ସପ୍ତାହେ ଭିତରେ ଓଡ଼ିଶାରେ ପହଞ୍ଚିପାରନ୍ତି ‘ପଙ୍ଗପାଳ’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମହାମାରୀର ମହାସଙ୍କଟ ଭିତରେ ଦେଶ ଓ ରାଜ୍ୟକୁ ଘନେଇ ଆସୁଛି ଆଉ ଏକ ମହାବିପଦ। ତାହା ହେଉଛି, ଆତଙ୍କୀ କୀଟ ‘ପଙ୍ଗପାଳ’। ଉତ୍ତରରୁ ଦକ୍ଷିଣ ଭାରତ ଯାଏଁ ଚାଷୀଙ୍କ ନିଦ ହଜାଇ ଦେଇଥିବା ଏହି ଉଡ଼ନ୍ତା ଆତଙ୍କୀ ଏବେ ଓଡ଼ିଶା ଆସିବାର ଆଶଙ୍କା ବଢ଼ାଇଛି। ଫୁଡ ଆଣ୍ଡ ଏଗ୍ରିକଲ୍‌ଚର ଅର୍ଗାନାଇଜେସନ୍‌(ଫାଓ)ର ଆକଳନ ଅନୁସାରେ ଆସନ୍ତା ସପ୍ତାହେ ଭିତରେ ଓଡ଼ିଶା ପଶିପାରନ୍ତି ଏହି ଆତଙ୍କୀ କୀଟ। ପାକିସ୍ତାନରେ ଖାଦ୍ୟ ସଙ୍କଟ ପରେ ଭାରତର ପ୍ରାୟ […]

pangapala

pangapala

Manoranjan Sial
  • Published: Saturday, 30 May 2020
  • Updated: 30 May 2020, 08:42 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମହାମାରୀର ମହାସଙ୍କଟ ଭିତରେ ଦେଶ ଓ ରାଜ୍ୟକୁ ଘନେଇ ଆସୁଛି ଆଉ ଏକ ମହାବିପଦ। ତାହା ହେଉଛି, ଆତଙ୍କୀ କୀଟ ‘ପଙ୍ଗପାଳ’। ଉତ୍ତରରୁ ଦକ୍ଷିଣ ଭାରତ ଯାଏଁ ଚାଷୀଙ୍କ ନିଦ ହଜାଇ ଦେଇଥିବା ଏହି ଉଡ଼ନ୍ତା ଆତଙ୍କୀ ଏବେ ଓଡ଼ିଶା ଆସିବାର ଆଶଙ୍କା ବଢ଼ାଇଛି। ଫୁଡ ଆଣ୍ଡ ଏଗ୍ରିକଲ୍‌ଚର ଅର୍ଗାନାଇଜେସନ୍‌(ଫାଓ)ର ଆକଳନ ଅନୁସାରେ ଆସନ୍ତା ସପ୍ତାହେ ଭିତରେ ଓଡ଼ିଶା ପଶିପାରନ୍ତି ଏହି ଆତଙ୍କୀ କୀଟ।

ପାକିସ୍ତାନରେ ଖାଦ୍ୟ ସଙ୍କଟ ପରେ ଭାରତର ପ୍ରାୟ ୮ଟି ରାଜ୍ୟକୁ ଚରିଗଲେଣି ଲକ୍ଷ ଲକ୍ଷ ପଙ୍ଗପାଳ। ରାଜସ୍ଥାନ ଓ ଗୁଜରାଟ ପରେ ଉତ୍ତରପ୍ରଦେଶ, ପଞ୍ଜାବ, ହରିଆଣା, ଦିଲ୍ଲୀ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, କର୍ଣ୍ଣାଟକରେ ପହଞ୍ଚିଛନ୍ତି ଆତଙ୍କବାଦୀ କୀଟ। ଗଲାବେଳେ ହେକ୍ଟର ହେକ୍ଟର ଫସଲ ଖାଇ ଧ୍ୱଂସ କରିଦେଇଛନ୍ତି। ଫାଓର ଆକଳନ କହୁଛି, ବର୍ତ୍ତମାନ ପଶ୍ଚିମା ପବନ ବହୁଥିବାରୁ ସପ୍ତାହେ ଭିତରେ ଏହି ଫସଲ ଧ୍ୱଂସକାରୀ କୀଟ ଓଡ଼ିଶା ପଶିପାରନ୍ତି। ଏପରିକି ମଧ୍ୟପ୍ରଦେଶରୁ ଛତିଶଗଡ଼ ଡେଇଁ ଓଡ଼ିଶାକୁ ମାଡ଼ି ଆସିବାର ବି ସମ୍ଭାବନା ଦେଖାଦେଇଛି। ଯାହାକୁ ନେଇ ଆତଙ୍କୀତ ଛତିଶଗଡ଼ ସୀମାନ୍ତ ଓଡ଼ିଶା ଚାଷୀ।

ପଙ୍ଗପାଳ ଆତଙ୍କ ଭିତରେ ଅଦିନିଆ ବର୍ଷା ମାଡ଼ ଭାଙ୍ଗିଦେଇଛି ଚାଷୀର ଆର୍ଥିକ ମେରୁଦଣ୍ଡ। କେତେକ ଜିଲ୍ଲାରେ ଅମ୍ଫାନ ବାତ୍ୟା ଉଜାଡ଼ିବା ପରେ ଦୁଇଦିନ ହେଲା ଅନ୍ୟ ଜିଲ୍ଲାରେ କାଳସାଜିଛି କାଳବୈଶାଖୀ ବର୍ଷା। କଳାହାଣ୍ଡିର ଜିଲ୍ଲାରେ ପାଣିରେ ଓଦା ହୋଇଯାଇଛି ମଣ୍ଡିରେ ଥିବା ଚାଷୀର ଦାନାପାଣି। ଏପଟେ କଦଳୀ ଫସଲ ମଧ୍ୟ ଉଜୁଡ଼ିଯାଇଛି। କଳାହାଣ୍ଡି ଭଳି କୋରାପୁଟ୍‌ ଜିଲ୍ଲାର ବିଭିନ୍ନ ମଣ୍ଡିରେ ଭିଜିଯାଇଛି ବସ୍ତା ବସ୍ତା ଧାନ। ଯାହାକୁ ନେଇ ଚିନ୍ତାରେ ଚାଷୀ।

ଗୋଟିଏ ପଟେ ପ୍ରାକୃତିକ ବିପର୍ଯ୍ୟୟର ଦାଉ, ଆରପଟେ ପଙ୍ଗପାଳର ପଦଧ୍ୱନୀ। ଏହାର ମୁକାବିଲା ପାଇଁ ଛତିଶଗଡ଼ ସୀମାନ୍ତ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି। ତା’ସହ ବିଶେଷଜ୍ଞ କହିବା କଥା, ପଙ୍ଗପାଳ ଆସିଲେ ପ୍ରତିଷେଧମୂଳକ ଭାବେ ଫସଲ ଉପରେ ନିମ୍ବ ମଞ୍ଜିରେ ପ୍ରସ୍ତୁତ ଦ୍ରବଣକୁ ଏକର ପ୍ରତି ୨ଶହ ଲିଟର ହିସାବରେ ଉପରଓଳି ସିଞ୍ଚନ କରିବା ଉଚିତ। କ୍ଷେତରୁ ପଙ୍ଗପାଳକୁ ଟିଣ ବାଡେଇ ଘଉଡ଼ାଇବାକୁ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି। ପଙ୍ଗପାଳ ଦମନ ପାଇଁ ଏଯାଏଁ ନିର୍ଦ୍ଧିଷ୍ଟ ଔଷଧ ନଥିବାରୁ କେବଳ ସଜାଗ ରହିବାକୁ କୃଷି ବିଭାଗ ପରାମର୍ଶ ଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos