ଭଦ୍ରକ ମଦମୃତ୍ୟୁ: ବିଧାୟକଙ୍କୁ ଏପର୍ଯ୍ୟନ୍ତ ଛୁଇଁପାରିଲାନି ପୁଲିସ୍ କି ପ୍ରଶାସନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନିର୍ବାଚନ ସମୟରେ ବିଷାକ୍ତ ମଦ ପିଇ ଭଦ୍ରକ ଜିଲ୍ଲାରେ ପ୍ରାୟ ୧୨ଜଣ ଲୋକ ପ୍ରାଣ ହରାଇଥିଲେ ଓ ଶତାଧିକ ଗୁରୁତର ଅସୁସ୍ଥ ହୋଇଥିଲେ ମଧ୍ୟ ସରକାରୀସ୍ତରରେ ଏହି ଘଟଣାର ତଦନ୍ତରେ ଶିଥିଳତାକୁ ନେଇ ପ୍ରଶ୍ନ ଉଠିଛି। ମଦମୃତ୍ୟୁ ଘଟଣାକୁ ମାସେ ପୂରିଥିଲେ ମଧ୍ୟ ମୃତକଙ୍କ ପରିବାରକୁ ଆବଶ୍ୟକ ସହାୟତା ଦେବାରେ ସରକାର ସକ୍ଷମ ହୋଇନାହାନ୍ତି କି ମଦମୃତ୍ୟୁ ପାଇଁ ଦାୟୀ ବ୍ୟକ୍ତିବିଶେଷଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ସମ୍ଭବପର ହୋଇନି। ଏପରିକି ଭୋଟ୍ ହାତେଇବା ପାଇଁ ଚାନ୍ଦବାଲି […]

police-and-admin-yet-to-probe-role-of-local-bjd-mla-and-workers-in-the-bhadrak-hooch-tragedy

Manoranjan Sial
  • Published: Tuesday, 04 June 2019
  • Updated: 04 June 2019, 07:20 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନିର୍ବାଚନ ସମୟରେ ବିଷାକ୍ତ ମଦ ପିଇ ଭଦ୍ରକ ଜିଲ୍ଲାରେ ପ୍ରାୟ ୧୨ଜଣ ଲୋକ ପ୍ରାଣ ହରାଇଥିଲେ ଓ ଶତାଧିକ ଗୁରୁତର ଅସୁସ୍ଥ ହୋଇଥିଲେ ମଧ୍ୟ ସରକାରୀସ୍ତରରେ ଏହି ଘଟଣାର ତଦନ୍ତରେ ଶିଥିଳତାକୁ ନେଇ ପ୍ରଶ୍ନ ଉଠିଛି। ମଦମୃତ୍ୟୁ ଘଟଣାକୁ ମାସେ ପୂରିଥିଲେ ମଧ୍ୟ ମୃତକଙ୍କ ପରିବାରକୁ ଆବଶ୍ୟକ ସହାୟତା ଦେବାରେ ସରକାର ସକ୍ଷମ ହୋଇନାହାନ୍ତି କି ମଦମୃତ୍ୟୁ ପାଇଁ ଦାୟୀ ବ୍ୟକ୍ତିବିଶେଷଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ସମ୍ଭବପର ହୋଇନି। ଏପରିକି ଭୋଟ୍ ହାତେଇବା ପାଇଁ ଚାନ୍ଦବାଲି ଅଞ୍ଚଳରେ ବିଧାୟକ ବ୍ୟୋମକେଶ ରାୟ ଓ ତାଙ୍କ ସହଯୋଗୀମାନେ ଏହି ବିଷାକ୍ତ ମଦ ବାଣ୍ଟିଥିଲେ ବୋଲି ବିଜେପି ପକ୍ଷରୁ ବାରମ୍ବାର ଅଭିଯୋଗ କରାଯାଇଥିଲେ ମଧ୍ୟ ପୁଲିସ୍ ଏପର୍ଯ୍ୟନ୍ତ ତାଙ୍କ ନିକଟରେ ପହଞ୍ଚିବାକୁ ସାହସ କରିପାରିନି। ଓଲଟା ମଦମୃତ୍ୟୁ ଘଟଣାକୁ ଚପାଇ ଦେବାକୁ ଓ ଘଟଣା ସହ ସମ୍ପୃକ୍ତ ଅଭିଯୋଗ ଥିବା ବିଜେଡି ବିଧାୟକ ଓ କର୍ମୀଙ୍କୁ କ୍ଲିନଚିଟ୍ ଦେବାକୁ କସରତ ଆରମ୍ଭ ହୋଇଛି।

ସୂଚନା ଅନୁସାରେ ଏପ୍ରିଲ ୨୮ ଓ ୨୯ତାରିଖରେ ଭଦ୍ରକ ଜିଲ୍ଲାର ତିହିଡ଼ି ଓ ଚାନ୍ଦବାଲି ଅଞ୍ଚଳରେ ମଦ୍ୟପାନ କରି ୧୦ଜଣଙ୍କ ମୃତ୍ୟୁ ହେବା ସହ ଶତାଧିକ ଅସୁସ୍ଥ ହୋଇ ହସ୍ପିଟାଲରେ ଚିକିତ୍ସିତ ହୋଇଥିଲେ। ମଦମୃତ୍ୟୁ ସଂଖ୍ୟା ୮ ବୋଲି ଭଦ୍ରକ ମୁଖ୍ୟ ଚିକିତ୍ସାଧିକାରୀ ବାରିସ୍ ଦାସ କହିଥିବାବେଳେ ଜିଲ୍ଲାପାଳ ଜ୍ଞାନରଞ୍ଜନ ଦାସ ମୃତ୍ୟୁସଂଖ୍ୟା ୫ ବୋଲି ଗଣମାଧ୍ୟମକୁ ବୟାନ ଦେଇ ସାଧାରଣରେ ଦ୍ୱନ୍ଦ୍ୱ ସୃଷ୍ଟି କରିଛନ୍ତି। ଏହି ମଦମୃତ୍ୟୁ ଘଟଣା ପରେ ଉଭୟ ବିଜେପି ଓ କଂଗ୍ରେସର ପ୍ରତିନିଧି ଦଳ ମୃତକଙ୍କ ପରିବାରକୁ ଭେଟିବା ସହ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଲୋକଙ୍କୁ ଭେଟିଥିଲେ। ସେହି ସମୟରେ ଭୋଟ୍ ପାଇଁ ବିଜେଡିର କର୍ମୀ ଓ ନେତାମାନେ ଏହି ମଦ ବାଣ୍ଟିଥିଲେ ବୋଲି ପୀଡ଼ିତ ପରିବାରର ସଦସ୍ୟମାନେ ଗଣମାଧ୍ୟମ ଆଗରେ ଅଭିଯୋଗ କରିବାକୁ ପଛାଇ ନଥିଲେ।

ବିଜେପି ପ୍ରତିନିଧି ଦଳ ମଧ୍ୟ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଦୋଷୀଙ୍କୁ ତୁରନ୍ତ ଗିରଫ କରିବା ସହ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଥିଲା। ଏତେ ସବୁ ଘଟଣା ପରେ ସରକାର ଦୋଷ ଛଡ଼ାଇବା ଓ ଦଳୀୟ ବିଧାୟକ ତଥା ତାଙ୍କ ସହଯୋଗୀଙ୍କୁ ସୁରକ୍ଷା ଦେବା ପାଇଁ ଘଟଣାର ବିଚାର ବିଭାଗୀୟ ତଦନ୍ତ ପରିବର୍ତ୍ତେ କେନ୍ଦ୍ରାଞ୍ଚଳ ଆରଡିସିଙ୍କ ଦ୍ୱାରା ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ।
ଅନ୍ୟପକ୍ଷରେ କେନ୍ଦ୍ରାଞ୍ଚଳ ଆରଡିସିଙ୍କ ସଚିବଙ୍କ ଦ୍ୱାରା ବିଭିନ୍ନ ସମ୍ବାଦପତ୍ରରେ ଆଜି ପ୍ରକାଶିତ ବିଜ୍ଞାପନ ହିଁ ସରକାରଙ୍କ ତଦନ୍ତର ଆନ୍ତରିକତାକୁ ପଦାରେ ପକାଇଛି। ଯଦିଓ ମୃତ୍ୟୁ ସଂଖ୍ୟା ୧୦ରୁ ଅଧିକ ହେବ, ଆରଡିସିଙ୍କ ବିଜ୍ଞାପନରେ ମଦ୍ୟପାନ ସହ ଅନ୍ୟାନ୍ୟ ଖାଦ୍ୟ ଖାଇ ଅତିକମରେ ୫ଜଣଙ୍କ ମୃତ୍ୟୁ ହେବା ସହ ଅନେକ ଅସୁସ୍ଥ ହୋଇ ଚିକିତ୍ସାଧୀନ ଅଛନ୍ତି ବୋଲି କୁହାଯାଇଛି। ବିଜ୍ଞାପନ ମାଧ୍ୟମରେ ଆରଡିସି ଏହି ଦୁଃଖଦ ପରିଣତିର କାରଣ, କେଉଁ ବ୍ୟକ୍ତିବିଶେଷ ଦାୟୀ, ଅବକାରୀ ବିଭାଗ/ପୁଲିସ ପ୍ରଶାସନର ତ୍ରୁଟି ଯୋଗୁ ଏହି ଘଟଣା ହେଲାକି ଓ ଭବିଷ୍ୟତରେ ଏ ଘଟଣାର ପୁନରାବୃତ୍ତି ନହେବା ପାଇଁ ପ୍ରତିଷେଧମୂଳକ ପଦକ୍ଷେପ କ’ଣ ନିଆଯିବ ସେ ସମ୍ପର୍କରେ ସମସ୍ତଙ୍କଠୁ ସତ୍ୟପାଠ ଆହ୍ୱାନ କରିଛନ୍ତି।

ମାତ୍ର ପ୍ରଶ୍ନ ଉଠୁଛି, ବିଜେଡି ପକ୍ଷରୁ ବଣ୍ଟାଯାଇଥିବା ମଦ ପିଇ ଲୋକ ପ୍ରାଣ ହରାଇଥିବା ସମ୍ପର୍କରେ ସେମାନଙ୍କର ପରିବାର ଲୋକ ଖୋଲାଖୋଲି ଭାବେ ଗଣମାଧ୍ୟମକୁ ବୟାନ ଦେଇଥିବା ଓ ମୁଖ୍ୟ ବିରୋଧୀ ଦଳ ବିଜେପି ମଧ୍ୟ ଘଟଣା ପାଇଁ ସ୍ଥାନୀୟ ବିଜେଡି ବିଧାୟକ ବ୍ୟୋମକେଶ ରାୟ ଓ ତାଙ୍କ ସହଯୋଗୀଙ୍କୁ ଦାୟୀ କରୁଥିବାବେଳେ ପୁଲିସ ପ୍ରଶାସନ ଏପର୍ଯ୍ୟନ୍ତ ତାଙ୍କ ନିକଟରେ ପହଞ୍ଚି ପାରିନି କାହିଁକି? ମଦମୃତ୍ୟୁର ମାଷ୍ଟରମାଇଣ୍ଡଙ୍କୁ କିଏ ସୁରକ୍ଷା ଦେଉଛି? ଏହି ମଦମୃତ୍ୟୁ ଘଟଣାରେ ପୁଲିସ ଉପରଠାଉରିଆ ଭାବେ କିଛି ଲୋକଙ୍କୁ ଗିରଫ କରିଥିବାବେଳେ ମାଷ୍ଟରମାଇଣ୍ଡ ତଥା ମଦ ବ୍ୟବସାୟୀଙ୍କୁ କାହା ଚାପରେ ସୁରକ୍ଷା ଯୋଗାଇ ଦିଆଯାଇଛି ? ଯଦି ବିଧାୟକ ସ୍ୱଚ୍ଛ ଓ ମଦମୃତ୍ୟୁ ସହ ତାଙ୍କର ଆଦୌ ସମ୍ପର୍କ ନାହିଁ, ତା’ହେଲେ ପୀଡ଼ିତ ପରିବାରକୁ ଭେଟି ସମବେଦନା ଜଣାଇବାରେ ଅସୁବିଧା କେଉଁଠି ଥିଲା ବୋଲି ପ୍ରଶ୍ନ ଉଠିଛି। ଏହା ହିଁ ବିଧାୟକଙ୍କ ଅସଲ ମୁଖାକୁ ପଦାରେ ପକାଇଥିବା ସ୍ଥାନୀୟ ଲୋକଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story