ଟଙ୍କିକିଆ ଚାଉଳ ପାଇଁ ବାଜି ଲାଗିଛି ଜୀବନ

ତେଲକୋଇ(ଚିନ୍ମୟ ସାହୁ): ସରକାର ଗରିବ ଲୋକଙ୍କ ପାଇଁ ଟଙ୍କିକିଆ ଚାଉଳ ବ୍ୟବସ୍ଥା କରିଛନ୍ତି। ହେଲେ ସରକାରଙ୍କ ଏହି ଟଙ୍କିକିଆ ଚାଉଳ ପାଇବାକୁ ଲୋକଙ୍କୁ ଯେ, ଏତେ କଷ୍ଟ କରିବାକୁ ପଡୁଛି, ତାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଚାଉଳ ଦିଆଯାଉଥିବା ଜାଗାରେ ପହଞ୍ଚିବା ପାଇଁ ଲୋକଙ୍କୁ ନିଜ ଜୀବନକୁ ବାଜି ଲଗାଇବାକୁ ପଡ଼ୁଛି।  ଗଣ୍ଡାଏ ଚାଉଳ ପାଇଁ ଲୋକଙ୍କୁ ହୁଲି ଡଙ୍ଗାରେ ବୈତରଣୀ ପାର ହୋଇ ଯିବାକୁ ପଡ଼ୁଛି। କେନ୍ଦୁଝର ଜିଲ୍ଲା ଫୁଲଝର ପଞ୍ଚାୟତର କେନ୍ଦୁଘଟି ଗାଁ […]

river.jpg,,,

river.jpg,,,

Tapaswini Nayak
  • Published: Thursday, 19 September 2019
  • Updated: 19 September 2019, 03:19 PM IST

Sports

Latest News

ତେଲକୋଇ(ଚିନ୍ମୟ ସାହୁ): ସରକାର ଗରିବ ଲୋକଙ୍କ ପାଇଁ ଟଙ୍କିକିଆ ଚାଉଳ ବ୍ୟବସ୍ଥା କରିଛନ୍ତି। ହେଲେ ସରକାରଙ୍କ ଏହି ଟଙ୍କିକିଆ ଚାଉଳ ପାଇବାକୁ ଲୋକଙ୍କୁ ଯେ, ଏତେ କଷ୍ଟ କରିବାକୁ ପଡୁଛି, ତାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଚାଉଳ ଦିଆଯାଉଥିବା ଜାଗାରେ ପହଞ୍ଚିବା ପାଇଁ ଲୋକଙ୍କୁ ନିଜ ଜୀବନକୁ ବାଜି ଲଗାଇବାକୁ ପଡ଼ୁଛି।  ଗଣ୍ଡାଏ ଚାଉଳ ପାଇଁ ଲୋକଙ୍କୁ ହୁଲି ଡଙ୍ଗାରେ ବୈତରଣୀ ପାର ହୋଇ ଯିବାକୁ ପଡ଼ୁଛି। କେନ୍ଦୁଝର ଜିଲ୍ଲା ଫୁଲଝର ପଞ୍ଚାୟତର କେନ୍ଦୁଘଟି ଗାଁ ଲୋକେ ପ୍ରତିବର୍ଷ ବର୍ଷାଦିନେ ଡଙ୍ଗାରେ ବିପଦସଙ୍କୁଳ ଭାବେ ଯାତ୍ରା କରୁଛନ୍ତି। ଏହି ଦୃଶ୍ୟଟି ଆଜି ନୁହେଁ, ସବୁ ବର୍ଷ ବର୍ଷା ଦିନେ ଏହି ଦୃଶ୍ୟ ଦେଖିବାକୁ ମିଳିଥାଏ।

କେନ୍ଦୁଘଟି ଗାଁର ଗୋଟିଏ ପଟେ ପାହାଡ଼ ଏବଂ ଦୁଇ ପାର୍ଶ୍ୱରେ ବୈତରଣୀ ଓ ମଲଦା ନଦୀ।  ଖରା ଦିନେ ନଦୀରେ ପାଣି କମି ଯାଉଥିବାରୁ ଲୋକେ ଯେନତେନ ପ୍ରକାରେ ଗାଁରୁ ବାହାରକୁ ଯାଇପାରନ୍ତି। ହେଲେ ବର୍ଷା  ତିନି ମାସ ଲୋକଙ୍କ ଦୁର୍ଦ୍ଦଶା ବଢ଼ିଯାଇଥାଏ। ଲୋକେ ଜଳବନ୍ଦୀ  ହୋଇ ରହିଯାଆନ୍ତି। ଗାଁ ବାହାରକୁ ଯିବା ପାଇଁ ଡଙ୍ଗାର ସାହାଯ୍ୟ ନେଇଥାନ୍ତି।

ଫୁଲଝରଠାରେ ପଞ୍ଚାୟତ କାର୍ଯ୍ୟାଳୟ ରହିଛି। ଏହି ପଞ୍ଚାୟତ କାର୍ଯ୍ୟାଳୟକୁ ଯିବା ପାଇଁ ବୈତରଣୀ ନଦୀ ପାର ହେବାକୁ ପଡ଼ିଥାଏ। ପଞ୍ଚାୟତ କାର୍ଯ୍ୟାଳରୁ ଚାଉଳ ନେବା ପାଇଁ ଲୋକେ ଛୋଟ ହୁଲି ଡଙ୍ଗାରେ ବୈତରଣୀ ନଦୀ ପାରହୋଇ ଆସିଥା’ନ୍ତି। ଡଙ୍ଗାରେ ଚାଉଳ ଲଦି ଉଛୁଳା ନଦୀରେ ବିପଦ ସଙ୍କୁଳ ଅବସ୍ଥାରେ ଗାଁକୁ ଫେରିଥାଆନ୍ତି।

ଯଦି ସେମାନେ ଟଙ୍କିକିଆ ଚାଉଳ ପାଇଁ ଯିବେ ନାହିଁ, ତାହାହେଲେ ସେମାନେ ଭୋକ ଉପାସରେ ରହିବେ ବୋଲି ଗ୍ରାମବାସୀ କହିଛନ୍ତି।

ପୋଲଟି ନିର୍ମାଣ ପାଇଁ ଦାବି କରୁଥିଲେ ମଧ୍ୟ ନେତା ଓ ପ୍ରଶାସନିକ ଅଧିକାରୀ କେହି କର୍ଣ୍ଣପାତ କରୁ ନାହାଁନ୍ତି ବୋଲି ଗ୍ରାମବାସୀ କହିଛନ୍ତି। ପୋଲଟିଏ ପାଇଁ ଗ୍ରାମବାସୀ ଗତ ନିର୍ବାଚନ ବର୍ଜନ କରିଥିଲେ। କିନ୍ତୁ ତା ପରେ ମଧ୍ୟ ଫଳ ଶୂନ।

ତେବେ ଏ ସଂପର୍କରେ ବାଁଶପାଳ ବ୍ଲକ ଯୋଗାଣ ଅଧିକାରୀ ଶିଶିର କୁମାର ସାହୁ କହିଛନ୍ତି, ପୋଲ ନିର୍ମାଣ ପାଇଁ ଗ୍ରାମବାସୀ ଦାବି କରୁଛନ୍ତି। ବର୍ଷବର୍ଷ ଧରି ଲୋକେ ଡଙ୍ଗାରେ ନଦୀ ପାର ହୋଇ ଚାଉଳ ପାଇଁ ଯାଉଛନ୍ତି। ବିଭାଗ ତରଫରୁ କେନ୍ଦୁଘଟିରେ ଏକ ପିଡିଏସ ସବ୍ ସେଣ୍ଟର କରାଯାଇ ଏହି ସମସ୍ୟାର ସମାଧାନ କରାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story