ଧାରଣା ଦେଉଥିଲେ, ଉଠାଇ ନେଲା ପୁଲିସ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘କାଳିଆ’ ଟଙ୍କା ନ ମିଳିବା ପ୍ରତିବାଦରେ ଆଜି କୃଷିମନ୍ତ୍ରୀ ଅରୁଣ ସାହୁଙ୍କ ବାସଭବନ ସମ୍ମୁଖରେ ଧାରଣାରେ ବସିଥିଲେ ବହୁ ହିତାଧିକାରୀ। ହେଲେ ସେମାନଙ୍କୁ ସେଠାରୁ ଉଠାଇନେଲା ପୁଲିସ୍‌। ନବନିର୍ମାଣ କୃଷକ ସଂଗଠନର କର୍ମକର୍ତ୍ତା ଆଜି ସକାଳେ ‘କାଳିଆ’ ଟଙ୍କା ହିତାଧିକାରୀଙ୍କୁ ନ ମିଳିବା ପ୍ରତିବାଦରେ କୃଷିମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ଧାରଣା ଦେଉଥିଲେ।  ଅନେକ ମହିଳା ଚାଷୀ ମଧ୍ୟ ଏହି ଧାରଣାରେ ସାମିଲ ହୋଇଥିଲେ। ହେଲେ ବିକ୍ଷୋଭକାରୀଙ୍କୁ ପୁଲିସ୍‌ ଅଟକାଇବା ସହ ସେମାନଙ୍କୁ ଉଠାଇ ନେଇଥିଲା। […]

bbsr

bbsr

Jyoshna Pradhan
  • Published: Thursday, 09 January 2020
  • Updated: 09 January 2020, 10:22 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘କାଳିଆ’ ଟଙ୍କା ନ ମିଳିବା ପ୍ରତିବାଦରେ ଆଜି କୃଷିମନ୍ତ୍ରୀ ଅରୁଣ ସାହୁଙ୍କ ବାସଭବନ ସମ୍ମୁଖରେ ଧାରଣାରେ ବସିଥିଲେ ବହୁ ହିତାଧିକାରୀ। ହେଲେ ସେମାନଙ୍କୁ ସେଠାରୁ ଉଠାଇନେଲା ପୁଲିସ୍‌।

ନବନିର୍ମାଣ କୃଷକ ସଂଗଠନର କର୍ମକର୍ତ୍ତା ଆଜି ସକାଳେ ‘କାଳିଆ’ ଟଙ୍କା ହିତାଧିକାରୀଙ୍କୁ ନ ମିଳିବା ପ୍ରତିବାଦରେ କୃଷିମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ଧାରଣା ଦେଉଥିଲେ।  ଅନେକ ମହିଳା ଚାଷୀ ମଧ୍ୟ ଏହି ଧାରଣାରେ ସାମିଲ ହୋଇଥିଲେ। ହେଲେ ବିକ୍ଷୋଭକାରୀଙ୍କୁ ପୁଲିସ୍‌ ଅଟକାଇବା ସହ ସେମାନଙ୍କୁ ଉଠାଇ ନେଇଥିଲା।

ଏନେଇ ଜଣେ ବିକ୍ଷୋଭକାରୀ କହିଛନ୍ତି,“ମୁଖ୍ୟମନ୍ତ୍ରୀ କହିଥିଲେ ଯେ କାଳିଆ ଯୋଜନାରେ ସବୁ ଚାଷୀ ଭାଇଙ୍କୁ ଟଙ୍କା ଦିଆଯିବ। ହେଲେ ୨୫ ପ୍ରତିଶତ ଲୋକଙ୍କୁ ଟଙ୍କା ଦିଆଗଲା। ଆଉ ୭୫ ପ୍ରତିଶତ ଲୋକ କାଳିଆ ଟଙ୍କା ପାଇବାରୁ ବଞ୍ଚିତ ହୋଇଛନ୍ତି। ଆମେ ଏହି ଦାବି ନିମନ୍ତେ ଆସିଛୁ। ହେଲେ ପୁଲିସ୍ କର୍ମଚାରୀ ଆମକୁ ଟଣାଓଟରା କରି ରାସ୍ତାରେ ବସାଇ ଦେଉନାହାନ୍ତି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos