ଏସ୍‌ସିବିରେ ବିଚିତ୍ର ନିୟମ; ମୋବାଇଲ ବନ୍ଧକ ରଖି ଷ୍ଟ୍ରେଚର ନିଅ

କଟକ (ଓଡ଼ିଶା ରିପୋର୍ଟର): କଟକ ଏସ୍‌ସିବିକୁ ବିଶ୍ୱସ୍ତରୀୟ କରୁଛନ୍ତି ରାଜ୍ୟ ସରକାର। ହେଲେ ଏଠି ରୋଗୀଙ୍କ ପାଇଁ ପ୍ରଣୟନ କରାଯାଇଛି ବିଚିତ୍ର ନିୟମ। ମୋବାଇଲ୍‌ ବନ୍ଧକ ରଖିଲେ ମିଳୁଛି ଷ୍ଟ୍ରେଚର ଓ ହୁଇଲ୍‌ ଚେୟାର। ଉପାୟଶୂନ୍ୟ ରୋଗୀଙ୍କ ସମ୍ପର୍କୀୟମାନେ ମୋବାଇଲ୍‌ ବନ୍ଧକ ରଖିବାକୁ ବାଧ୍ୟ ହେଉଛନ୍ତି। ବଡ଼ ମେଡିକାଲ୍‌ରେ ଏପରି ବ୍ୟବସ୍ଥାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଓଡ଼ିଶାର ସବୁଠାରୁ ବଡ଼ ମେଡିକାଲ୍‌ ହେଉଛି କଟକ ଏସ୍‌ସିବି ମେଡିକାଲ। ଏଠାକୁ ପ୍ରତିଦିନ ରାଜ୍ୟ ଓ […]

SCB

SCB

Manoranjan Sial
  • Published: Thursday, 21 April 2022
  • Updated: 21 April 2022, 09:44 PM IST

Sports

Latest News

କଟକ (ଓଡ଼ିଶା ରିପୋର୍ଟର): କଟକ ଏସ୍‌ସିବିକୁ ବିଶ୍ୱସ୍ତରୀୟ କରୁଛନ୍ତି ରାଜ୍ୟ ସରକାର। ହେଲେ ଏଠି ରୋଗୀଙ୍କ ପାଇଁ ପ୍ରଣୟନ କରାଯାଇଛି ବିଚିତ୍ର ନିୟମ। ମୋବାଇଲ୍‌ ବନ୍ଧକ ରଖିଲେ ମିଳୁଛି ଷ୍ଟ୍ରେଚର ଓ ହୁଇଲ୍‌ ଚେୟାର। ଉପାୟଶୂନ୍ୟ ରୋଗୀଙ୍କ ସମ୍ପର୍କୀୟମାନେ ମୋବାଇଲ୍‌ ବନ୍ଧକ ରଖିବାକୁ ବାଧ୍ୟ ହେଉଛନ୍ତି। ବଡ଼ ମେଡିକାଲ୍‌ରେ ଏପରି ବ୍ୟବସ୍ଥାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।

ଓଡ଼ିଶାର ସବୁଠାରୁ ବଡ଼ ମେଡିକାଲ୍‌ ହେଉଛି କଟକ ଏସ୍‌ସିବି ମେଡିକାଲ। ଏଠାକୁ ପ୍ରତିଦିନ ରାଜ୍ୟ ଓ ରାଜ୍ୟ ବାହାରୁ ହଜାର ହଜାର ରୋଗୀ ଆସୁଛନ୍ତି। ଗୁରୁତର ରୋଗୀମାନଙ୍କୁ କାଜୁଆଲିଟିରୁ ଦୂରରେ ଥିବା ସିଟି ସ୍କାନ,ଏକ୍ସରେ, ଅଲ୍ଟ୍ରାସାଉଣ୍ଡ,ଏମ୍‌ଆର୍‌ଆଇ ଓ ଅନ୍ୟାନ୍ୟ ପରୀକ୍ଷା ପାଇଁ ରଞ୍ଜନ ରଶ୍ମୀ ବିଭାଗକୁ ବୋହି ନେବାକୁ ଷ୍ଟ୍ରେଚର ଏବଂ ହୁଇଲ୍‌ ଚେୟାର ବ୍ୟବସ୍ଥା ଅଛି। ହେଲେ ମେଡିକାଲ୍‌ରେ ନିୟୋଜିତ ଠିକା ସଂସ୍ଥା ଏଥିପାଇଁ ଅଜବ ନିୟମ ପ୍ରଣୟନ କରିଛନ୍ତି। କହୁଛନ୍ତି, ଆଗେ ମୋବାଇଲ୍‌ ବନ୍ଧା ରଖ, ତା’ପରେ ଷ୍ଟ୍ରେଚର ବା ହୁଇଲ ଚେୟାର ନିଅ। ଯେତେବେଳେ ଷ୍ଟ୍ରେଚର ବା ହୁଇଲ୍‌ ଚେୟାର ଫେରାଇବ, ସେତେବେଳେ ମୋବାଇଲ୍‌ ନେବ। ଏଭଳି ଏକ ଅଜବ ନିୟମ ପାଇଁ ରୋଗୀ ଓ ତାଙ୍କ ସମ୍ପର୍କୀୟମାନେ ନାନା ହଇରାଣ ହରକତ ହେଉଛନ୍ତି।

ମେଡିକାଲ୍‌ରେ ନିୟୋଜିତ ଠିକା ସଂସ୍ଥାର କଠୋର ନିୟମ ପଛରେ ରହିଛି ବଡ଼ ରହସ୍ୟ। କଥାଟି ହେଉଛି ଗୁରୁତର ରୋଗୀଙ୍କୁ ସେମାନଙ୍କ ସମ୍ପର୍କୀୟମାନେ ଷ୍ଟ୍ରେଚର ବା ହୁଇଲ ଚେୟାରରେ ନେଉଛନ୍ତି ସତ, ହେଲେ ଠିକଣା ଢଙ୍ଗରେ ଫେରାଉ ନାହାନ୍ତି। ସରକାରୀ ମେଡିକାଲ୍‌ ଭାବି ଯେଉଁଠି ପାରୁଛନ୍ତି, ସେଠି ଷ୍ଟ୍ରେଚର ବା ହୁଇଲ ଚେୟାରକୁ ପକାଇ ଦେଇ ପଳାଉଛନ୍ତି। ଯାହାଫଳରେ ଷ୍ଟ୍ରେଚର ବା ହୁଇଲ ଚେୟାର ଗୁଡ଼ିକ ଚୋରି ହୋଇଯାଉଛି। ଏଥିପାଇଁ ଅନ୍ୟ ରୋଗୀମାନେ ନାନା ହଇରାଣ ହେଉଛନ୍ତି। ଠିକା ସଂସ୍ଥା ମଧ୍ୟ କ୍ଷତି ସହୁଛି। କେତେକ ରୋଗୀଙ୍କ ଅଭଦ୍ରାମୀ ପାଇଁ ମେଡିକାଲ୍‌ରେ ନିୟୋଜିତ ଠିକା ସଂସ୍ଥା ମୋବାଇଲ ବନ୍ଧକ ପରି ବ୍ୟବସ୍ଥା କରିଥିବା ଜଣାପଡ଼ିଛି।

ସ୍ୱେଚ୍ଛାସେବୀ ସହାୟକ ଅନୁପମା ପଣ୍ଡା କହିଛନ୍ତି, “ଲୋକମାନେ ଷ୍ଟ୍ରେଚର ନେଲା ପରେ ଯେଉଁଠି ପାରୁଛନ୍ତି, ସେଠି ପକାଇ ଦେଇ ପଳାଉଛନ୍ତି। ଫେରାଉ ନାହାନ୍ତି। ଗତ ୫ ବର୍ଷ ଭିତରେ ୩୦ରୁ ଅଧିକ ଷ୍ଟେଚର ଓ ହୁଇଲ୍‌ ଚେୟାର ହଜି ଗଲାଣି। ଏନେଇ ମେଡ଼ିକାଲ୍‌ ସୁପରିନ୍‌ଟେଣ୍ଡେଣ୍ଟଙ୍କୁ ଲିଖିତ ଭାବେ ଜଣାଇଛି। ମୁଁ ଜାଣିପାରୁଛୁ, ଲୋକମାନେ ହଇରାଣ ହେଉଛନ୍ତି, ତଥାପି ଆମେ ବାଧ୍ୟ ହେଉଛୁ ମୋବାଇଲ୍‌ ଫୋନ୍ ରଖିବା ପାଇଁ। ଏହାଦ୍ୱାରା ଲୋକମାନେ ଶୀଘ୍ର ଷ୍ଟ୍ରେଚର ଫେରାଉଛନ୍ତି।”

ଏସ୍‌ସିବି ମେଡିକାଲ୍‌ର ପ୍ରଶାସନିକ ଅଧିକାରୀ ଅବିନାଶ ରାଉତ କହିଛନ୍ତି, “ଏ ବିଷୟ ଖବର ପାଇଛି। ଏ ସମ୍ପର୍କରେ ସୁପରିନ୍‌ଟେଣ୍ଡେଣ୍ଟ ମାଡାମଙ୍କ ସହିତ କଥା ହୋଇଛି। ସେପରି ଅସୁବିଧା ଯେପରି ଭବିଷ୍ୟତରେ ନହେବ, ସେଥିପାଇଁ ଆମେ ବ୍ୟବସ୍ଥା କରିବୁ। ସେଠାରେ ଆବଶ୍ୟକ ମୁତାବକ ନୂଆ ଷ୍ଟ୍ରେଚର ଯୋଗାଇଦେବୁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos