ଭୁବନେଶ୍ୱର: ଓଡ଼ିଶା ଗସ୍ତ ଅଧାରୁ ବାତିଲ୍ କରି ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଦିଲ୍ଲୀ ଫେରିଗଲେ। ପତ୍ନୀଙ୍କ ଅସୁସ୍ଥତା କାରଣରୁ ଗତକାଲି ରାତି ୧୧. ୧୫ ମିନିଟରେ ରାଷ୍ଟ୍ରପତି ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ଶୁକ୍ରବାର ପହଞ୍ଚିଥିଲେ ରାଷ୍ଟ୍ରପତି। ପ୍ରଥମେ ସେ ଖୋର୍ଦ୍ଧା ରାମେଶ୍ୱର ହାଇସ୍କୁଲର ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ଯୋଗଦେଇ ପୁରୀ ଯାଇଥିଲେ। ସେଠାରେ ଦିଅଁ ଦର୍ଶନ କରିବା ସହ ରାଜଭବନରେ ରାତ୍ରୀଯାପନ କରିବାର କାର୍ଯ୍ୟକ୍ରମ ଥିଲା। ଶନିବାର ସେ ନ୍ୟାସନାଲ ଲ ୟୁନିଭର୍ସିଟିର ଦ୍ୱିତୀୟ ସମାବର୍ତ୍ତନ ଉତ୍ସବ ସହ ଅନ୍ୟ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥାନ୍ତେ। ତେବେ ପତ୍ନୀଙ୍କ ଅସୁସ୍ଥତା ଖବର ପାଇବା ପରେ ସେ ତୁରନ୍ତ ପୁରୀରୁ ବାୟୁସେନାର ସ୍ୱତନ୍ତ୍ର ହେଲିକପଟରରେ ଭୁବନେଶ୍ୱର ଫେରି ସ୍ୱତନ୍ତ୍ର ବିମାନରେ ଦିଲ୍ଲୀ ଫେରିଯାଇଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଦିନଟିଏ ବଢ଼ିଲା କଟକ ବାଲିଯାତ୍ରା
ଆଜି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଐତିହାସିକ କଟକ ବାଲିଯାତ୍ରାକୁ ଗୋଟିଏ ଦିନ ବୃଦ୍ଧି କରିଛନ୍ତି।
Sports
ବାରବାଟୀ ଦିନିକିଆ ପାଇଁ କମିଲା ଟିକେଟ ଦର
ରାଜ୍ୟବ୍ୟାପୀ କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ପରେ ହ୍ରାସ ପାଇଲା ବାରବାଟୀ ଟିକେଟ ଦର। ଫେବ୍ରୁଆରୀ ୯ରେ ବାରବାଟୀରେ ଖେଳାଯିବ ଭାରତ-ଇଂଲଣ୍ଡ ଦିନିକିଆ ମ୍ୟାଚ୍।
Miscellaneous
ରାଜ୍ୟ ସୂଚନା କମିଶନ ଅଧ୍ୟକ୍ଷ ଓ ୪ ସଦସ୍ୟ ନିଯୁକ୍ତି ପାଇଁ ବିଜ୍ଞାପନ, କାର୍ଯ୍ୟରତ ୨ସଦସ୍ୟଙ୍କୁ ନେଇ ସସପେନ୍ସ
ରାଜ୍ୟ ସରକାର ଆଜି ମଙ୍ଗଳବାର ‘ରାଜ୍ୟ ସୂଚନା କମିଶନ’ରେ ୪ଟି କମିଶନର(ସଦସ୍ୟ) ପଦବୀ ପୂରଣ ନିମନ୍ତେ ବିଜ୍ଞାପନ ଜାରି କରିଛନ୍ତି । ଯୋଗ୍ୟ ପ୍ରାର୍ଥୀମାନେ ଡିସେମ୍ବର ୨୪ତାରିଖ ସୁଦ୍ଧା ଆବେଦନ କରିବାକୁ କୁହାଯାଇଛି ।
Entertainment
'ବନବାସ୍' ରିଲିଜ ପୂର୍ବରୁ ପୁରୀରେ ବଲିଉଡ୍ ଅଭିନେତା ଉତ୍କର୍ଷ ଶର୍ମା
ପୁରୀ ଆସି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କଲେ ବଲିଉଡ୍ ଅଭିନେତା ଉତ୍କର୍ଷ ଶର୍ମା। ଆଗାମୀ ଚଳଚ୍ଚିତ୍ର 'ବନବାସ୍'ର ସଫଳତା କାମନା କଲେ।
Miscellaneous
ବେଦାନ୍ତ ଜମି ଫେରାଇବା ପ୍ରସଙ୍ଗ: ଚାଷୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନିଆଯିବ କହିଲେ ମନ୍ତ୍ରୀ
ବେଦାନ୍ତ ଜମି ଫେରି ପାଇବା ବଦଳରେ କ୍ଷତିପୂରଣ ରାଶି ଫେରାଇବା ଅଦାଲତଙ୍କ ନିର୍ଦ୍ଦେଶ। ଯଦି ଲୋକେ ନିଜ ଜମି ଫେରିପାଇବା ଲାଗି କ୍ଷତିପୂରଣ ରାଶି ବାଧକ ସାଜେ ତେବେ ସରକାର ଏହା ଉପରେ ବିଚାର କରିବେ କହିଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ।