ପୁଲିସ୍‌ ଦେଲା ପାନେ, ଗୋଡ଼ାଇ ଗୋଡ଼ାଇ ପିଟିଲା

ବାଙ୍କି(ସଞ୍ଜୀପ କୁମାର ନାୟକ): ବାଙ୍କି ଅଞ୍ଚଳରେ ଥିବା ଅଂଶୁପା ହ୍ରଦ ନିକଟକୁ ପିକ୍‌ନିକ୍‌ କରିବାକୁ ଯାଇଥିବା କିଛି ସ୍ଥାନୀୟ ଯୁବକଙ୍କ ଉତ୍ପାତ ଚରମ ସୀମାରେ ପହଞ୍ଚିବା ପରେ ପୁଲିସ୍‌ ସେମାନଙ୍କୁ ପାନେ ଦେଇଛି। ଅଂଶୁପାରେ  ପିକ୍‌ନିକ୍‌ ନିମନ୍ତେ ଗତକାଲି  ପର୍ଯ୍ୟଟକଙ୍କ ଭିଡ଼ ଜମିଥିଲା। ଏହି ସମୟରେ ସ୍ଥାନୀୟ କିଛି ଯୁବକ ମଧ୍ୟ ସେଠାରେ ପହଞ୍ଚି ଭୋଜିଭାତର ଆସର ଜମାଇଥିଲେ। କିନ୍ତୁ କିଛି ସମୟ ପରେ ସେମାନେ ସେଠାରେ ଉପସ୍ଥିତ ମହିଳା ପର୍ଯ୍ୟଟକଙ୍କୁ ଅଶାଳୀନ ବ୍ୟବହାର ପ୍ରଦର୍ଶନ କରିଥିଲେ। […]

police-2--1

police-2--1

Niharika Rout
  • Published: Monday, 20 January 2020
  • Updated: 20 January 2020, 01:27 PM IST

Sports

Latest News

ବାଙ୍କି(ସଞ୍ଜୀପ କୁମାର ନାୟକ): ବାଙ୍କି ଅଞ୍ଚଳରେ ଥିବା ଅଂଶୁପା ହ୍ରଦ ନିକଟକୁ ପିକ୍‌ନିକ୍‌ କରିବାକୁ ଯାଇଥିବା କିଛି ସ୍ଥାନୀୟ ଯୁବକଙ୍କ ଉତ୍ପାତ ଚରମ ସୀମାରେ ପହଞ୍ଚିବା ପରେ ପୁଲିସ୍‌ ସେମାନଙ୍କୁ ପାନେ ଦେଇଛି।

ଅଂଶୁପାରେ  ପିକ୍‌ନିକ୍‌ ନିମନ୍ତେ ଗତକାଲି  ପର୍ଯ୍ୟଟକଙ୍କ ଭିଡ଼ ଜମିଥିଲା। ଏହି ସମୟରେ ସ୍ଥାନୀୟ କିଛି ଯୁବକ ମଧ୍ୟ ସେଠାରେ ପହଞ୍ଚି ଭୋଜିଭାତର ଆସର ଜମାଇଥିଲେ। କିନ୍ତୁ କିଛି ସମୟ ପରେ ସେମାନେ ସେଠାରେ ଉପସ୍ଥିତ ମହିଳା ପର୍ଯ୍ୟଟକଙ୍କୁ ଅଶାଳୀନ ବ୍ୟବହାର ପ୍ରଦର୍ଶନ କରିଥିଲେ।

ଏଥିରେ ଅତିଷ୍ଠ ହୋଇ ମହିଳାମାନେ ଘଟଣା ସମ୍ପର୍କରେ ପୁଲିସ୍‌କୁ ଅବଗତ କରାଇଥିଲେ। ଏହାପରେ ପୁଲିସ୍‌ ପହଞ୍ଚି ଗୋଡ଼ାଇ ଗୋଡ଼ାଇ ସେମାନଙ୍କୁ ନିର୍ଧୂମ ପିଟିଥିଲା। ଫଳରେ ସେମାନେ ଛତ୍ରଭଙ୍ଗ ଦେଇ ପଳାଇଥିବା ଜଣାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos