ବିଚିତ୍ର ବିଜେଡି ସରକାର: କମ୍ୱଳ ସହିତ ବାଣ୍ଟୁଛି ପକ୍କା ଘର !

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରତିଦିନ ହଜାରେରୁ ଅଧିକ ପକ୍କାଘର ବାଣ୍ଟିବାକୁ ଘୋଷଣା କରିଛନ୍ତି ରାଜ୍ୟ ସରକାର। ମିଶନ ମୋଡ୍‌ରେ ଓ୍ୱାର୍କ ଅର୍ଡର ବଣ୍ଟା ଚାଲିଛି। ଟାର୍ଗେଟ୍ ରହିଛି ୨୦ ଲକ୍ଷ ଗରିବଙ୍କ ମୁଣ୍ଡରେ ରହିବ କଂକ୍ରିଟ୍ ଛାତ। ହେଲେ ବିଜେପି କିନ୍ତୁ ସରକାରଙ୍କ ପକ୍କାଘର ନିର୍ମାଣ ଘୋଷଣାକୁ ଭେଳିକି ବୋଲି କହିଛି। ୨୦୧୬ରେ ବିଜୁ ପକ୍କାଘର ହିତାଧିକାରୀ ତାଲିକାରେ ବାଲେଶ୍ୱର ଜିଲ୍ଲା ଗିଲିଦା ଗାଁର କଲ୍ୟାଣୀ ଜେନାଙ୍କ ନାଁ ଥିଲା। ନୂଆ ଘର ପାଇବା ଆଶାରେ ସରକାରୀ ବାବୁଙ୍କୁ […]

packa ghara distribuation in odisha

packa ghara distribuation in odisha

Rakesh Mallick
  • Published: Thursday, 04 January 2018
  • Updated: 04 January 2018, 08:54 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରତିଦିନ ହଜାରେରୁ ଅଧିକ ପକ୍କାଘର ବାଣ୍ଟିବାକୁ ଘୋଷଣା କରିଛନ୍ତି ରାଜ୍ୟ ସରକାର। ମିଶନ ମୋଡ୍‌ରେ ଓ୍ୱାର୍କ ଅର୍ଡର ବଣ୍ଟା ଚାଲିଛି। ଟାର୍ଗେଟ୍ ରହିଛି ୨୦ ଲକ୍ଷ ଗରିବଙ୍କ ମୁଣ୍ଡରେ ରହିବ କଂକ୍ରିଟ୍ ଛାତ। ହେଲେ ବିଜେପି କିନ୍ତୁ ସରକାରଙ୍କ ପକ୍କାଘର ନିର୍ମାଣ ଘୋଷଣାକୁ ଭେଳିକି ବୋଲି କହିଛି।

୨୦୧୬ରେ ବିଜୁ ପକ୍କାଘର ହିତାଧିକାରୀ ତାଲିକାରେ ବାଲେଶ୍ୱର ଜିଲ୍ଲା ଗିଲିଦା ଗାଁର କଲ୍ୟାଣୀ ଜେନାଙ୍କ ନାଁ ଥିଲା। ନୂଆ ଘର ପାଇବା ଆଶାରେ ସରକାରୀ ବାବୁଙ୍କୁ ଭରସା କରି ପୁରୁଣା ଘର ଖଣ୍ଡିକ ଭାଙ୍ଗିଦେଲେ। ହେଲେ ୨୦୧୬ ଯାଇ ୧୮ ହେଲା। ଘରର ଦେଖାନାହିଁ। ଏପଟେ କିନ୍ତୁ ୨୦ ଲକ୍ଷ ପକ୍କା ଘରର ଟାର୍ଗେଟ୍ ପୂରା କରିବାକୁ ଚାଲିଛି ସରକାରୀ କସରତ। ଖୋଦ ବିଭାଗୀୟ ମନ୍ତ୍ରୀ ନିଜ ନିର୍ବାଚନମଣ୍ଡଳୀ ପିପିଲିରେ କମ୍ବଳ ସାଙ୍ଗକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଓ୍ୱାର୍କ ଅର୍ଡର ବାଣ୍ଟିବାରେ ବ୍ୟସ୍ତ। ଆସନ୍ତାକାଲି ଡେଲାଙ୍ଗରେ ମଧ୍ୟ ଦେବେ ଘର।

ସରକାରୀ ତଥ୍ୟ କହୁଛି- ୨୦୧୪ରୁ ଗତ ଜାନୁଆରୀ ୨ ତାରିଖ ସୁଦ୍ଧା ପାଖାପାଖି ୪ ବର୍ଷରେ ୧୪ ଲକ୍ଷ ୧୧ ହଜାର ୨୮୦ଟି ପକ୍କା ଘର ସଂପୂର୍ଣ୍ଣ ହେଇଗଲାଣି। ବାକି ଥିବା ପାଖାପାଖି ୬ ଲକ୍ଷ ଘର ପୂରା କରିବା ପାଇଁ ପ୍ରତିଦିନ ୧୦୦୦ରୁ ଅଧିକ ଘର ନିର୍ମାଣ ହେବ। ସେଇଥିପାଇଁ ମିଶନ ମୋଡ୍‌ରେ ବଣ୍ଟା ଚାଲିଛି ଓ୍ୱାର୍କ ଅର୍ଡର।

ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ ମହାରଥୀ କହିଛନ୍ତି-“ପ୍ରତିଦିନ ୧୦୦୦ ଓ୍ୱାର୍କ ଅର୍ଡର ବାଣ୍ଟିବା ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ସେଥିପାଇଁ ଟାର୍ଗେଟ ପୂରଣ କରିବା ପାଇଁ ପ୍ରୟାସ ଚାଲିଛି। ଆଗାମୀ ଦିନରେ ଟାର୍ଗେଟ ନିଶ୍ଚିତ ପୂରଣ କରିବୁ।”

ରାଜ୍ୟ ସରକାରଙ୍କ ଏପରି ଉଦ୍ୟମକୁ ବିରୋଧୀ ସମାଲୋଚନା କରିଛନ୍ତି। ସରକାରଙ୍କ ପକ୍କାଘର ବଣ୍ଟନ କେବଳ ଏକ ଭ୍ରମ। ବାସ୍ତବତା ସହ ଏହାର କିଛି ବି ସଂପର୍କ ନାହିଁ। ଏପରିକି ବିଧାନସଭାରେ ତତ୍କାଳିନ ବିଭାଗୀୟ ମନ୍ତ୍ରୀ ରଖିଥିବା ତଥ୍ୟକୁ ଉଦ୍ଧାର କରି ବିଜେପି କହିଛି ଡିସେମ୍ବର ୨୦୧୫ ସୁଦ୍ଧା ୧ ଲକ୍ଷ ୬୮ ହଜାର ବିଜୁ ପକ୍କାଘର ନିର୍ମାଣର ଟାର୍ଗେଟ୍ ରଖିଥିବା ସରକାର ମାତ୍ର ୫୭ ହଜାର ୫୩୮ ଘର ତିଆରି କରିପାରିଥିଲେ। ତେବେ ସେଇ ସରକାର ମାତ୍ର ବର୍ଷକ ଭିତରେ ଏତେ ଘର କେମିତି କରିବେ ବୋଲି ପ୍ରଶ୍ନ ଉଠାଇଛି ବିଜେପି ମୁଖପାତ୍ର ଗୋଲକ ମହାପାତ୍ର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story