ପ୍ରଧାନମନ୍ତ୍ରୀଙ୍କ ବଲାଙ୍ଗିର ଗସ୍ତ ତାରିଖ ବଦଳିଲା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଜାନୁଆରୀ ୧୬ ତାରିଖ ନୁହେଁ, ୧୫ ତାରିଖରେ ବଲାଙ୍ଗୀର ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବିଜେପି ବିଧାୟକ ଦଳ ନେତା କେ.ଭି. ସିଂହଦେଓ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ସରକାରୀ କାର୍ଯ୍ୟକ୍ରମ ସହ ଦଳୀୟ ସମାବେଶରେ ମଧ୍ୟ ଯୋଗଦେବେ ବୋଲି ସେ କହିଛନ୍ତି। ପୂର୍ବରୁ ପ୍ରଧାନମନ୍ତ୍ରୀ ୧୬ ତାରିଖରେ ଆସିବେ ବୋଲି ସୂଚନା ଥିଲା। ଜାନୁଆରୀ ୫ (ଗତକାଲି) ପ୍ରଧାନମନ୍ତ୍ରୀ ବାରିପଦା ଆସିଥିଲେ। […]

modi88

modi88

Jitendra Garnayak
  • Published: Sunday, 06 January 2019
  • Updated: 06 January 2019, 02:24 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଜାନୁଆରୀ ୧୬ ତାରିଖ ନୁହେଁ, ୧୫ ତାରିଖରେ ବଲାଙ୍ଗୀର ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ବିଜେପି ବିଧାୟକ ଦଳ ନେତା କେ.ଭି. ସିଂହଦେଓ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି।

ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ସରକାରୀ କାର୍ଯ୍ୟକ୍ରମ ସହ ଦଳୀୟ ସମାବେଶରେ ମଧ୍ୟ ଯୋଗଦେବେ ବୋଲି ସେ କହିଛନ୍ତି।

ପୂର୍ବରୁ ପ୍ରଧାନମନ୍ତ୍ରୀ ୧୬ ତାରିଖରେ ଆସିବେ ବୋଲି ସୂଚନା ଥିଲା।

ଜାନୁଆରୀ ୫ (ଗତକାଲି) ପ୍ରଧାନମନ୍ତ୍ରୀ ବାରିପଦା ଆସିଥିଲେ। ସେଠାରେ ସେ ସରକାରୀ କାର୍ଯ୍ୟକ୍ରମ ସହିତ ଦଳୀୟ ସମାବେଶରେ ବି ଯୋଗ ଦେଇଥିଲେ। ଏହି ଅବସରରେ ସେ ଅନେକ ପ୍ରକଳ୍ପର ଶୁଭାରମ୍ଭ କରିଥିଲେ।

ଏହା ପୂର୍ବରୁ ଗତ ଡିସେମ୍ବର ମାସ ୨୪ ତାରିଖରେ ପ୍ରଧାନମନ୍ତ୍ରୀ ଭୁବନେଶ୍ୱର ଆସି ଉଭୟ ସରକାରୀ ଓ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos