ବାରିପଦା(ମାଣିକ ଲାଲ ପାଣି): ବନ୍ଧୁକ ଦେଖାଇ ପେଟ୍ରୋଲ ପମ୍ପରୁ ଲୁଟି ନେଲେ ୪୦ରୁ ୫୦ ହଜାର ଟଙ୍କା। ମାଲିକ ଏହାର ପ୍ରତିବାଦ କରିବାରୁ ତାଙ୍କ ବେକରେ ଧାରୁଆ ଅସ୍ତ୍ର ଲଗାଇଦେଲେ ଦୁର୍ବୃତ୍ତ। ଫଳରେ କର୍ମଚାରୀମାନେ ଭୟଭୀତ ହୋଇ ଦୁର୍ବୃତ୍ତଙ୍କୁ ସମସ୍ତ ଟଙ୍କା ଦେଇଦେଲେ। ସିସିଟିଭିରେ କଏଦ ହେଲା ଲୁଟ୍ ବେଳର ଭିଡିଓ । ହେଲେ ପୁଲିସ୍ ଅପରାଧୀଙ୍କ ଟେର ପାଇପାରିନି। ଏପରି ଘଟଣା ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମାଣତ୍ରୀସ୍ଥିତ ପେଟ୍ରୋଲ ପମ୍ପରେ ଗତ ରାତିରେ ଘଟିଛି।
ମାଣତ୍ରୀସ୍ଥିତ ପେଟ୍ରୋଲ ପମ୍ପ ରେ ଗତ ରାତିରେ ଦୁଇ ଜଣ ଦୁର୍ବୃତ୍ତ ବାଇକ୍ରେ ଆସି ପହଞ୍ଚିଥିଲେ। ଏହାପରେ ସେମାନେ ପେଟ୍ରୋଲ ପମ୍ପ ମାଲିକଙ୍କୁ ବନ୍ଧୁକ ଦେଖାଇ ଟଙ୍କା ମାଗିଥିଲେ । ମାତ୍ର ମାଲିକଜଣକ ଏହାର ପ୍ରତିରୋଧ କରି ଟଙ୍କା ଦେବାକୁ ରାଜି ହୋଇ ନ ଥିଲେ। ଏହାପରେ ଦୁର୍ବୃତ୍ତମାନେ ତାଙ୍କ ବେକରେ ଧାରୁଆ ଅସ୍ତ୍ର ଲଗାଇଦେଲେ। ଫଳରେ କର୍ମଚାରୀମାନେ ଭୟଭୀତ ହୋଇ ଦୁର୍ବୃତ୍ତଙ୍କୁ ପାଖରେ ଥିବା ସମସ୍ତ ଟଙ୍କା ଦେଇଦେଲେ।
[caption id="attachment_690903" align="aligncenter" width="650"] ଦୁର୍ବୃତ୍ତମାନଙ୍କ ଟାର୍ଗେଟରେ ଥିବା ପେଟ୍ରୋଲ ପମ୍ପ ।[/caption]
ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁଯାୟୀ, ଦୁଇ ଦୁବୃର୍ତ୍ତ ବାଇକ୍ରେ ବୈଶିଙ୍ଗା ପଟୁ ଆସି ବଡ଼ସାହି ଆଡ଼କୁ ପଳାଇ ଯାଇଛନ୍ତି । ସେମାନେ ଓଡ଼ିଆ ରେ କଥା ହେଉଥିବା ବେଳେ ପାଖାପାଖି ୪୦ ରୁ ୫୦ ହଜାର ଟଙ୍କା ଲୁଟ ହୋଇଥିବା ମାଲିକ କହିଛନ୍ତି ।
ଏନେଇ ପେଟ୍ରୋଲ ପମ୍ପ ମାଲିକ ବୈଶିଙ୍ଗା ଥାନା ରେ ଅଭିଯୋଗ କରିଛନ୍ତି । ଗତକାଲି ବୈଶିଙ୍ଗା ପୋଲିସ ମଧ୍ୟ କିଛି ସନ୍ଦିଗ୍ଧ ମାନଙ୍କୁ ଅଟକ ରଖିଥିବା ଜଣା ପଡିଛି ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।