ଆସନ୍ତା ଶିକ୍ଷାବର୍ଷରୁ ସ୍କୁଲରେ ଖୋଲିବ ଯୁକ୍ତ ଦୁଇ

ଭୁବନେଶ୍ୱର: ଆସନ୍ତା ଶିକ୍ଷାବର୍ଷରୁ ଆବଶ୍ୟକ ଭିତ୍ତିଭୂମି ଥିବା କିଛି ହାଇସ୍କୁଲରେ ଏକାଦଶ ଶ୍ରେଣୀ ପାଠପଢା ଆରମ୍ଭ ହେବ। ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସ୍କୁଲ ଓ ଗଣଶିକ୍ଷା ବିଭାଗ, ଉଚ୍ଚ ଶିକ୍ଷା ବିଭାଗ ନିର୍ଦ୍ଦେଶକ ଏବଂ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ଚିଠି କରାଯାଇଛି। ୧୩ଟି ଜିଲ୍ଲାର ଜିଲ୍ଲା ସ୍କୁଲ ସହ ଆବଶ୍ୟକ ଭିତ୍ତିଭୂମି ଥିବା ଅନ୍ୟାନ୍ୟ ବଛାବଛା ସ୍କୁଲରେ ଏହା କାର୍ଯ୍ୟକାରୀ ହେବ।  ପରବର୍ତ୍ତୀ ପର୍ଯ୍ୟାୟରେ ଅନ୍ୟ ସ୍କୁଲଗୁଡ଼ିକରେ କାର୍ଯ୍ୟକାରୀ ହେବ।

ଗତ ୪ ତାରିଖରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହି ନିଷ୍ପତ୍ତି ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ଏକାଦଶ ଶ୍ରେଣୀକୁ କିଛି ସ୍କୁଲରେ ପାଇଲଟ ପ୍ରୋଜେକ୍ଟ ଭାବେ ‌ଆରମ୍ଭ କରାଯିବ। ଯେଉଁ ଅଧ୍ୟାପକମାନେ ଯୁକ୍ତ ଦୁଇରେ ପାଠ ପଢାଉ ଥିବେ ସେମାନେ ସେହି ସ୍କୁଲ ଏବଂ ଗଣଶିକ୍ଷା ବିଭାଗ ଅଧୀନରେ ପାଠ ପଢାଇବେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।