ଖଲିକୋଟ(ସିଲୁ ବିଶ୍ୱାଳ): କ୍ୱାରେଣ୍ଟାଇନ୍ ସେଣ୍ଟରରେ ଅଭାବନୀୟ ଦୃଶ୍ୟ। ଖାଇବା ପ୍ଲେଟ ଫୋପାଡ଼ି ଦେଲେ ପ୍ରବାସୀ ଓଡ଼ିଆ। ଏମିତି ଚିତ୍ର ବେଗୁନିଆପଡା ବ୍ଲକ ପରେ ଗଂଜାମ ବ୍ଲକ ସୁବଳୟା ପଞ୍ଚାୟତ ଶତୃସୋଲ ଆଦର୍ଶ ବିଦ୍ୟାଳୟରୁ ଆସିଛି। ନିମ୍ନମାନର ଖାଦ୍ୟ ଅଭିଯୋଗ କରି ଖାଦ୍ୟ ପ୍ଲେଟକୁ ଫୋପାଡ଼ି ଦେଇଥିଲେ ପ୍ରବାସୀ ଓଡ଼ିଆ। ଏନେଇ ସେମାନେ ନିଜ ମୋବାଇଲରେ ଭିଡ଼ିଓ ଉତ୍ତୋଳନ କରି ସୋଶାଲ ମିଡ଼ିଆରେ ପୋଷ୍ଟ କରିଛନ୍ତି । ଆଜି ସକାଳ ଜଳଖିଆରେ ଉପମା- ତରକାରୀ ଦିଆ ଯାଇଥିଲା ।
ହେଲେ ତାହା ନିମ୍ନମାନର ଦର୍ଶାଇ ସେମାନେ ଅସନ୍ତୁଷ୍ଟ ହୋଇ ଖାଇବା ଥାଳି ଫୋପାଦିଦେଇଥିଲେ । ସେହିପରି ଗତକାଲି ରାତିରେ ଦିଆଯାଇଥିବା ଖାଦ୍ୟ ମଧ୍ୟ ନିମ୍ନମାନର ଥିଲା ବୋଲି ସେମାନେ ଅଭିଯୋଗ କରିଥିଲେ।
ଖବର ପାଇ ସ୍ଥାନୀୟ ବିଡ଼ିଓ ଏଵଂ ତହସିଲଦାର ଆସି ବୁଝାସୁଝା କରିଥିଲେ । ସୂଚନା ଅନୁଯାୟୀ ସୁରଟରୁ ଫେରିବା ପରେ ପ୍ରବାସୀ ଓଡ଼ିଆମାନଙ୍କୁ କ୍ୱାରେଣ୍ଟାଇନ୍ ସେଣ୍ଟରରେ ରଖାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Health
ବାୟୁ ପ୍ରଦୂଷଣ କରିପାରେ ଏହି ସବୁ ଜଟିଳ ରୋଗ
ପ୍ରଦୂଷିତ ବାୟୁ ଅଞ୍ଚଳରେ ରହିବା ଦ୍ୱାରା କେଉଁ କେଉଁ ସ୍ୱାସ୍ଥ୍ୟ ସମସ୍ୟା ହୁଏ, ଜାଣନ୍ତୁ...
Health
କେଉଁମାନେ ଚିଆ ସିଡ୍ସ ଖାଇବା ଅନୁଚିତ୍, ଜାଣନ୍ତୁ
ଶରୀରରେ କିଛି ସମସ୍ୟା ଥିଲେ ଚିଆ ସିଡ୍ସ ସେବନ ହାନିକାରକ ହୋଇପାରେ।
Health
ମଧୁମେହ ହେଲେ ଦେଖାଯାଏ ଏହି ସବୁ ପ୍ରାରମ୍ଭିକ ଲକ୍ଷଣ
ମଧୁମେହ ହେଲେ ଶରୀରରେ ପ୍ରଥମେ କେଉଁ ସବୁ ଲକ୍ଷଣ ଦେଖାଯାଏ, ଜାଣନ୍ତୁ...
Health
ଭାରତୀୟମାନେ ଦିନକୁ କେତେଥର ଖାଇବା ଉଚିତ?
ଆମ ଭାରତୀୟମାନଙ୍କ ପାଇଁ ଖାଇବା ହେଉଛି ଉପଭୋଗ କରିବାର ଏକ ସାମଗ୍ରୀ। ଯେତେବେଳେ ମନ ହୁଏ, ଆମେ ଖାଇନେଉ। ହେଲେ ଖାଦ୍ୟ ନିୟନ୍ତ୍ରଣ କରିବା ଆମ ପାଇଁ ଅତ୍ୟନ୍ତ କଷ୍ଟକର।
Health
ଅଧିକ ଲୁଣ ଖାଉଛନ୍ତି କି? ହୋଇପାରେ ପେଟ କ୍ୟାନ୍ସର୍
WHO ଅନୁଯାୟୀ, ଜଣେ ବୟସ୍କ ବ୍ୟକ୍ତି ପ୍ରତିଦିନ ୫ ଗ୍ରାମରୁ ଅଧିକ ଲୁଣ ଖାଇବା ଉଚିତ୍ ନୁହେଁ, ଏଥିରେ ୨ ଗ୍ରାମ ସୋଡିୟମ୍ ଏବଂ ୩.୫ ଗ୍ରାମ ପୋଟାସିୟମର ମିଶ୍ରଣ ରହିବା ଉଚିତ୍।