ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚାକିରି ଦେବା ନାଁ ରାଜଧାନୀ ଭୁବନେଶ୍ୱରରେ ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ଲକ୍ଷ୍ମୀସାଗର ଥାନାରେ ଲିଖିତ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଆଜି ଅଭିଯୁକ୍ତ ଜୟ କୁମାରକୁ ଗିରଫ କରିଛି। ଗିରଫ ଜୟଙ୍କ ଘର ଉତ୍ତର ପ୍ରଦେଶରେ।
ପୂରା ଘଟଣା ଏମିତି। ପୂର୍ବରୁ ଜୟ କୁମାର ଛତିଶଗଡ଼ରେ ଏକ ଫାଇନାନ୍ସ କମ୍ପାନୀରେ କାମ କରୁଥିଲେ। ତାଙ୍କ ସହିତ ପଦ୍ମା(ଛଦ୍ମନାମ) ନାମକ ଜଣେ ଯୁବତୀ ମଧ୍ୟ କାମ କରୁଥିଲେ। ପରେ ଜୟ କୁମାର ଭୁବନେଶ୍ୱର ଆସି ଆଉ ଏକ ଫାଇନାନ୍ସ କମ୍ପାନୀରେ କାମ କରୁଥିଲେ। ଏଠାରେ ଚାକିରି ଦେବା ଆଳରେ ପଦ୍ମାଙ୍କୁ ଭୁବନେଶ୍ୱର ଡାକିଥିଲେ ଜୟ। ଆଉ ଚାକିରି ପାଇବା ଆଶାରେ ଛତିଶଗଡ଼ ରାଜ୍ୟ ରାୟପୁରରୁ ଧାଇଁ ଆସିଥିଲେ ପଦ୍ମା। ଇଣ୍ଟଭ୍ୟୁ ବାହାନାରେ ଭୁବନେଶ୍ୱରରେ ଏକ ହୋଟେଲ୍ରେ ତାଙ୍କୁ ଦୁଷ୍କର୍ମ କରାଯାଇଥିଲା। ଏନେଇ ସେ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତ ଯୁବକକୁ ଗିରଫ କରି ଡାକ୍ତରୀମାଇନା ପାଇଁ ପଠାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Accident
କାରକୁ ପିଟିଲା ହାଇୱା, ୨ ବିଜେପି କର୍ମୀଙ୍କ ମୃତ୍ୟୁ
ଦେବେନ୍ଦ୍ର ଓ ମୁରଲୀଧର କୌଣସି କାମରେ ଭୁବନେଶ୍ୱର ଯାଇଥିଲେ। ସେମାନେ ଟ୍ରେନ୍ ଯୋଗେ ସମ୍ବଲପୁର ଫେରିଥିଲେ। ସେଠାରୁ ଗାଁକୁ ଫେରିବା ପାଇଁ ସେମାନେ କାର ମଗାଇଥିଲେ।
Miscellaneous
ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ୍
ଡ୍ରୋନଟି ଦୋଳମଣ୍ଡପ ସାହିରୁ ଆସି ପ୍ରଥମେ ମନ୍ଦିର ଚାରିପାଖ ଏବଂ ପରେ ମେଘନାଦ ପାଚେରୀ ବୁଲିଥିଲା।
Miscellaneous
୨ ହଜାର ନୂଆ ଟ୍ରାଫିକ ପୁଲିସ ପଦବୀ ସୃଷ୍ଟିକୁ ମଞ୍ଜୁରୀ, ଚଳିତବର୍ଷ ପୂରଣ ହେବ ୫୦୦ ପଦବୀ
ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆଜି ଜାତୀୟ ସଡ଼କ ସୁରକ୍ଷା ମାସର ରାଜ୍ୟସ୍ତରୀୟ ଉଦଯାପନ କାର୍ଯ୍ୟକ୍ରମରେ ଯୋଗ ଦେଇ ସଡ଼କ ସୁରକ୍ଷାକୁ ଜନ ଅଭିଯାନରେ ପରିଣତ କରିବା ନିମନ୍ତେ ଆହ୍ୱାନ କରିଛନ୍ତି ।
Events & Festivals
ଉତ୍କର୍ଷ ଓଡ଼ିଶା କନକ୍ଲେଭ: ୪ଦିନ ଧରି ଚାଲିବ କାର୍ଯ୍ୟକ୍ରମ, ୨୮ରେ ଆସିବେ ପ୍ରଧାନମନ୍ତ୍ରୀ
‘ଉତ୍କର୍ଷ ଓଡ଼ିଶା’ କାର୍ଯ୍ୟକ୍ରମର ପ୍ରସ୍ତୁତି ସମ୍ପର୍କରେ ଶିଳ୍ପ ବିଭାଗ ପକ୍ଷରୁ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିକଟରେ ଏକ ବିସ୍ତୃତ କାର୍ଯ୍ୟସୂଚୀ ଉପସ୍ଥାପନ କରାଯାଇଛି ।
Crime
ସଫେଇ କର୍ମଚାରୀଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ
ବାବୁଲି କାକ ରାଣିବଗିଚା ବାଇପାସ୍ ନିକଟରେ ସଫେଇ କାମର ତଦାରଖ କରିବା ପାଇଁ ଯାଇଥିଲେ। କାମ ତଦାରଖ କରିବା ପରେ ସେଠାରେ ସେ ଠିଆ ହୋଇଥିଲେ। ଠିକ୍ ସେତିକି ବେଳେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା।