ନିର୍ବାଚନରେ ସଂରକ୍ଷଣକୁ ନେଇ ରାଜନୀତି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପଞ୍ଚାୟତ ନିର୍ବାଚନରେ ସଂରକ୍ଷଣ ନେଇ ବିଧାନସଭାରେ ଆସିବ ଆମେଣ୍ଡମେଣ୍ଟ। ଏନେଇ ରାଜ୍ୟ ସରକାର ପ୍ରକ୍ରିୟା ଆରମ୍ଭ କରିଥିବା ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା। ଏଥର ନିର୍ବାଚନରେ ୫୦ ପ୍ରତିଶତ ସଂରକ୍ଷଣ ରହିବ। ଓବିସି ସଂରକ୍ଷଣ ନେଇ ବିଜେଡି କେନ୍ଦ୍ର ନିକଟରେ ଦାବି କରିଥିଲା କିନ୍ତୁ ସଂସଦରେ କୌଣସି ପଦକ୍ଷେପ ନିଆଯାଉନି। କେନ୍ଦ୍ର ବ୍ୟବସ୍ଥା ନକଲେ ମଧ୍ୟ ଦଳୀୟ ଭିତ୍ତିରେ ୨୭ ପ୍ରତିଶତ ସଂରକ୍ଷଣ ନେଇ ବିଜେଡି ନିର୍ବାଚନ ଲଢିବ ବୋଲି […]

Pratap Jena and Bhrugubaxi

Pratap Jena and Bhrugubaxi

Madhupriya Mistry
  • Published: Thursday, 26 August 2021
  • Updated: 26 August 2021, 01:37 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପଞ୍ଚାୟତ ନିର୍ବାଚନରେ ସଂରକ୍ଷଣ ନେଇ ବିଧାନସଭାରେ ଆସିବ ଆମେଣ୍ଡମେଣ୍ଟ। ଏନେଇ ରାଜ୍ୟ ସରକାର ପ୍ରକ୍ରିୟା ଆରମ୍ଭ କରିଥିବା ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା।

ଏଥର ନିର୍ବାଚନରେ ୫୦ ପ୍ରତିଶତ ସଂରକ୍ଷଣ ରହିବ। ଓବିସି ସଂରକ୍ଷଣ ନେଇ ବିଜେଡି କେନ୍ଦ୍ର ନିକଟରେ ଦାବି କରିଥିଲା କିନ୍ତୁ ସଂସଦରେ କୌଣସି ପଦକ୍ଷେପ ନିଆଯାଉନି। କେନ୍ଦ୍ର ବ୍ୟବସ୍ଥା ନକଲେ ମଧ୍ୟ ଦଳୀୟ ଭିତ୍ତିରେ ୨୭ ପ୍ରତିଶତ ସଂରକ୍ଷଣ ନେଇ ବିଜେଡି ନିର୍ବାଚନ ଲଢିବ ବୋଲି ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି। ଏଥିପାଇଁ ଯାହା ବ୍ୟବସ୍ଥା ଦରକାର ତାହା ବିଧାନସଭାରେ କରାଯିବ ଏଥର ନିର୍ବାଚନରେ ପଞ୍ଚାୟତ ପୁନର୍ଗଠନ ହେବନାହିଁ ବୋଲି ସ୍ପଷ୍ଟ କରିଛନ୍ତି ମନ୍ତ୍ରୀ।

ଏହାର ଜବାବରେ ବିଜେପିର ଭୃଗୁ ବକ୍ସିପାତ୍ର କହିଛନ୍ତି, ପଞ୍ଚାୟତ ନିର୍ବାଚନ ତ ତା’ ସମୟରେ ହେବ।  ସୁପ୍ରିମକୋର୍ଟ କହିଛନ୍ତି, ସଂରକ୍ଷଣ ୫୦ ପ୍ରତିଶତ ଭିତରେ ରହିବ।  ଏହାକୁ ମାନିବାକୁ ରାଜ୍ୟ ସରକାର ବାଧ୍ୟ।  ଏଥିରେ ନୂଆ କିଛି ନାହିଁ,  କିନ୍ତୁ ପଞ୍ଚାୟତ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ପୌର ନିର୍ବାଚନ ପ୍ରକ୍ରିୟା ଆରମ୍ଭ କରିବା ଉଚିତ।  ତା’ପରେ ପଞ୍ଚାୟତର ହେବ। କିନ୍ତୁ ବୋଧହୁଏ ପରାଜୟ ଭୟରେ ସରକାର ପୌର ନିର୍ବାଚନ କରୁନାହାନ୍ତି ବୋଲି କହିଛନ୍ତି ଭୃଗୁ ବକ୍ସିପାତ୍ର।

ସେପଟେ କଂଗ୍ରେସ କହିଛ ଓବିସିଙ୍କ ପ୍ରତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଅବିଚାର କରିଛନ୍ତି। ଜାତିଭିତ୍ତିକ ଜନଗଣନା ପାଇଁ କେନ୍ଦ୍ର କାହିଁକି ମନାକରୁଛି ବୋଲି କଂଗ୍ରେସ ପ୍ରଶ୍ନ ଉଠାଇଛି। ୫୦% ସିଲିଂ ବ୍ୟବସ୍ଥା ନ ହଟିଲେ ଓବିସି ସଂରକ୍ଷଣ ହୋଇପାରିବ ନାହିଁ। ଶିକ୍ଷା କ୍ଷେତ୍ରରେ କାହିଁକି ରାଜ୍ୟ ସଂରକ୍ଷଣ ବ୍ୟବସ୍ଥା କଲା ନାହିଁ। ଓବିସି ଫାଇନାନ୍ସ କମିଶନ ଦ୍ୱାରା କୌଣସି ବ୍ୟକ୍ତି ଉପକୃତ ହୋଇନାହାନ୍ତି ବୋଲ ଆଜି ପ୍ରେସମିଟୋ କରି କଂଗ୍ରେସ ମିଡିଆ ସେଲ୍‌ ମୁଖ୍ୟ ଗଣେଶ୍ୱର ବେହେରା  କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos