‘ତିତ୍ଲି’ ମୃତକଙ୍କ ପରିବାରକୁ ତିନି ଦିନ ଭିତରେ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାମୁଦ୍ରିକ ଝଡ଼ ‘ତିତଲି’ ତାଣ୍ଡବ ରଚି ଚାଲି ଯାଇଛି। କିଛି ଲୋକଙ୍କର ଏଥିରେ ମୃତ୍ୟୁ ଘଟିଛି।
‘ତିତ୍ଲି’ ଯୋଗୁ ପ୍ରାଣ ହରାଇଥିବା ଲୋକଙ୍କ ପରିବାରକୁ ତୁରନ୍ତ ସହାୟତା ରାଶି ପ୍ରଦାନ କରିବାକୁ ସ୍ୱତନ୍ତ୍ର ରିଲିଫ କମିଶନର (ଏସ୍ଆର୍ସି) ନିର୍ଦ୍ଦେଶ ଦେଇଛନ୍ତି।
ଆହୁରି ପଢ଼ନ୍ତୁ
୩ ଦିନ ଭିତରେ କ୍ଷତି ପୂରଣ ଦେବା ପାଇଁ ସମସ୍ତ ଜିଲ୍ଲାପାଳଙ୍କୁ ସେ ଚିଠି ଲେଖିଛନ୍ତି। ଏଥିସହ ଆରଆଇ ଓ ତହସିଲଦାରମାନଙ୍କୁ ପ୍ରକ୍ରିୟା ତ୍ୱରାନ୍ୱିତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।
ମୃତକଙ୍କ ନିକଟ ସମ୍ପର୍କୀୟଙ୍କୁ ୪ ଲକ୍ଷ ଟଙ୍କା ଦେବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି।
ପୂର୍ବରୁ ମୃତ୍ୟୁର ୭ଦିନ ଭିତରେ କ୍ଷତିପୂରଣ ଦେବା ପାଇଁ ନିର୍ଦ୍ଦେଶ ରହିଥିଲା।