ହାଇଟେକ୍ ଆଡ୍‌ମିଶନ ମାମଲା, ସଚିବଙ୍କୁ ଭେଟିଲେ ଅଭିଭାବକ ସଂଘ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ହାଇଟେକ୍ ମେଡିକାଲ କଲେଜରେ ଆଡମିଶନ ବିବାଦର ସମାଧାନ ଲାଗି ଆଜି ସ୍ୱାସ୍ଥ୍ୟ ବିଭାଗର ଯୁଗ୍ମ ସଚିବଙ୍କୁ ଭେଟିଛି ଅଭିଭାବକ ସଂଘ। ଅଭିଯୋଗ ଶୁଣିବା ପରେ ଏହି ମାମଲା ଖୁବ୍ ଶୀଘ୍ର ସମାଧାନ କରାଯିବ ବୋଲି ସ୍ୱାସ୍ଥ୍ୟ ବିଭାଗର ଯୁଗ୍ମ ସଚିବ ପ୍ରତିଶ୍ରୁତି ଦେଇଛନ୍ତି। ଓଜେଇଇ ସେଲ୍‌ରେ ଛାତ୍ରଛାତ୍ରୀମାନେ ଆଡମିଶନ କରି ହାଇଟେକ ମେଡିକାଲ କଲେଜକୁ ରିପୋର୍ଟିଂ ପାଇଁ ଯାଇଥିଲେ। ମାତ୍ର କଲେଜ ସରକାରଙ୍କ ଧାର୍ଯ୍ୟ ଫି’ଠାରୁ ଅଧିକ ଅର୍ଥ ଦାବି କରିଥିଲେ। ସରକାର […]

PARENTS-ASSOCIATION-COMPLAINS-AGAINST-HI-TECH-MEDICAL-COLLEGE-ADMISSION-FEE

Manoranjan Sial
  • Published: Thursday, 18 July 2019
  • , Updated: 18 July 2019, 09:51 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ହାଇଟେକ୍ ମେଡିକାଲ କଲେଜରେ ଆଡମିଶନ ବିବାଦର ସମାଧାନ ଲାଗି ଆଜି ସ୍ୱାସ୍ଥ୍ୟ ବିଭାଗର ଯୁଗ୍ମ ସଚିବଙ୍କୁ ଭେଟିଛି ଅଭିଭାବକ ସଂଘ। ଅଭିଯୋଗ ଶୁଣିବା ପରେ ଏହି ମାମଲା ଖୁବ୍ ଶୀଘ୍ର ସମାଧାନ କରାଯିବ ବୋଲି ସ୍ୱାସ୍ଥ୍ୟ ବିଭାଗର ଯୁଗ୍ମ ସଚିବ ପ୍ରତିଶ୍ରୁତି ଦେଇଛନ୍ତି।

ଓଜେଇଇ ସେଲ୍‌ରେ ଛାତ୍ରଛାତ୍ରୀମାନେ ଆଡମିଶନ କରି ହାଇଟେକ ମେଡିକାଲ କଲେଜକୁ ରିପୋର୍ଟିଂ ପାଇଁ ଯାଇଥିଲେ। ମାତ୍ର କଲେଜ ସରକାରଙ୍କ ଧାର୍ଯ୍ୟ ଫି’ଠାରୁ ଅଧିକ ଅର୍ଥ ଦାବି କରିଥିଲେ। ସରକାର ଏହି କଲେଜରେ ଆଡମିଶନ ପାଇଁ ୬ ଲକ୍ଷ ୫୦ହଜାର ଟଙ୍କା ଫି’ ଧାର୍ଯ୍ୟ କରିଥିବା ବେଳେ କଲେଜ୍ ତରଫରୁ ୧୧ ଲକ୍ଷ ଟଙ୍କା ଡିମାଣ୍ଡ କରାଯାଉଛି। ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ନିର୍ଦ୍ଦେଶରେ ଏ ସମ୍ପର୍କରେ ତଦନ୍ତ ଚାଲିଥିବା ବେଳେ ଏଯାଏ ସମାଧାନର ସୂତ୍ର ବାହାରିପାରିନାହିଁ।

Related story