ବାଲେଶ୍ୱର(ରଞ୍ଜିତ ପାକଳ): ବାଲେଶ୍ୱର ଆଇଟିଆର୍ କଲୋନିରେ ଚାଲିଥିବା ଏମ୍ସର ସପ୍ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ କେନ୍ଦ୍ରମନ୍ତ୍ରୀ ତଥା ସ୍ଥାନୀୟ ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ଯୋଗଦେଇଥିଲେ। ସମ୍ମାନିତ ଅତିଥିଭାବେ ଏମ୍ସର ନିର୍ଦ୍ଦେଶକ ଡାକ୍ତର ଗୀତାଞ୍ଜଳି ବି. ଏବଂ ଆଇଟିଆର୍ର ନିର୍ଦ୍ଦେଶକ ବିନୟ କୁମାର ଦାଶ ପ୍ରମୁଖ ଯୋଗଦେଇଥିଲେ। ସଭା ଆରମ୍ଭ ହେବାର କିଛି ସମୟ ପରେ ବିଜେଡି କର୍ମୀମାନେ ଉଚ୍ଚସ୍ୱରରେ ନାରାବାଜି କରିଥିଲେ। ସଭାକୁ ରେମୁଣା ବିଧାୟକଙ୍କୁ କାହିଁକି ନିମନ୍ତ୍ରଣ କରାଯାଇନାହିଁ ବୋଲି ପ୍ରଶ୍ନ କରି ବିଜେଡି କର୍ମୀମାନେ ହୋହଲ୍ଲା କରିଥିଲେ। ପୁଲିସ ସେମାନଙ୍କ ଭିତରୁ ୭ ଜଣଙ୍କୁ ଅଟକ ରଖିଛି।
ଏମସ ପ୍ରତିଷ୍ଠା ଉତ୍ସବ ଅବସରରେ ଆଜି ମେଗା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଛି। ଏଥିରେ ୧୪ଟି ବିଭାଗର ୬୦ରୁ ଅଧିକ ବିଶେଷଜ୍ଞ ଡାକ୍ତରମାନେ ଯୋଗଦେଇ ଦୂରଦୂରାନ୍ତରୁ ଆସୁଥିବା ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ଅଳିଆ ପକାଇବାକୁ ନେଇ ତୁମୁଳକାଣ୍ଡ, ୩ ଗୁରୁତର
ଅଳିଆ ପକାଇବାକୁ ନେଇ ଦୁଇ ଗାଁ ଲୋକ ହାତାହାତି ହେବା ସହ ଟେକା ପଥର ମାଡ ହୋଇଥିଲା।
Events & Festivals
ଭୁବନେଶ୍ୱରରେ ପ୍ରବାସୀ ଭାରତୀୟଙ୍କ ମହାକୁମ୍ଭ, ଆଜି ଉଦଘାଟନ କରିବେ ମୋଦି
ଗତ ରାତିରେ ପ୍ରଧାନମନ୍ତ୍ରୀ ବିଶାଖାପାଟଣାରୁ ସ୍ୱତନ୍ତ୍ର ବିମାନରେ ଆସି ଭୁବନେଶ୍ୱରରେ ପହଞ୍ଚିବା ପରେ ତାଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଆଜି ସକାଳ ୧୦ଟାରୁ ସାଢେ ୧୧ଟା ଯାଏ ମୋଦି ଜନତା ମୈଦାନରେ ରହିବା କାର୍ଯ୍ୟକ୍ରମ ରହିଛି।
Miscellaneous
‘ଆୟୁଷ୍ମାନ ଭାରତ’ ଯୋଜନା: ଆସନ୍ତା ସପ୍ତାହରେ ହେବ ଏମଓୟୁ
କେନ୍ଦ୍ର ସରକାରଙ୍କ ବରିଷ୍ଠ ଅଧିକାରୀ ଏଲଏସ୍ ଚ୍ୟାନସେନଙ୍କ ଅଧ୍ୟକ୍ଷତାରେ ଏକ ଟିମ୍ ଓଡ଼ିଶା ଆସି ରାଜ୍ୟ ସ୍ୱାସ୍ଥ୍ୟ ସଚିବ ଏସ.ଅଶ୍ୱସ୍ଥି, ଜାତୀୟ ସ୍ୱାସ୍ଥ୍ୟ ମିଶନର ନିର୍ଦ୍ଦେଶିକା ଡି.ବୃନ୍ଦା ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ବିସ୍ତୃତ ଆଲୋଚନା କରିଛନ୍ତି ।
Politics
ମୋ ମନ ଶାନ୍ତ ହୋଇନି, ସମୟକୁ ଅପେକ୍ଷା କରିଛି: ପ୍ରଦୀପ
ବିଜେଡି ଶାସନକାଳରେ ହୋଇଥିବା ମାମଲା ମଧ୍ୟରୁ ଗତକାଲି ୨ଟି ଓ ଆଜି ୩ଟି ମାମଲାରେ ଜେଏମଏଫସି କୋର୍ଟଙ୍କ ଦ୍ୱାରା ଦୋଷମୁକ୍ତ ହେବାପରେ ବ୍ରହ୍ମପୁର ସାଂସଦ ଶ୍ରୀ ପାଣିଗ୍ରାହୀ ନବୀନ ପଟ୍ଟନାୟକ, ଭିକେ ପାଣ୍ଡିଆନ ଓ ଷଡ଼ଯନ୍ତ୍ରକାରୀଙ୍କ ଉପରେ ବର୍ଷିଛନ୍ତି ।
Miscellaneous
ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀ ମୋଦି
ବିଶାଖାପାଟଣାରୁ ସ୍ୱତନ୍ତ୍ର ବିମାନରେ ଆସି ଭୁବନେଶ୍ୱରରେ ପହଂଚିବା ପରେ ତାଙ୍କୁ ବିମାନ ବନ୍ଦରରେ ରାଜ୍ୟପାଳ ହରିବାବୁ କମ୍ଭମପତି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଅନ୍ୟମାନେ ତାଙ୍କୁ ସ୍ୱାଗତ କରିଥିଲେ ।