ବିଜେପୁର ନିର୍ବାଚନ ଆଉ ଏକ ପାଟକୁରା ହେବନି ତ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାଧାରଣ ନିର୍ବାଚନ ପରଠୁ ବିଜେଡି ଓ ବିଜେପି ମଧ୍ୟରେ ପରିବର୍ତ୍ତିତ ରାଜନୀତିକ ସମୀକରଣ ଓ ଅଘୋଷିତ ବୁଝାମଣା ଯୋଗୁ ବିଜେପୁର ଉପନିର୍ବାଚନକୁ ନେଇ ଏବେ ସାଧାରଣରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି। ବିଜେପୁର ନିର୍ବାଚନୀ ବିଗୁଲ୍ ବାଜି ସାରିଥିବାବେଳେ ୩ ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସର ପ୍ରାର୍ଥୀ ଚୟନ ପ୍ରକ୍ରିୟା ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚି ସାରିଛି। ୩ ଦଳର ଆନୁଷ୍ଠାନିକ ପ୍ରାର୍ଥୀ ଘୋଷଣା ଏବେ କେବଳ ବାକି ଥିବାବେଳେ କଂଗ୍ରେସର ଦୁର୍ବଳ ସ୍ଥିତି […]

political-battle-of-bijapur

political-battle-of-bijapur

Manoranjan Sial
  • Published: Saturday, 21 September 2019
  • Updated: 21 September 2019, 10:09 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାଧାରଣ ନିର୍ବାଚନ ପରଠୁ ବିଜେଡି ଓ ବିଜେପି ମଧ୍ୟରେ ପରିବର୍ତ୍ତିତ ରାଜନୀତିକ ସମୀକରଣ ଓ ଅଘୋଷିତ ବୁଝାମଣା ଯୋଗୁ ବିଜେପୁର ଉପନିର୍ବାଚନକୁ ନେଇ ଏବେ ସାଧାରଣରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି। ବିଜେପୁର ନିର୍ବାଚନୀ ବିଗୁଲ୍ ବାଜି ସାରିଥିବାବେଳେ ୩ ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସର ପ୍ରାର୍ଥୀ ଚୟନ ପ୍ରକ୍ରିୟା ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚି ସାରିଛି। ୩ ଦଳର ଆନୁଷ୍ଠାନିକ ପ୍ରାର୍ଥୀ ଘୋଷଣା ଏବେ କେବଳ ବାକି ଥିବାବେଳେ କଂଗ୍ରେସର ଦୁର୍ବଳ ସ୍ଥିତି ମଧ୍ୟରେ ବିଜେପୁର ନିର୍ବାଚନରେ ରାଜ୍ୟର ମୁଖ୍ୟ ବିରୋଧୀ ଦଳ ବିଜେପିର ଆଭିମୁଖ୍ୟ କ’ଣ ରହିବ ତାକୁ ନେଇ ରାଜନୀତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି।

ବିଜେପୁରରେ ଅପେକ୍ଷାକୃତ ଭଲ ସ୍ଥିତିରେ ଥିବା ବିଜେପି ଯେଉଁଭଳି ଢଙ୍ଗରେ ପାଟକୁରା ନିର୍ବାଚନକୁ ଲଢ଼ିଲା ଓ ପରୋକ୍ଷରେ ଶାସକ ବିଜେଡିର ଜିତିବା ମାର୍ଗ ପ୍ରଶସ୍ତ କଲା ତା’ର ପୁନରାବୃତ୍ତି ବିଜେପୁରରେ ହେବାର ଆଶଙ୍କା ରହିଛି। ତେବେ ବିଜେପୁରରେ ବିଜେପିର ଜିତିବା ଓ ହାରିବା ଦଳର ଜାତୀୟ ତଥା ପ୍ରମୁଖ ନେତୃବୃନ୍ଦଙ୍କ ଆଭିମୁଖ୍ୟ ଉପରେ ନିର୍ଭର କରୁଥିବା ଚର୍ଚ୍ଚା।
ରାଜନୀତିକ ବିଶ୍ଲେଷକଙ୍କ ମତରେ, ବିଜେଡି ନିଜର ପୂର୍ବତନ ବିଧାୟିକା ରୀତା ସାହୁଙ୍କୁ ପୁଣିଥରେ ପ୍ରାର୍ଥୀ କରିବା ପାଇଁ ସମସ୍ତ ମାର୍ଗ ପ୍ରଶସ୍ତ କରିସାରିଛି। ରୀତା ମାତ୍ର ୧୫ ମାସ ବିଜେପୁରର ବିଧାୟିକା ଭାବେ କାର୍ଯ୍ୟ କରିଥିଲେ ମଧ୍ୟ ସାଧାରଣ ଭୋଟରଙ୍କ ଆସ୍ଥାଭାଜନ ହେବାରେ ସକ୍ଷମ ହୋଇପାରିନଥିଲେ। ସେତେବେଳେ ରୀତାଙ୍କ ସପକ୍ଷରେ ଜନମତ ନଥିବା ବିଭିନ୍ନ ସର୍ଭେରେ ବିଜେଡି ଜାଣିବା ପରେ ଶେଷ ମୁହୂର୍ତ୍ତରେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ବିଜେପୁରରେ ପ୍ରାର୍ଥୀ କରାଇଥିଲା। ଗୋଟିଏ ଗୁଳିରେ ଦୁଇଟି ଶିକାର ଭଳି ନବୀନଙ୍କ ପଶ୍ଚିମ ଓଡ଼ିଶା ପ୍ରୀତିକୁ ମଧ୍ୟ ବିଜେଡି ସାଧାରଣ ନିର୍ବାଚନରେ ମାର୍କେଟିଂ କରାଇବାରେ ସକ୍ଷମ ହୋଇଥିଲା।

ସୂତ୍ର ଅନୁସାରେ ରୀତାଙ୍କ ପ୍ରତି ବିଜେପୁରରେ ଜନମତ ଅସ୍ପଷ୍ଟ ଥିବାବେଳେ ପଶ୍ଚିମଓଡ଼ିଶାରେ ବିଜେପିର ସ୍ଥିତି ଅପେକ୍ଷାକୃତ ସୁଦୃଢ଼ ରହିଛି । ରୀତାଙ୍କ ସପକ୍ଷରେ ଜନମତ ସୃଷ୍ଟି କରିବା ପାଇଁ ଦୀର୍ଘ ଦୁଇମାସ ଧରି ଦଳର ବରିଷ୍ଠ ନେତା ତଥା ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ସୁଶାନ୍ତ ସିଂ ଓ ନିରଞ୍ଜନ ପୂଜାରୀ ସେଠାରେ ପଡ଼ି ରହିଛନ୍ତି। ବିଜେପୁର ପାଇଁ ଏକାଧିକ ସରକାରୀ ଯୋଜନା ମଧ୍ୟ ହାତକୁ ନିଆଯାଇଛି। ତା’ ସତ୍ତ୍ୱେ ବିଜେପୁର ବିଜୟକୁ ନେଇ ବିଜେଡି ଆଶ୍ୱସ୍ତ ହୋଇପାରୁନି। ଦଳ ସ୍ଥାନୀୟ ଗୋଷ୍ଠୀକନ୍ଦଳ ଏଡ଼ାଇବା ପାଇଁ ପ୍ରଭାତଆଦିତ୍ୟ ମିଶ୍ର ଓ ସୁବାସ ଚୌହାନଙ୍କ ଭଳି ନେତାଙ୍କୁ ସରକାରୀ ପଦପଦବୀରେ ଥଇଥାନ କରିଛି। ୪ଜଣ ବରିଷ୍ଠ ନେତାଙ୍କୁ ବିଜେପୁର ନିର୍ବାଚନ ସମନ୍ୱୟ ଦାୟିତ୍ୱ ଦେଇଛି। ଦଳର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କୁ ମଧ୍ୟ ଗୁରୁ ଦାୟିତ୍ୱ ଦେବାକୁ ପଦକ୍ଷେପ ନିଆଯାଉଛି। ଏସବୁ ସତ୍ତେ୍ୱ ରୀତାଙ୍କ ପ୍ରତି ଆଶାନୁରୂପ ଜନମତକୁ ନେଇ ବିଜେଡି ଦ୍ୱନ୍ଦ୍ୱରେ ରହିଛି।କଂଗ୍ରେସର ସ୍ଥିତି ସେଠାରେ ଅତ୍ୟନ୍ତ ଦୁର୍ବଳ ଥିବାବେଳେ ଦଳ ସେଠାରେ ବରିଷ୍ଠ ନେତା ରିପୁନାଥ ସେଠ କିମ୍ବା ତାଙ୍କ ପୁଅଙ୍କୁ ପ୍ରାର୍ଥୀ କରିପାରେ । ୨୪ରେ ପ୍ରାର୍ଥୀ ଚୟନ କମିଟିର ବୈଠକ ପରେ କଂଗ୍ରେସ ନିଜର ପ୍ରାର୍ଥୀ ଘୋଷଣା କରିବ।

ଅନ୍ୟପକ୍ଷରେ ବିଜେପି ସେଠାରେ ଅପେକ୍ଷାକୃତ ଭଲ ସ୍ଥିତିରେ ଥିବାବେଳେ ଦଳ ନିଜର ପୁରୁଣା ପ୍ରାର୍ଥୀ ସନତ ଗରତିଆଙ୍କ ଉପରେ ଭରସା କରି ତାଙ୍କୁ ପ୍ରାର୍ଥୀ କରିପାରେ ବୋଲି ଜଣାପଡ଼ିଛି। ଯଦିଓ ଏଠାରେ ପ୍ରାର୍ଥୀ ହେବା ପାଇଁ ପଦ୍ମପୁରର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ଓ ପୂର୍ବତନ ପ୍ରାର୍ଥୀ ଅଶୋକ ପାଣିଗ୍ରାହୀ ଆଶାବାଦୀ ଅଛନ୍ତି। କିନ୍ତୁ ଦଳର ବରିଷ୍ଠ ନେତାମାନଙ୍କ ନିରବତା ଓ ଆକ୍ରମଣାତ୍ମକ ଆଭିମୁଖ୍ୟର ଅଭାବ ଯୋଗୁ ତଳସ୍ତରର ନେତାମାନେ ନିଜକୁ ଅସୁରକ୍ଷିତ ମଣୁଛନ୍ତି।

ବିଜେପି ପାଟକୁରା ଭଳି ବିଜେପୁର ଆସନକୁ ବିଜେଡି ହାତରେ ଟେକି ଦେବନି ତ ବୋଲି ଆଶଙ୍କା କରୁଛନ୍ତି। ଯଦିଓ ପାଟକୁରା ଭଳି ବିଜେପୁରରେ ବି କଡ଼ା ଟକ୍କର ଦେବା ଓ ବିଜୟ ସମ୍ଭାବନା ବିଜେପି ସପକ୍ଷରେ ଯାଇପାରିବ ବୋଲି ରାଜନୀତିକ ବିଶ୍ଲେଷକମାନେ ଆକଳନ କରୁଛନ୍ତି। ୨୦୧୮ ଉପନିର୍ବାଚନରେ ବିଜେପୁରରେ ବିଜେପି ପ୍ରାର୍ଥୀଙ୍କୁ ୬୧ହଜାର ଭୋଟ୍ ମିଳିଥିବାବେଳେ ୨୦୧୯ ସାଧାରଣ ନିର୍ବାଚନରେ ବିଜେଡି ସୁପ୍ରିମୋଙ୍କ ବିରୁଦ୍ଧରେ ଲଢ଼ି ବିଜେପି ପ୍ରାର୍ଥୀ ୫୩ହଜାରରୁ ଅଧିକ ଭୋଟ୍ ପାଇଥିଲେ । ତେଣୁ ବିଜେପିର ପ୍ରାର୍ଥୀତ୍ୱ ଓ ନିର୍ବାଚନ ଲଢ଼ିବାର ଶୈଳୀ ହିଁ ଭୋଟଗ୍ରହଣ ପୂର୍ବରୁ ଦଳୀୟ ପ୍ରାର୍ଥୀଙ୍କ ଜିତିବା ଓ ହାରିବା ସ୍ଥିର କରିବ।
ଉଲ୍ଲେଖଯୋଗ୍ୟ, ବିଜେଡି ଏବେଠୁ ନିଜର ବିଧାୟକ ଓ ବରିଷ୍ଠ ନେତାମାନଙ୍କୁ ପଞ୍ଚାୟତିୱାରି ଦାୟିତ୍ୱ ଦେବାକୁ ତାଲିକା ପ୍ରସ୍ତୁତ କରଛି। ପାଟକୁରା ନିର୍ବାଚନ ଭଳି ସରକାରୀ କଳକୁ ବିଜେପୁର ନିର୍ବାଚନରେ ଭରପୂର ଉପଯୋଗ କରିବାର ସମ୍ଭାବନା ରହିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story