ପାଟକୁରାରେ ବିଜେଡି ପ୍ରାର୍ଥୀଙ୍କ 'ଟଙ୍କାବଣ୍ଟା'କୁ ନେଇ ସୋଶାଲ ମିଡିଆରେ ଚର୍ଚ୍ଚା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପାଟକୁରା ବିଧାନସଭା ନିର୍ବାଚନରେ ଦଳୀୟ ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲଙ୍କୁ ଜିତାଇବା ପାଇଁ ବିଜେଡି ଏବେ ନିଜର ପୁରା ଦମ୍ ଲଗାଇ ଦେଇଛି। ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କୁ ବିଧାନସଭା ନ ପୂରାଇ ଦେବା ଲକ୍ଷ୍ୟରେ ବିଜେଡି ଏବେ ଅର୍ଥ ଓ କ୍ଷମତା ବଳ ଉପଯୋଗ କରୁଥିବା ସୋଶାଲ ମିଡିଆରେ ଘୁରି ବୁଲୁଥିବା ଫଟୋଚିତ୍ରରୁ ସ୍ପଷ୍ଟ ଜଣାପଡ଼ୁଛି। ବିଜେଡି ପ୍ରାର୍ଥୀ ଶ୍ରୀମତୀ ଅଗ୍ରୱାଲ ନିଜ ସପକ୍ଷରେ ପ୍ରଚାର କରିବାବେଳେ ସାଧାରଣ ଭୋଟରଙ୍କୁ ଟଙ୍କା ବାଣ୍ଟୁଥିବାର ଫଟୋଚିତ୍ର […]

patakora

patakora

Manoranjan Sial
  • Published: Tuesday, 09 July 2019
  • Updated: 09 July 2019, 09:16 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପାଟକୁରା ବିଧାନସଭା ନିର୍ବାଚନରେ ଦଳୀୟ ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲଙ୍କୁ ଜିତାଇବା ପାଇଁ ବିଜେଡି ଏବେ ନିଜର ପୁରା ଦମ୍ ଲଗାଇ ଦେଇଛି। ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କୁ ବିଧାନସଭା ନ ପୂରାଇ ଦେବା ଲକ୍ଷ୍ୟରେ ବିଜେଡି ଏବେ ଅର୍ଥ ଓ କ୍ଷମତା ବଳ ଉପଯୋଗ କରୁଥିବା ସୋଶାଲ ମିଡିଆରେ ଘୁରି ବୁଲୁଥିବା ଫଟୋଚିତ୍ରରୁ ସ୍ପଷ୍ଟ ଜଣାପଡ଼ୁଛି। ବିଜେଡି ପ୍ରାର୍ଥୀ ଶ୍ରୀମତୀ ଅଗ୍ରୱାଲ ନିଜ ସପକ୍ଷରେ ପ୍ରଚାର କରିବାବେଳେ ସାଧାରଣ ଭୋଟରଙ୍କୁ ଟଙ୍କା ବାଣ୍ଟୁଥିବାର ଫଟୋଚିତ୍ର ଏବେ ଫେସବୁକରେ ଘୁରି ବୁଲୁଛି। ଯାହାକୁ ନେଇ ଲୋକଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

ସୂଚନା ଅନୁସାରେ, ଫେସବୁକରେ ଘୁରି ବୁଲୁଥିବା ଫଟୋରେ ବିଜେଡି ପ୍ରାର୍ଥୀ ଶ୍ରୀମତୀ ଅଗ୍ରୱାଲ ନିଜ ସମର୍ଥକଙ୍କ ସହ ପ୍ରଚାରରେ ଯାଇଥିବାବେଳେ ସାଧାରଣ ଭୋଟରଙ୍କୁ ଟଙ୍କା ବାଣ୍ଟୁଛନ୍ତି। ବିଜେଡି ପକ୍ଷରୁ ଖୋଲାଖୋଲି ଭାବେ ଭୋଟରଙ୍କୁ ପ୍ରଭାବିତ ପାଇଁ ଟଙ୍କା ବଣ୍ଟାଯାଉଥିଲେ ମଧ୍ୟ ଆଶ୍ଚର୍ଯ୍ୟଜନକ ଭାବେ ଅନ୍ୟ ଦୁଇ ପ୍ରମୁଖ ବିରୋଧୀ ଦଳ ବିଜେପି ଓ କଂଗ୍ରେସ ପକ୍ଷରୁ ଏହାର ପ୍ରତିବାଦ ମଧ୍ୟ କରାଯାଇନାହିଁ। ପାଟକୁରାରେ ୨୦ତାରିଖରେ ବିଧାନସଭା ଆସନ ପାଇଁ ଭୋଟ୍ ହେବାକୁ ଥିବାବେଳେ ସେଠାରେ ପ୍ରାର୍ଥୀଙ୍କ ଗତିବିଧି ଓ ଖର୍ଚ୍ଚ ଉପରେ ନଜର ରଖିବାକୁ କେଉଁ ଅଧିକାରୀଙ୍କୁ ପର୍ଯ୍ୟବେକ୍ଷକ ଭାବେ ମୁତୟନ କରାଯାଇଛି ତାହା ମଧ୍ୟ ସାଧାରଣ ଭାବେ କେହି ଜାଣିପାରୁନାହାନ୍ତି। ସାଧାରଣ ନିର୍ବାଚନରେ ପାଟକୁରା,ରାଜନଗର ଓ ମହାକାଳପଡ଼ା ବିଧାନସଭା ଆସନ ପାଇଁ ପର୍ଯ୍ୟବେକ୍ଷକ ଭାବେ ଆଇଆରଏସ୍ ଦୀପାଥି ଜୟରାଜଙ୍କୁ ଦାୟିତ୍ୱ ମିଳିଥିଲା। ମାତ୍ର ସେ ସେହି ଦାୟିତ୍ୱରେ ଅଛନ୍ତି କି ନାହିଁ ତାହା ଜଣାପଡ଼ୁନଥିବାବେଳେ ପାଟକୁରାରେ ଏଭଳି ଖୋଲାଖୋଲି ଟଙ୍କା ବଣ୍ଟା ଉପରେ ସ୍ଥାନୀୟ ପ୍ରଶାସନ ମଧ୍ୟ ଲଗାମ ଦେବାକୁ ଚେଷ୍ଟା ମଧ୍ୟ କରିନାହିଁ। ଭୋଟ୍ ହାତେଇବା ପାଇଁ ବିଜେଡି ନେତାମାନେ କିଛି କଲେ ବି ସେମାନଙ୍କୁ ରୋକିବାକୁ ସ୍ଥାନୀୟ ପ୍ରଶାସନ ସାହାସ ଜୁଟାଇ ପାରୁନଥିବା ଜଣାପଡ଼ିଛି।

ପାଟକୁରାରେ ଦଳୀୟ ପ୍ରାର୍ଥୀଙ୍କ ଜିତିବା ସୁନିଶ୍ଚିତ କରିବା ନିମନ୍ତେ ବିଜେଡି ୧୦ରୁ ୧୨ଜଣ ମନ୍ତ୍ରୀ ଓ ୩୫ରୁ ୪୦ଜଣ ବିଧାୟକଙ୍କୁ ସେଠାରେ ମୁତୟନ କରିଛି। ଶାସକ ଦଳର ଏହି ପ୍ରଭାବଶାଳୀ ନେତା ଓ ମନ୍ତ୍ରୀମାନେ ଏବେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ୍ ଭିକ୍ଷା ଆଳରେ କଳବଳକୌଶଳ ଲଗାଇ ଦେଇଛନ୍ତି। ନିର୍ବାଚନ ତାରିଖ ଯେତିକି ପାଖେଇବ ଏଭଳି କଳକୌଶଳ ଅଧିକ ହେବାର ଆଶଙ୍କା ମଧ୍ୟ ରହିଛି। ତେଣୁ ପାଟକୁରା ବିଧାନସଭା ନିର୍ବାଚନକୁ ସ୍ୱଚ୍ଛ, ଅବାଧ ଓ ନିରପେକ୍ଷ କରିବା ନିମନ୍ତେ ନିର୍ବାଚନ କମିଶନ ତୁରନ୍ତ ଦୃଷ୍ଟି ଦେବାର ଆବଶ୍ୟକତା ଥିବା ସାଧାରଣରେ ମତ ପ୍ରକାଶ ପାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story