ପ୍ରଦେଶ କଂଗ୍ରେସ ସଭ୍ୟ ସଂଗ୍ରହ କାର୍ଯ୍ୟକ୍ରମ ଘୁଞ୍ଚିଲା, ନେତାଙ୍କୁ ମନେଇବା ପରେ ହେବ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚଳିତ ମାସ ୬ ତାରିଖରୁ ରାଜ୍ୟ କଂଗ୍ରେସର ପ୍ରସ୍ତାବିତ ସଭ୍ୟ ସଂଗ୍ରହ ଅଭିଯାନକୁ ବାତିଲ କରାଯାଇଛି। କଂଗ୍ରେସର ବରିଷ୍ଠ ନେତା ତଥା ବିଧାୟକ ସୁରେଶ ରାଉତରାୟ ପୂର୍ବରୁ ଏହି ସୂଚନା ଦେଇଥିଲେ। ଏହା ଉପରେ ଆଜି ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇ ପରବର୍ତ୍ତୀ ସମୟରେ ସଭ୍ୟ ସଂଗ୍ରହ ପାଇଁ ନୂଆ ତାରିଖ ଧାର୍ଯ୍ୟ ହେବ ବୋଲି କୁହାଯାଇଛି। ପ୍ରଦେଶ କଂଗ୍ରେସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ […]

congress-23199999

congress-23199999

Manoranjan Sial
  • Published: Wednesday, 04 September 2019
  • Updated: 04 September 2019, 07:23 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚଳିତ ମାସ ୬ ତାରିଖରୁ ରାଜ୍ୟ କଂଗ୍ରେସର ପ୍ରସ୍ତାବିତ ସଭ୍ୟ ସଂଗ୍ରହ ଅଭିଯାନକୁ ବାତିଲ କରାଯାଇଛି। କଂଗ୍ରେସର ବରିଷ୍ଠ ନେତା ତଥା ବିଧାୟକ ସୁରେଶ ରାଉତରାୟ ପୂର୍ବରୁ ଏହି ସୂଚନା ଦେଇଥିଲେ। ଏହା ଉପରେ ଆଜି ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇ ପରବର୍ତ୍ତୀ ସମୟରେ ସଭ୍ୟ ସଂଗ୍ରହ ପାଇଁ ନୂଆ ତାରିଖ ଧାର୍ଯ୍ୟ ହେବ ବୋଲି କୁହାଯାଇଛି।

ପ୍ରଦେଶ କଂଗ୍ରେସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏବେ ବିଦେଶ ଗସ୍ତରେ ଅଛନ୍ତି ଓ ସେ ଆଜି ଫେରିବାର କାର୍ଯ୍ୟକ୍ରମ ଥିଲା। ତେଣୁ ୬ ତାରିଖରେ ଦଳର ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ ହୋଇଥାନ୍ତା। ମାତ୍ର କଂଗ୍ରେସ ହାଇକମାଣ୍ଡ ରାଜ୍ୟରେ ଥିବା ପିସିସିର ସମସ୍ତ କମିଟିକୁ ଭାଙ୍ଗି ଦେଇଥିବାରୁ ଦଳର ନେତାମାନଙ୍କ ମଧ୍ୟରେ ଅସନ୍ତୋଷ ଓ ଦ୍ୱନ୍ଦ୍ୱ ରହିଛି। ତେଣୁ ନେତାମାନଙ୍କ ସହ ବିଚାରବିମର୍ଶ ନକରି ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ କରିବା ଉଚିତ୍ ହେବ ନାହିଁ ବୋଲି ଦଳ ଅନୁଭବ କରିଛି। ସେହି କାରଣରୁ ସଭାପତି ଶ୍ରୀ ପଟ୍ଟନାୟକ ଓଡ଼ିଶା ଫେରିବା ପରେ ଦଳର ସବୁ ବର୍ଗର ବରିଷ୍ଠ ନେତାମାନଙ୍କ ବୈଠକ ଡାକି ସାଂଗଠନିକ ପ୍ରସଙ୍ଗରେ ବିଚାରବିମର୍ଶ କରିବେ। ତା’ପରେ ନେତାମାନଙ୍କ ମତାମତ ଆଧାରରେ ହିଁ ଦଳର ସଭ୍ୟ ସଂଗ୍ରହ ଅଭିଯାନ କାର୍ଯ୍ୟକ୍ରମ ଓ ଅନ୍ୟାନ୍ୟ ସାଂଗଠନିକ କାର୍ଯ୍ୟକ୍ରମ କରାଯିବ। ତେବେ ଏଆଇସିସି ପକ୍ଷରୁ ପିସିସିର ସମସ୍ତ କମିଟିକୁ ଭାଙ୍ଗି ଦିଆଯାଇଥିବାରୁ ସଭାପତି ଶ୍ରୀ ପଟ୍ଟନାୟକ ପ୍ରଥମେ ପିସିସିର କେତେକ କମିଟି ସହ ନିଜ ଟିମର ମଧ୍ୟ ପୁନର୍ଗଠନ କରିବେ। ତା’ପରେ ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ ହେବ ବୋଲି ସୂଚନା ମିଳିଛି।

ସୂଚନାଯୋଗ୍ୟ, ନିର୍ବାଚନରେ କଂଗ୍ରେସର ଦୁର୍ବଳ ପ୍ରଦର୍ଶନ ପରଠୁ ଦଳ ଭିତରେ ଅସ୍ଥିରତା ଦେଖାଦେଇଛି। ପିସିସି ସଭାପତି ପଦରୁ ଶ୍ରୀ ପଟ୍ଟନାୟକ ଓହରିବାକୁ ଚାହିଁଥିଲେ ମଧ୍ୟ ଏଆଇସିସି ତାଙ୍କୁ ଉକ୍ତ ପଦରେ ବଜାୟ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ନେତୃତ୍ୱ ଅଭାବରୁ ରାଜ୍ୟରେ ଦଳର ନେତାମାନେ ଏବେ ସାଂଗଠନିକ କାର୍ଯ୍ୟକ୍ରମରୁ ଦୂରେଇ ରହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story