓ ବିଜେପି ହଙ୍ଗାମା କରିଛନ୍ତି। ପ୍ରଶ୍ନକାଳ ଆରମ୍ଭରେ ଉଭୟ ଦଳର ସଦସ୍ୟ ଗୃହରେ  ହୋହାଲ୍ଲା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos