ବସରେ ବିହାର ଚାଲାଣ ହେଉଥିଲା ଗଞ୍ଜେଇ, ଧରି ପକାଇଲା ପୁଲିସ୍‌

ବୀରମିତ୍ରପୁର (ରାକେଶ ସାହୁ): ବୀରମିତ୍ରପୁର ପୁଲିସ ଅତର୍କିତ ଚଢ଼ଉ କରି ରାଉରକେଲାରୁ ବିହାର ଡାଲଟନ୍‌ଗଞ୍ଜ ଯାଉଥିବା ‘ତାଜ’ ବସ୍‌ରୁ ୮୮ କେଜି ଗଞ୍ଜେଇ ଜବତ କରିଛି। ଏହି ମାମଲାରେ ପୁଲିସ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ତାଜ ବସରେ ଗଞ୍ଜେଇ ଚାଲାଣ ହେଉଥିବା ବୀରମିତ୍ରପୁର ଥାନା ପୁଲିସ କୌଣସି ସୂତ୍ରରୁ ଜାଣିବାକୁ ପାଇଥିଲା। ରାତି ସାଢେ ୯ଟା ବେଳେ ବସ୍‌ଟି ବୀରମିତ୍ରପୁରରେ ପହଞ୍ଚିବା ମାତ୍ରେ ପୁଲିସ୍‌ ଯାଞ୍ଚ କରିଦେଇଥିଲା। ଯାଞ୍ଚ ବେଳେ ବସ୍‌ରେ […]

Bus

Bus

Manoranjan Sial
  • Published: Thursday, 11 November 2021
  • Updated: 11 November 2021, 09:23 PM IST

Sports

Latest News

ବୀରମିତ୍ରପୁର (ରାକେଶ ସାହୁ): ବୀରମିତ୍ରପୁର ପୁଲିସ ଅତର୍କିତ ଚଢ଼ଉ କରି ରାଉରକେଲାରୁ ବିହାର ଡାଲଟନ୍‌ଗଞ୍ଜ ଯାଉଥିବା ‘ତାଜ' ବସ୍‌ରୁ ୮୮ କେଜି ଗଞ୍ଜେଇ ଜବତ କରିଛି। ଏହି ମାମଲାରେ ପୁଲିସ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ତାଜ ବସରେ ଗଞ୍ଜେଇ ଚାଲାଣ ହେଉଥିବା ବୀରମିତ୍ରପୁର ଥାନା ପୁଲିସ କୌଣସି ସୂତ୍ରରୁ ଜାଣିବାକୁ ପାଇଥିଲା। ରାତି ସାଢେ ୯ଟା ବେଳେ ବସ୍‌ଟି ବୀରମିତ୍ରପୁରରେ ପହଞ୍ଚିବା ମାତ୍ରେ ପୁଲିସ୍‌ ଯାଞ୍ଚ କରିଦେଇଥିଲା। ଯାଞ୍ଚ ବେଳେ ବସ୍‌ରେ ଯାଉଥିବା ତିନିଜଣ ଯାତ୍ରୀଙ୍କଠାରୁ ଦୁଇଟି ବଡ଼ ବଡ଼ ବ୍ୟାଗ ଜବତ କରିଥିଲା। ସେଥିରେ ଗଞ୍ଜେଇ ଥିବା ଜଣାପଡ଼ିଥିଲା।

ପୁଲିସ୍‌ ଗଞ୍ଜେଇ ଓ ବସ୍‌କୁ ଜବତ କରିବା ସହିତ ତିନି ଜଣଙ୍କୁ ଗିରଫ କରିଥିଲା। ସେମାନଙ୍କୁ ପଚରାଉଚରା ବେଳେ ତାଙ୍କ ଗ୍ୟାଙ୍ଗ ବିଷୟରେ ଜାଣିବାକୁ ପାଇଥିଲା ପୁଲିସ୍‌। ଆଜି ସକାଳେ ପୁଲିସ ମନ୍ତ୍ରୀ ବସରେ ଚଢ଼ଉ କରି ଜଣେ ଯାତ୍ରୀକୁ ଗିରଫ କରିବା ସହିତ ଗଞ୍ଜେଇ ଭର୍ତ୍ତି ବ୍ୟାଗ ଜବତ କରିଥିଲା। ଏହି ବ୍ୟକ୍ତି ଜଣକ ବସରେ ବିହାର ଯାଉଥିଲେ। ମାତ୍ର ସେ ପୁଲିସକୁ ଚକମା ଦେବାପାଇଁ ଗଞ୍ଜେଇ ବ୍ୟାଗ ଧରି ବୀରମିତ୍ରପୁରରେ ଓହ୍ଲାଇ ପଡ଼ିଥିଲେ। କିନ୍ତୁ ଆଜି ସେ ପୁଲିସ ହାତରେ ଧରା ପଡିଛି।

ଚଢ଼଼ଉ ବେଳେ ଏସଡିପିଓ ମାନସ ରଞ୍ଜନ ପ୍ରଧାନ, ଆଇଆଇସି ମଞ୍ଜରୀ ନାୟକ, ରାଏବଗା ଆଇଆଇସି ଅର୍ପିତା ଖଟୁଆ ଓ ଅନ୍ୟମାନେ ସିମଲ ଥିଲେ। ଧରାପଡିଥିବା ଚାରି ଅଭିଯୁକ୍ତ ବିହାରର ରୋହତାସ ଜିଲ୍ଲାର ବୋଲି ଜଣାପଡିଛି। ପୁଲିସ ଚାରି ଜଣ ଗଞ୍ଜେଇ ବେପାରୀଙ୍କୁ ଅଟକ ରଖି ଅଧିକ ତଦନ୍ତ ଚଳାଇଛି । ଗଞ୍ଜେଇ ଚୋରା ଚାଲାଣକୁ ନେଇ ବୀରମିତ୍ରପୁର ଥାନାରେ ଏକ ଅବକାରୀ ମାମଲା ରୁଜୁ କରିବା ସହ ଏଥି ସକାଶେ ବ୍ୟବହୃତ ବସଟି ମଧ୍ୟ ଏବେ ପୋଲିଶ ହେପାଜତରେ । ଏହି ଚାଲାଣ କାରୀଙ୍କ ପୂରା ଗେଙ୍ଗକୁ ଧରିବାକୁ ପୋଲିଶର ତଦନ୍ତ ଜାରି ରହିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos