ଘରେ ମାସ୍କ ତିଆରି କରୁଛନ୍ତି ନେତ୍ରୀ, ସୋଶାଲ ମିଡିଆରେ ପ୍ରଶଂସା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ସଂକ୍ରମଣକୁ ରୋକିବା ପାଇଁ ଘରୁ ବାହାରକୁ ଯିବା ସମୟରେ ମାସ୍କ ପିନ୍ଧିବାକୁ ରାଜ୍ୟ ସରକାର ଆଜିଠୁ ବାଧ୍ୟତାମୂଳକ କରିଛନ୍ତି। ତେବେ ପର୍ଯ୍ୟାପ୍ତ ପରିମାଣର ମାସ୍କ ଉପଲବ୍ଧ କରାଇବା ନିମନ୍ତେ ମହିଳା ଏସଏଚଜିଗୁଡ଼ିକୁ ରାଜ୍ୟ ସରକାର ପ୍ରୋତ୍ସାହନ ଯୋଗାଉଥିବାବେଳେ ନିଜ ହାତରେ ଘରେ କିଭଳି ମାସ୍କ ତିଆରି ହୋଇପାରିବ ସେ ନେଇ ରାଜନୀତିକ ଦଳର ନେତ୍ରୀମାନେ ଆଗେଇ ଆସି ଲୋକଙ୍କୁ ସଚେତନ କରାଉଥିବା ଜଣାପଡ଼ିଛି। ଦେଶବ୍ୟାପୀ ଏବେ ଲକଡାଉନ୍ ଚାଲିଥିବାବେଳେ ଗତ କିଛିଦିନ ଧରି […]

three-beauty

three-beauty

Manoranjan Sial
  • Published: Thursday, 09 April 2020
  • Updated: 09 April 2020, 08:23 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ସଂକ୍ରମଣକୁ ରୋକିବା ପାଇଁ ଘରୁ ବାହାରକୁ ଯିବା ସମୟରେ ମାସ୍କ ପିନ୍ଧିବାକୁ ରାଜ୍ୟ ସରକାର ଆଜିଠୁ ବାଧ୍ୟତାମୂଳକ କରିଛନ୍ତି। ତେବେ ପର୍ଯ୍ୟାପ୍ତ ପରିମାଣର ମାସ୍କ ଉପଲବ୍ଧ କରାଇବା ନିମନ୍ତେ ମହିଳା ଏସଏଚଜିଗୁଡ଼ିକୁ ରାଜ୍ୟ ସରକାର ପ୍ରୋତ୍ସାହନ ଯୋଗାଉଥିବାବେଳେ ନିଜ ହାତରେ ଘରେ କିଭଳି ମାସ୍କ ତିଆରି ହୋଇପାରିବ ସେ ନେଇ ରାଜନୀତିକ ଦଳର ନେତ୍ରୀମାନେ ଆଗେଇ ଆସି ଲୋକଙ୍କୁ ସଚେତନ କରାଉଥିବା ଜଣାପଡ଼ିଛି। ଦେଶବ୍ୟାପୀ ଏବେ ଲକଡାଉନ୍ ଚାଲିଥିବାବେଳେ ଗତ କିଛିଦିନ ଧରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପତ୍ନୀ ମୃଦୁଳା ଓ ତାଙ୍କ ଝିଅ ସିଲେଇ ମେସିନରେ ମାସ୍କ ପ୍ରସ୍ତୁତ କରିବାର ଫଟୋ ସମେତ ବିଜେଡି ଓ ବିଜେପିର ନେତ୍ରୀମାନେ ନିଜ ନିଜସ୍ତରରେ ମାସ୍କ ପ୍ରସ୍ତୁତ କରିବା ଓ ଘର ତିଆରି ମାସ୍କ ପିନ୍ଧି ଲୋକଙ୍କୁ ସଚେତନ କରାଇବାକୁ ପ୍ରୟାସ ଆରମ୍ଭ କରିଛନ୍ତି।

ସୂଚନା ଅନୁସାରେ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପତ୍ନୀ ମୃଦୁଳା ନିଜେ ସିଲେଇ ମେସିନରେ ମାସ୍କ ତିଆରି କରୁଥିବାବେଳେ ବଲାଙ୍ଗିର ସାଂସଦ ସଙ୍ଗୀତା କୁମାରୀ ସିଂହଦେଓଙ୍କୁ ମଧ୍ୟ ଅନୁରୂପ ଭାବେ ମାସ୍କ ତିଆରି କରୁଥିବାର ଫଟୋ ଆଜି ସୋଶାଲ ମିଡିଆରେ ଭାଇରାଲ ହୋଇଛି। ସେହିପରି ବିଜେଡି ନେତ୍ରୀ ତଥା ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର, ସୁନାବେଡ଼ା ମ୍ୟୁନିସପାଲଟି ଅଧ୍ୟକ୍ଷା ତଥା ବିଜେଡି ନେତ୍ରୀ ଶୁଭଶ୍ରୀ ମଲ୍ଲିକ, ବାଲିକୁଦା ୪ନମ୍ବର ଜୋନ୍ ଜିଲ୍ଲା ପରିଷଦ ସଭ୍ୟା ବବିତା ସ୍ୱାଇଁ ଓ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତ ସିଂହାରଙ୍କୁ ମାସ୍କ ପ୍ରସ୍ତୁତି ଅବା ହ୍ୟାଣ୍ଡମେଡ୍ ମାସ୍କ ପିନ୍ଧି ସୋଶାଲ ମିଡିଆରେ ଫଟୋ ପୋଷ୍ଟ କରିଥିବା ଦେଖିବାକୁ ମିଳିଛି। ଏହି ନେତ୍ରୀମାନଙ୍କର ଦ୍ୱାରା ଘରେ ପ୍ରସ୍ତୁତ କରାଯାଉଥିବା ମାସ୍କକୁ ମଧ୍ୟ ସୋଶାଲ ମିଡିଆରେ ସାଧାରଣ ଲୋକେ ବେଶ୍ ପ୍ରଶଂସା କରିଛନ୍ତି।

କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ଘରୁ ବାହାରକୁ ଯିବା ସମୟରେ ମାସ୍କ ପିନ୍ଧିବା ଜରୁରୀ ଥିବାବେଳେ ରାଜ୍ୟ ସରକାର ମଧ୍ୟ ମାସ୍କ ନପିନ୍ଧି ଘରୁ ବାହାରିଲେ ୨୦୦ରୁ ୫୦୦ଟଙ୍କା ଜୋରିମାନା ଆଦାୟ କରାଯିବ ବୋଲି ନିର୍ଦ୍ଦେଶ ଦେଇଛନ୍ତି। ଗାଁଠୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସବୁଠି ଏହି ନିୟମ ଲାଗୁ ହେବ। ତେବେ ଏତେ ସଂଖ୍ୟକ ମାସ୍କ ମିଳିବା ଏବେ କଷ୍ଟକର ବ୍ୟାପାର ହୋଇଥିବାବେଳେ ସରକାର ମଧ୍ୟ କେବଳ ବଜାରରେ ମିଳୁଥିବା ମାସ୍କ ଉପରେ ନିର୍ଭର ନକରି ଘରେ ଥିବା ପୁରୁଣା ଗଞ୍ଜି, ରୁମାଲ, ଗାମୁଛା ଅବା ଅନ୍ୟାନ୍ୟ ସୂତା ପୋଷାକକୁ ଦୁଇ ପରସ୍ତ କରି ମାସ୍କ ଆକାରରେ ଉପଯୋଗ କରିବା ନିମନ୍ତେ ପରାମର୍ଶ ଦେଇଛନ୍ତି । କେହି କାହାର ମାସ୍କ ପିନ୍ଧିବା ଅନୁଚିତ୍ ବୋଲି ମଧ୍ୟ କହିଛନ୍ତି ।

ଅବଶ୍ୟ ଏବେ ଲକଡାଉନ୍ ଯୋଗୁଁ ସମସ୍ତେ ପ୍ରାୟ ଘରେ ରହୁଥିଲେ ମଧ୍ୟ ଜରୁରୀ କାମରେ ବାହାରକୁ ଯିବାକୁ ହେଲେ ମାସ୍କ ଜରୁରୀ ଥିବାରୁ ସାଧାରଣ ଲୋକମାନେ କିଭଳି ମାସ୍କ ତିଆରି କରିପାରିବେ ସେ ନେଇ ଏହି ମହିଳା ନେତ୍ରୀମାନେ ସନ୍ଦେଶ ଦେବାକୁ ପ୍ରୟାସ କରିଛନ୍ତି। ଏହି ନେତ୍ରୀମାନେ ନିଜେ ସିଲେଇ ମେସିନ୍ ସହାୟତାରେ ମାସ୍କ ପ୍ରସ୍ତୁତ କରୁଥିବାବେଳେ ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର ଓ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ଘରେ ଉପଲବ୍ଧ ଗାମୁଛା ଅବା ରୁମାଲରୁ କିଭଳି ମାସ୍କ ପ୍ରସ୍ତୁତ କରିହେବ ତାହା ଦେଖାଇବା ସହ ନିଜେ ପିନ୍ଧିଥିବାର ଫଟୋ ସୋଶାଲ ମିଡିଆରେ ଅପଲୋଡ୍ କରିଛନ୍ତି । ମହିଳା ନେତ୍ରୀମାନଙ୍କର ଏଭଳି ପ୍ରୟାସ ନିଶ୍ଚିତ ଭାବେ ସାଧାରଣ ମହିଳାମାନଙ୍କୁ ନିଜ ପରିବାର ସଦସ୍ୟଙ୍କ ପାଇଁ ମାସ୍କ ପ୍ରସ୍ତୁତ ନିମନ୍ତେ ପ୍ରୋତ୍ସାହିତ କରିବ ବୋଲି ଚର୍ଚ୍ଚା ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story