ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଆଙ୍କ ଅନ୍ୟତମ ବଡ଼ ଗଣପର୍ବ ହେଉଛି ରଜ। ଆଜି ଥିଲା ପହିଲି ରଜ। ଏଥିପାଇଁ ଘରେ ଘରେ ପିଠା, ମିଠା ଓ ପାନର ବାସ୍ନା। ତା' ସହ ଦୋଳି ଓ ବାଗୁଡ଼ି ଖେଳ। ତିନିଦିନିଆ ରଜ ଉତ୍ସବ ପାଳନ ପାଇଁ ଉପକୂଳ ଓଡ଼ିଶା ଉତ୍ସବମୁଖର ହୋଇ ଉଠିଛି। ଏହି ଅବସରରେ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ଓଡ଼ିଶା ର ରଜ ପର୍ବ ଏକ ପବିତ୍ର ଉତ୍ସବ ଯାହା ଆମ ସମାଜ ରେ ଭାତୃତ୍ବ ଏବଂ ଖୁସି କୁ ସୁଦୃଢ଼ କରିଥାଏ । ଏହି ଅବସରରେ ମୋର ସମସ୍ତଙ୍କୁ ଶୁଭକାମନା । ସମସ୍ତଙ୍କର ସୁଖ ଓ ଉତ୍ତମ ସ୍ୱାସ୍ଥ୍ୟ କାମନା କରୁଛି।
— Narendra Modi (@narendramodi) June 14, 2019
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଟ୍ୱିଟର ପେଜ୍ରେ ଲେଖିଛନ୍ତି-“ଓଡ଼ିଶାର ରଜପର୍ବ ଏକ ପବିତ୍ର ଉତ୍ସବ। ଯାହା ଆମ ସମାଜରେ ଭାତୃତ୍ୱ ଓ ଖୁସିକୁ ସୁଦୃଢ଼ କରିଥାଏ। ଏହି ଅବସରରେ ମୋର ସମସ୍ତଙ୍କୁ ଶୁଭକାମନା। ସମସ୍ତଙ୍କର ସୁଖ ଓ ଉତ୍ତମ ସ୍ୱାସ୍ଥ୍ୟ କାମନା କରୁଛି।”
ସେହିପରି ଓଡ଼ିଶାର ଅନନ୍ୟ ଗଣପର୍ବ 'ରଜ' ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଓଡ଼ିଶାର ଗୌରବମୟ ପରମ୍ପରାର ପ୍ରତୀକ ଏହି ପର୍ବ ସମାଜରେ ଆନନ୍ଦ, ଉତ୍ସାହ ଓ ଉଲ୍ଲାସ ଭରିଦେଉ ବୋଲି କହିଛନ୍ତି ନବୀନ। ତା’ସହ ସମସ୍ତଙ୍କ ସୁଖ ଓ ସମୃଦ୍ଧି ମଧ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ।
ଓଡ଼ିଶାର ଅନନ୍ୟ ସାଂସ୍କୃତିକ ଗଣପର୍ବ ରଜ ଉପଲକ୍ଷେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା। ଆମ ଗୌରବମୟ ପରମ୍ପରାର ପ୍ରତୀକ ଏହି ପର୍ବ ସମାଜରେ ଆନନ୍ଦ, ଉତ୍ସାହ ଓ ଉଲ୍ଲାସ ଭରିଦେଉ। ସମସ୍ତଙ୍କ ସୁଖ ଓ ସମୃଦ୍ଧି କାମନା କରୁଛି। pic.twitter.com/UotOAMC0bV
— Naveen Patnaik (@Naveen_Odisha) June 14, 2019
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।