ସରିଲା ମା’ଙ୍କ ଶୁଦ୍ଧିକ୍ରିୟା: ଗତ ଥର ଗର୍ଜୁଥିଲେ, ଏଥର ମୁହଁବନ୍ଦ

ବଲାଙ୍ଗିର(ଓଡ଼ିଶା ରିପୋର୍ଟର): ପୁଣିଥରେ ବଲାଙ୍ଗିର ଜେଲକୁ ଫେରିଛନ୍ତି ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ଘଟଣାରେ ଗିରଫ ହୋଇଥିବା ଇଂରାଜୀ ଅଧ୍ୟାପକ ପୁଞ୍ଜିଲାଲ ମେହେର।  ମା’ର ଶୁଦ୍ଧିକ୍ରୀୟା ପାଇଁ ହାଇକୋର୍ଟଙ୍କ ପୁଞ୍ଜିଲାଲ ମେହେରଙ୍କୁ ଚାରିଦିନିଆ ଅନ୍ତରୀଣ ଜାମିନ ପ୍ରଦାନ କରିଥିଲେ। ତେଣୁ ୨୪ ତାରିଖରେ ପୁଞ୍ଜିଲାଲ ମେହେର ଜାମିନରେ ପାଟଣାଗଡ଼ର ରାମପୁର ଠାରେ ଥିବା ଘରକୁ ଯାଇଥିଲେ। ସେଠାରେ ମା’ଙ୍କ ଅସ୍ତି ସଂଗ୍ରହ କରିଥିଲେ। ତା’ପରେ ପୁଞ୍ଜିଲାଲ ମା’ର ଆତ୍ମାର ଶାନ୍ତି ପାଇଁ ଘରେ ଗାୟତ୍ରୀ ହୋମଯଜ୍ଞ କରିଥିଲେ। […]

punjilal-2-1

punjilal-2-1

Tapas Behera
  • Published: Tuesday, 28 January 2020
  • Updated: 28 January 2020, 04:52 PM IST

Sports

Latest News

ବଲାଙ୍ଗିର(ଓଡ଼ିଶା ରିପୋର୍ଟର): ପୁଣିଥରେ ବଲାଙ୍ଗିର ଜେଲକୁ ଫେରିଛନ୍ତି ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ଘଟଣାରେ ଗିରଫ ହୋଇଥିବା ଇଂରାଜୀ ଅଧ୍ୟାପକ ପୁଞ୍ଜିଲାଲ ମେହେର।  ମା’ର ଶୁଦ୍ଧିକ୍ରୀୟା ପାଇଁ ହାଇକୋର୍ଟଙ୍କ ପୁଞ୍ଜିଲାଲ ମେହେରଙ୍କୁ ଚାରିଦିନିଆ ଅନ୍ତରୀଣ ଜାମିନ ପ୍ରଦାନ କରିଥିଲେ। ତେଣୁ ୨୪ ତାରିଖରେ ପୁଞ୍ଜିଲାଲ ମେହେର ଜାମିନରେ ପାଟଣାଗଡ଼ର ରାମପୁର ଠାରେ ଥିବା ଘରକୁ ଯାଇଥିଲେ। ସେଠାରେ ମା’ଙ୍କ ଅସ୍ତି ସଂଗ୍ରହ କରିଥିଲେ। ତା’ପରେ ପୁଞ୍ଜିଲାଲ ମା’ର ଆତ୍ମାର ଶାନ୍ତି ପାଇଁ ଘରେ ଗାୟତ୍ରୀ ହୋମଯଜ୍ଞ କରିଥିଲେ।

ଗତକାଲି ଚାରିଦିନର ଅବଧି ସରିଥିବା ବେଳେ ଆଜି ଦିନ ୧୧ ଟାରେ ପାଟଣାଗଡ କୋର୍ଟରେ ଆତ୍ମସମର୍ପଣ କରିବା ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ ଥିଲା।  ୧୦ ଟା ୩୦ରେ ପୁଞ୍ଜିଲାଲ ମେହେର ପାଟଣାଗଡ ଏ.ଡି.ଜେ କୋର୍ଟ ଏବଂ ଏସ୍.ଡି.ଜି.ଏମ କୋର୍ଟରେ ଆତ୍ମସମର୍ପଣ କରିଥିଲେ। ତା’ପରେ ପୁଲିସ ଏସ୍‌କର୍ଟରେ ପୁଞ୍ଜିଲାଲ ମେହେରକୁ ପାଟଣାଗଡରୁ ବଲାଙ୍ଗିର ଜେଲକୁ ଅଣାଯାଇଥିଲା।  ବଲାଙ୍ଗିର ଜେଲକୁ ଯିବା ସମୟରେ ମଧ୍ୟ ପୁଞ୍ଜିଲାଲ ମେହେର ଗଣାମାଧ୍ୟମକୁ କୌଣସ ପ୍ରକାର ପ୍ରତିକ୍ରୀୟା ଦେଇନଥିଲେ।

ଅନ୍ତରୀଣ ଜାମିନ ସମୟରେ ପୁଞ୍ଜିଲାଲକୁ ପାଟଣାଗଡ ସହର ଭିତରେ ବୁଲାବୁଲି କରିବା ପାଇଁ ମଧ୍ୟ କୋର୍ଟ ଅନୁମତି ଦେଇଥିଲେ। କିନ୍ତୁ ପୁଞ୍ଜିଲାଲ ଚାରିଦିନ କେବଳ ଘର ଭିତରେ କଟାଇଥିଲେ । ବୁଲାବୁଲି କରି ନଥିଲେ। ଘରେ ଚୁପଚାପ ରହିବା ସହିତ ପୂଜାପାଠ କରିଥିଲେ।

ପୂର୍ବଥର ପୁଞ୍ଜିଲାଲ ବାହାରକୁ ଆସି ପୁଲିସ ଓ ପ୍ରଶାସନ ଉପରେ ବହୁତ ବର୍ଷୁଥିଲେ। କିନ୍ତୁ ଏଥର ଚୁପଚାପ ରହିଥିଲେ ପୁଞ୍ଜିଲାଲ। ଆସନ୍ତା ୩୧ ତାରିଖରେ ପୁଞ୍ଜିଲାଲ ମେହେରଙ୍କ ରେଗୁଲାର ଜାମିନ ଉପରେ ଶୁଣାଣି କରିବେ ହାଇକୋର୍ଟ।  ତେଣୁ ଶୁଣାଣି ସମୟରେ,  ଏହି ଚାରିଦିନର ରିପୋର୍ଟ କାର୍ଡ ଉପସ୍ଥାପନ କରି ପୁଞ୍ଜିଲାଲଙ୍କୁ ରେଗୁଲାର ଜାମିନ ପ୍ରଦାନ କରିବା ପାଇଁ ହାଇକୋର୍ଟଙ୍କୁ ଅନୁରୋଧ କରିବେ ପୁଞ୍ଜିଲାଲ। ଗତ ୧୦ ତାରିଖରେ ପୁଞ୍ଜିଲାଲଙ୍କ ମା’ ଇନ୍ଦୁମତି ମେହେର କ୍ୟାନସର ରୋଗରେ ମୃତ୍ୟୁବରଣ କରିଥିବା ବେଳେ, ୧୨ ତାରିଖରେ ମାକୁ ମୁଖାଗ୍ନି ଦେବା ପାଇଁ ଗୋଟିଏ ଦିନର ଜାମିନରେ ବାହାରିଥିଲେ ପୁଞ୍ଜିଲାଲ।

ଗତ ୨୪ ତାରିଖରେ ଶୁଦ୍ଧିକ୍ରୀୟା ପାଇଁ ଚାରିଦିନିଆ ଜାମିନ ପାଇଥିଲେ ପୁଞ୍ଜିଲାଲ। ଏବେ ମା’ର ଅସ୍ଥି ବିସର୍ଜନ ସହିତ ବାକି ଥିବା ଶୁଦ୍ଧିକ୍ରୀୟା ପାଇଁ  ପୁଣିଥରେ ପୁଞ୍ଜିଲାଲଙ୍କୁ ଜାମିନ ଦେବା ପାଇଁ ହାଇକୋର୍ଟରେ ଆବେଦନ କରାଯିବ ବୋଲି କହିଛନ୍ତି ପୁଞ୍ଜିଲାଲଙ୍କ ଓକିଲ। ଏହା ସହିତ ଆସନ୍ତା ୩୧ ତାରିଖରେ ପୁଞ୍ଜିଲାଲ ମେହେରଙ୍କର ରେଗୁଲାର ଜାମିନର ମଧ୍ୟ ଶୁଣାଣୀ ଅଛି।  ତେଣୁ ଏବେ ସମସ୍ତଙ୍କ ନଜର, ପୁଣିଥରେ ପୁଞ୍ଜିଲାଲ ଜାମିନରେ ଆସିବ ନା ଜେଲରେ ରହିବ।

ଅନ୍ୟପଟେ ପାର୍ସଲ ବୋମା ବିସ୍ପୋରଣ ଘଟଣାକୁ ଦୁଇ ବର୍ଷ ବିତିବାକୁ ବସିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ , କୋର୍ଟରେ ମାମଲାର ଟ୍ରାଏଲ ଆରମ୍ଭ ହୋଇପାରିନାହିଁ। ତେଣୁ ନ୍ୟାୟ ମିଳିବ କି ନାହିଁ ତାକୁ ନେଇ ସନ୍ଦେହ ପ୍ରକାଶ କରିଛନ୍ତି ମୃତ ସୌମ୍ୟ ଶେଖରଙ୍କ ପତ୍ନୀ।  ସେପଟେ ଖୁବ ଶୀଘ୍ର ପୁଞ୍ଜିଲାଲ ବିରୋଧରେ ଚାର୍ଜ ଫ୍ରେମ କରାଯାଇ, କେସର ଟ୍ରାଏଲ ଆରମ୍ଭ ହେବ ବୋଲି କହିଛନ୍ତି ସରକାରୀ ଓକିଲ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story