ଏଣିକି ନିଜ ଘରେ ରହିବେ କରୋନା ରୋଗୀ, କୋଭିଡ୍ ହସ୍ପିଟାଲ ଯିବା ଜରୁରୀ ନୁହେଁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଦ୍ରୁତଗତିରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାପରେ ରାଜ୍ୟ ସରକାର କୋଭିଡ-୧୯ ଲକ୍ଷଣ ନଥିବା ଅବା ସ୍ୱଳ୍ପ ଲକ୍ଷଣ ଥିବା ସଂକ୍ରମିତଙ୍କୁ ନିଜ ଘରେ ରହିବାକୁ ଅନୁମତି ମିଳିବ। ତେବେ ଏଥିପାଇଁ ସମ୍ପୃକ୍ତ ରୋଗୀଙ୍କୁ ଏକ ନିର୍ଦ୍ଧାରିତ ଫର୍ମାଟରେ ଲିଖିତ ଭାବେ ସରକାରଙ୍କ ଅନୁମତି ନେବାକୁ ପଡ଼ିବ। ପ୍ରଥମ ପର୍ଯ୍ୟାୟରେ ଆଜିଠୁ ଏଭଳି ବ୍ୟବସ୍ଥା ରାଜ୍ୟର ସହରାଞ୍ଚଳରେ ଲାଗୁ ହୋଇଛି। କେନ୍ଦ୍ର ସରକାରଙ୍କ ଗାଇଡଲାଇନ୍ ଅନୁସାରେ ରାଜ୍ୟ ସରକାର ଏଭଳି ବ୍ୟବସ୍ଥା କରିଛନ୍ତି […]

corona

corona

Manoranjan Sial
  • Published: Monday, 11 May 2020
  • Updated: 11 May 2020, 06:33 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଦ୍ରୁତଗତିରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାପରେ ରାଜ୍ୟ ସରକାର କୋଭିଡ-୧୯ ଲକ୍ଷଣ ନଥିବା ଅବା ସ୍ୱଳ୍ପ ଲକ୍ଷଣ ଥିବା ସଂକ୍ରମିତଙ୍କୁ ନିଜ ଘରେ ରହିବାକୁ ଅନୁମତି ମିଳିବ। ତେବେ ଏଥିପାଇଁ ସମ୍ପୃକ୍ତ ରୋଗୀଙ୍କୁ ଏକ ନିର୍ଦ୍ଧାରିତ ଫର୍ମାଟରେ ଲିଖିତ ଭାବେ ସରକାରଙ୍କ ଅନୁମତି ନେବାକୁ ପଡ଼ିବ। ପ୍ରଥମ ପର୍ଯ୍ୟାୟରେ ଆଜିଠୁ ଏଭଳି ବ୍ୟବସ୍ଥା ରାଜ୍ୟର ସହରାଞ୍ଚଳରେ ଲାଗୁ ହୋଇଛି। କେନ୍ଦ୍ର ସରକାରଙ୍କ ଗାଇଡଲାଇନ୍ ଅନୁସାରେ ରାଜ୍ୟ ସରକାର ଏଭଳି ବ୍ୟବସ୍ଥା କରିଛନ୍ତି ବୋଲି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ସୂଚନା ଦେଇଛନ୍ତି।

ଆଜି ନିୟମିତ ବୁଲେଟିନରେ ଶ୍ରୀ ମହାପାତ୍ର କହିଛନ୍ତି ଯେ, କରୋନା ସଂକ୍ରମିତ ରୋଗୀଙ୍କୁ ହସ୍ପିଟାଲର ଡିସଚାର୍ଜ କରାଯିବା ଓ ସ୍ୱଳ୍ପ ତଥା ଲକ୍ଷଣ ନଥିବା ରୋଗୀଙ୍କୁ ନିଜ ଘରେ କ୍ୱାରେଣ୍ଟାଇନରେ ରହିବା ପାଇଁ ଗାଇଡଲାଇନ୍ ଜାରି କରିଛନ୍ତି। ତେବେ କରୋନା ରୋଗୀଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରିବା ନେଇ କେନ୍ଦ୍ର ସରକାରଙ୍କ ମେ’ ୮ତାରିଖର ନିୟମକୁ କେତେକ ସଂଶୋଧନ କରି ରାଜ୍ୟ ସରକାର ଏହାକୁ ଲାଗୁ କରିଛନ୍ତି। ସ୍ୱଳ୍ପ ଲକ୍ଷଣ କିମ୍ବା ବିଲକୁଲ୍ ଲକ୍ଷଣ ନଥିବା ରୋଗୀଙ୍କ ଲକ୍ଷଣ ପ୍ରକାଶ ପାଇବାର ୧୦ଦିନପରେ କିମ୍ବା ୩ଦିନ ଧରି ଜ୍ୱର ନଥିଲେ ସେମାନଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇପାରିବ ଓ ଗୁରୁତର ରୋଗୀଙ୍କ କ୍ଷେତ୍ରରେ ଲକ୍ଷଣ ପ୍ରକାଶ ପାଇବା ବନ୍ଦ ହେବାର ୩ଦିନ ପରେ ଡିସଚାର୍ଜ କରିବାକୁ କେନ୍ଦ୍ର ସରକାର କହିଛନ୍ତି । ସେମାନେ ଡିସଚାର୍ଜ ହେବାପରେ ୭ଦିନ କ୍ୱାରେଣ୍ଟାଇନରେ ରହିବେ। ତେବେ ରାଜ୍ୟ ସରକାର ଏଥିରେ କେତେକ ପରିବର୍ତ୍ତନ କରି ହସ୍ପିଟାଲରୁ ଡିସଚାର୍ଜ ପରେ ରୋଗୀଙ୍କୁ ୭ଦିନ ପରିବର୍ତ୍ତେ ୧୪ଦିନ ଘରେ ପୃଥକବାସରେ ରହିବାକୁ ପଡ଼ିବ । ଏହି ନୂଆ ବ୍ୟବସ୍ଥା ଦ୍ୱାରା କୋଭିଡ୍ ହସ୍ପିଟାଲଗୁଡ଼ିକରେ ପର୍ଯ୍ୟାପ୍ତ ବେଡ୍ ସୁବିଧା ଅନ୍ୟ ନୂଆ ରୋଗୀଙ୍କ ପାଇଁ ଉପଲବ୍ଧ କରାଯାଇପାରିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

ସେହିପରି ହୋମ୍ ଆଇସୋଲେସନରେ ରହିବାପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏପ୍ରିଲ ୨୭ ଓ ମେ ୧୦ତାରିଖରେ ଦୁଇଟି ଗାଇଡଲାଇନ୍ ପଠାଇଛନ୍ତି। ସେହି ଆଧାରରେ ସ୍ୱଳ୍ପ ଲକ୍ଷଣ କିମ୍ବା ଲକ୍ଷଣ ନଥିବା ନୂଆ କୋଭିଡ ରୋଗୀ ନିଜ ଘରେ କ୍ୱାରେଣ୍ଟାଇନରେ ଓ ଦୈନିକ ମେଡିକାଲ ସର୍ଭେଲାନ୍ସରେ ରହିବେ। ଗୁରୁତର ଲକ୍ଷଣ ଦେଖାଦେଲେ ତାଙ୍କୁ କୋଭିଡ୍ ଡାକ୍ତରଖାନାକୁ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯିବ। ଓଡ଼ିଶାରେ ଘରେ ପୃଥକବାସରେ ଥିବା ବ୍ୟକ୍ତିଙ୍କ ଘର ସମ୍ମୁଖରେ କ୍ୱାରେଣ୍ଟାଇନ ଷ୍ଟିକର ଲଗାଯିବା ସହ ସମ୍ପୃକ୍ତ ରୋଗୀଙ୍କ ହାତରେ ଅଲିଭା କାଳି ଓ ବ୍ୟାଣ୍ଡ ଲଗାଯିବ। ଯଦି ଘରେ ଅଲଗା ଶୌଚାଳୟ ବା କଠୋରୀ ନଥିବ ତା’ହେଲେ ସମ୍ପୃକ୍ତ ରୋଗୀ ସରକାରଙ୍କ ଦ୍ୱାରା ଆନୁଷ୍ଠାନିକ କ୍ୱାରେଣ୍ଟାଇନରେ ରହିବେ। ତେବେ ଏଥିପାଇଁ ସମ୍ପୃକ୍ତ ରୋଗୀଙ୍କୁ ଏକ ନିର୍ଦ୍ଧାରିତ ଫର୍ମାଟରେ ସରକାରଙ୍କଠୁ ଅନୁମତି ନେବାକୁ ପଡ଼ିବ। ତଥା ସାମାଜିକ ଦୂରତ୍ୱ ଓ ସଙ୍ଗରୋଧକୁ ସେ କଡ଼ାକଡ଼ି ଭାବେ ପାଳନ କରିବେ ବୋଲି ଲିଖିତ ଭାବେ ସରକାରଙ୍କ ଜଣାଇବେ। ପ୍ରଥମ ପର୍ଯ୍ୟାୟରେ ଏହି ବ୍ୟବସ୍ତା ସହରାଞ୍ଚଳରେ ଲାଗୁ ହେବ। ଗାଁରେ ଯେହେତୁ ସମସ୍ତ ଘରେ ଏଭଳି ଶୌଚାଳୟ ଅବା କୋଠରୀ ନଥିବ ତେଣୁ ଭବିଷ୍ୟତରେ ଯେଉଁଠି ଏଭଳି ବ୍ୟବସ୍ଥା ଥିବ ସେଠାରେ ଏହି ନିୟମ ଲାଗୁ କରାଯିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos