ପତ୍ନୀଙ୍କ ଅଶ୍ଲୀଳ ଫଟୋ ସୋଶାଲ୍‌ ମିଡ଼ିଆରେ ଛାଡ଼ିଲେ ସାର୍‌!

ପାରଳାଖେମୁଣ୍ଡି (ଆଦର୍ଶ ଦାଶ): ପଦାକୁ ଆସିଲା ପୁଣି ଜଣେ ସାର୍‌ଙ୍କ କୁତ୍ସିତ ମାନସିକତା। ପ୍ରତିଶୋଧ ପରାୟଣ ହୋଇ ଛାଡ଼ପତ୍ର ଦେଇଥିବା ସ୍ତ୍ରୀଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଫେକ୍‌ ଫେସ୍‌ବୁକ୍‌ ଆକାଉଣ୍ଟରେ ଅପ୍‌ଲୋଡ୍‌ କରିଛନ୍ତି। ଏପରି ଘଟଣା ପାରଳାଖେମୁଣ୍ଡିରେ ଘଟିଛି। ପୁଲିସ ମାମଲା ରୁଜୁ କରି ସାର୍‌ଙ୍କୁ ଗିରଫ କରିବା ସହିତ ତାଙ୍କ ମୋବାଇଲ୍‌ ଜବତ କରିଛି। ପୋଲୁରୁ ଗାଁର ଗାଟେଡା ସତୀଶ ପେସାରେ ଜଣେ ଶିକ୍ଷକ। ସେ କାଶିନଗର ଅଞ୍ଚଳରେ ଏକ ସ୍କୁଲରେ ଶିକ୍ଷକ ଅଛନ୍ତି। ବିବାହ […]

paralakhamundi-crime

paralakhamundi-crime

Manoranjan Sial
  • Published: Saturday, 24 August 2019
  • Updated: 24 August 2019, 06:34 PM IST

Sports

Latest News

ପାରଳାଖେମୁଣ୍ଡି (ଆଦର୍ଶ ଦାଶ): ପଦାକୁ ଆସିଲା ପୁଣି ଜଣେ ସାର୍‌ଙ୍କ କୁତ୍ସିତ ମାନସିକତା। ପ୍ରତିଶୋଧ ପରାୟଣ ହୋଇ ଛାଡ଼ପତ୍ର ଦେଇଥିବା ସ୍ତ୍ରୀଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଫେକ୍‌ ଫେସ୍‌ବୁକ୍‌ ଆକାଉଣ୍ଟରେ ଅପ୍‌ଲୋଡ୍‌ କରିଛନ୍ତି। ଏପରି ଘଟଣା ପାରଳାଖେମୁଣ୍ଡିରେ ଘଟିଛି। ପୁଲିସ ମାମଲା ରୁଜୁ କରି ସାର୍‌ଙ୍କୁ ଗିରଫ କରିବା ସହିତ ତାଙ୍କ ମୋବାଇଲ୍‌ ଜବତ କରିଛି।

ପୋଲୁରୁ ଗାଁର ଗାଟେଡା ସତୀଶ ପେସାରେ ଜଣେ ଶିକ୍ଷକ। ସେ କାଶିନଗର ଅଞ୍ଚଳରେ ଏକ ସ୍କୁଲରେ ଶିକ୍ଷକ ଅଛନ୍ତି। ବିବାହ ପରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଭଲ ସମ୍ପର୍କ ରହି ନଥିଲା। ତେଣୁ ଉଭୟଙ୍କ ଭିତରେ ଛାଡ଼ପତ୍ର ହୋଇଥିଲା। ଛାଡ଼ପତ୍ର ପରେ ସ୍ତ୍ରୀଠାରୁ ପ୍ରତିଶୋଧ ନେବା ପାଇଁ ସତୀଶ ଫେସ୍‌ବୁକ୍‌ରେ ଏକ ଫେକ୍‌ ଆକାଉଣ୍ଟ ଖୋଲିଥିଲେ। ଯେଉଁଥିରେ ନିଜର ଓ ତାଙ୍କ ପ୍ରଥମ ସ୍ତ୍ରୀଙ୍କର ଅଶ୍ଲୀଳ ଫଟୋ ଅପ୍‌ଲୋଡ୍‌ କରିଥିଲେ। ଏହି ଫଟୋ ସୋଶାଲ ମିଡ଼ିଆରେ ଭାଇରାଲ୍‌ ହେବା ପରେ ସତୀଶଙ୍କ ପ୍ରଥମ ପତ୍ନୀ ଗତ ୧ ତାରିଖରେ ପାରଳାଖେମୁଣ୍ଡି ଥାନାରେ ଲିଖିତ ଅଭିଯୋଗ କରିଥିଲେ।


ଅଭିଯୋଗକୁ ଭିତ୍ତିକରି ପୁଲିସ ମାମଲା ରୁଜୁ କରି ଫେକ୍‌ ଫେସବୁକ୍‌କୁ ପ୍ରଥମେ ବ୍ଲକ୍‌ କରିଥିଲା। ପରେ ଅଭିଯୁକ୍ତକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ ଜରି ରଖିଥିଲା। ତଦନ୍ତ ପରେ ପୁଲିସ ଘୂରି ଘୂରି ସତୀଶଙ୍କ ପାଖରେ ପହଞ୍ଚିଥିଲା।

ଆଜି ସତୀଶ ପାରଳାଖେମୁଣ୍ଡି ବସ୍‌ ଷ୍ଟାଣ୍ଡରେ ଥିବା ବେଳେ ପୁଲିସ ତାଙ୍କୁ ଗିରଫ କରିଥିଲା। ତାଙ୍କଠାରୁ ଗୋଟିଏ ମୋବାଇଲ୍‌ ଓ ୨ଟି ସିମ୍‌ ଜବତ ହୋଇଛି। ଜବତ ମୋବାଇଲ୍‌ରେ କିଛି ଯୁବତୀଙ୍କ ଅଶ୍ଲୀଳ ଫଟୋ ଓ ଭିଡ଼ିଓ ଥିବା ପାରଳାଖେମୁଣ୍ଡି ଏସ୍‌ପି ସାରା ଶର୍ମା କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos