ପ୍ରବାସୀ ଓଡ଼ିଆଙ୍କୁ ନେଇ ରାଜନୀତି ତେଜିଲା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରବାସୀ ଓଡ଼ିଆଙ୍କ ଘରବାହୁଡ଼ା ପ୍ରସଙ୍ଗକୁ ନେଇ ଏବେ ରାଜ୍ୟ ରାଜନୀତି ଜୋର ଧରିଛି। କରୋନା ମୁକାବିଲା ପାଇଁ ଚୁପ୍ ଥିବା ରାଜନୀତିକ ଦଳଗୁଡ଼ିକ ଏବେ ପ୍ରବାସୀ ଓଡ଼ିଆଙ୍କ ଘରବାହୁଡ଼ା ପ୍ରସଙ୍ଗରେ ସରକାରଙ୍କ ଆଭିମୁଖ୍ୟ ଉପରେ ପ୍ରଶ୍ନ ଉଠାଇବା ସହ କିଛି ମୁଷ୍ଟିମେୟ ଅଫିସରମାନଙ୍କ ମନମୁଖୀ କାର୍ଯ୍ୟକୁ ତୀବ୍ର ସମାଲୋଚନା କରିଛନ୍ତି । ମୁଖ୍ୟ ସଚିବଙ୍କୁ ଭେଟିବାକୁ ସମୟ ମାଗିଲେ ମିଳୁନଥିବାବେଳେ ସେ ମଧ୍ୟ ସାମାନ୍ୟ ସୌଜନ୍ୟତା ପ୍ରକାଶ କରୁନାହାନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି। […]

niranjan

niranjan

Manoranjan Sial
  • Published: Saturday, 09 May 2020
  • Updated: 09 May 2020, 07:45 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରବାସୀ ଓଡ଼ିଆଙ୍କ ଘରବାହୁଡ଼ା ପ୍ରସଙ୍ଗକୁ ନେଇ ଏବେ ରାଜ୍ୟ ରାଜନୀତି ଜୋର ଧରିଛି। କରୋନା ମୁକାବିଲା ପାଇଁ ଚୁପ୍ ଥିବା ରାଜନୀତିକ ଦଳଗୁଡ଼ିକ ଏବେ ପ୍ରବାସୀ ଓଡ଼ିଆଙ୍କ ଘରବାହୁଡ଼ା ପ୍ରସଙ୍ଗରେ ସରକାରଙ୍କ ଆଭିମୁଖ୍ୟ ଉପରେ ପ୍ରଶ୍ନ ଉଠାଇବା ସହ କିଛି ମୁଷ୍ଟିମେୟ ଅଫିସରମାନଙ୍କ ମନମୁଖୀ କାର୍ଯ୍ୟକୁ ତୀବ୍ର ସମାଲୋଚନା କରିଛନ୍ତି । ମୁଖ୍ୟ ସଚିବଙ୍କୁ ଭେଟିବାକୁ ସମୟ ମାଗିଲେ ମିଳୁନଥିବାବେଳେ ସେ ମଧ୍ୟ ସାମାନ୍ୟ ସୌଜନ୍ୟତା ପ୍ରକାଶ କରୁନାହାନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି। ଏପଟେ ବିଜେଡି ଏହାକୁ ଯିଏ ଯାହା କହୁଛନ୍ତି ତାହା ରାଜନୀତି କରିବା ପାଇଁ ଉଦ୍ଦିଷ୍ଟ ବୋଲି କହୁଥିବାବେଳେ ବିଜେପି ଶସ୍ତା ରାଜନୀତିରୁ ନିବୃତ୍ତ ରହି ଏକାଠି କାମ କରିବା ଆବଶ୍ୟକ ବୋଲି କହିଛି।

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ସରକାରଙ୍କ ଦୂରଦୃଷ୍ଟି ଅଭାବରୁ ଲୋକେ ହଇରାଣ ହେଉଛନ୍ତି। ପ୍ରବାସୀ ଓଡ଼ିଆଙ୍କୁ ଫେରସ୍ତ ଆଣିବା ଓ ସେମାନଙ୍କର ଖର୍ଚ୍ଚ ବହନ ନିମନ୍ତେ କଂଗ୍ରେସ ପ୍ରସ୍ତାବ ଦେଇଥିଲା। ଏନେଇ ସେ ନିଜେ ମୁଖ୍ୟ ସଚିବଙ୍କୁ ଚିଠି ଲେଖି ଭେଟିବା ପାଇଁ ଅନୁରୋଧ କରିଥିଲେ। କିନ୍ତୁ ମୁଖ୍ୟ ସଚିବ ସାମାନ୍ୟ ସୌଜନ୍ୟତା ପ୍ରକାଶ କଲେନି କି ଚିଠିର ଉତ୍ତର ଦେଲେନି। ସରକାର କିଛି ମୁଷ୍ଟିମେୟ ସରକାରୀ ଅଫିସରଙ୍କୁ ନେଇ କରୋନା ମୁକାବିଲା କରୁଛନ୍ତି। ଏପରିକି ଏହି ପ୍ରସଙ୍ଗରେ ଶାସକ ଦଳର ନେତାମାନଙ୍କ ସହ କୌଣସି ବିଚାର କରାନଯିବା ମଧ୍ୟ ଦୁର୍ଭାଗ୍ୟଜନକ। କରୋନା ମୁକାବିଲା କ୍ଷେତ୍ରରେ ସରକାରଙ୍କୁ ସବୁ ପ୍ରକାର ସମର୍ଥନ ଓ ସହଯୋଗ ଯୋଗାଇବାକୁ କଂଗ୍ରେସ ପ୍ରତିଶ୍ରୁତିବଦ୍ଧ। କିନ୍ତୁ ବିଭିନ୍ନ ରାଜ୍ୟରେ ଅଟକି ରହିଥିବା ଓଡ଼ିିଆ ଶ୍ରମିକଙ୍କ ସଂଖ୍ୟା ଓ ସେଠାରେ ସେମାନଙ୍କୁ ସହାୟତା ଯୋଗାଇବା ଦିଗରେ ସରକାର କୌଣସି ପଦକ୍ଷେପ ନେଉନାହାନ୍ତି। ବାହାର ରାଜ୍ୟରେ ଥିବା ଲକ୍ଷ ଲକ୍ଷ ଓଡ଼ିଆ ଫେରିବା ପାଇଁ କେତେଦିନ ସମୟ ଲାଗିବ । ପ୍ରବାସୀଙ୍କ ଟ୍ରେନ ଭଡ଼ା ଦେବାକୁ କଂଗ୍ରେସ ରାଜି ଥିଲା। ମୁଖ୍ୟ ସଚିବ ଏନେଇ ସମୟ ଦେଲେନି କିମ୍ବା ଶ୍ରମ ସଚିବଙ୍କୁ ଭେଟିବାକୁ ସେ ଯେଉଁ ପରାମର୍ଶ ଦେଲେ ତାହା ମଧ୍ୟ ସମ୍ଭବପର ହେଲାନି। ଲକ୍ଷ ଲକ୍ଷ ଓଡ଼ିଆ ବାହାର ରାଜ୍ୟରେ ହୀନସ୍ତା ହେଉଛନ୍ତି। ରାଜ୍ୟ ସରକାର କ୍ୱାରେଣ୍ଟାଇନ ଅବଧିକୁ ୧୪ରୁ ୨୧ଦିନକୁ ବୃଦ୍ଧି କରିବା ସ୍ୱାଗତଯୋଗ୍ୟ। କିନ୍ତୁ ପ୍ରବାସୀ ଓଡ଼ିଆ ଲୋକମାନେ ଗାଁକୁ ଫେରି କ୍ୱାରେଣ୍ଟାଇନରେ ରହିବାବେଳେ ଦିନକୁ ୧୫୦ଟଙ୍କାରେ ମାଟି, ରଙ୍ଗ ଓ ମାଳି କାମ କରିବା ଅତ୍ୟନ୍ତ ଅବାସ୍ତବ କଥା। ଯେଉଁମାନେ ଦୀର୍ଘବର୍ଷ ଧରି ଅନ୍ୟ କାମ କରିଛନ୍ତି ସେମାନେ ଏସବୁ କାମ କରିବେ କେମିତି? ନିର୍ବାଚନ ବେଳେ ଗଦାଗଦ ନେତା ସୁରଟ ଓ ଓଡ଼ିଶା ବାହାରକୁ ଯାଇ ପ୍ରଚାର କରୁଥିଲେ, ଏବେ ସେମାନେ ଗଲେ କୁଆଡ଼େ। ଗତ କିଛିଦିନ ହେଲା ତାମିଲନାଡୁ,ଆନ୍ଧ୍ର ଓ ଗୁଜୁରାଟରେ ଓଡ଼ିଆ ଶ୍ରମିକମାନେ ମାଡ଼ ଖାଉଥିବାର ଦୃଶ୍ୟ ଦେଖିବାକୁ ମିଳୁଛି । ୨ ମାସ ଧରି ବିଭିନ୍ନ ଘଟଣା ସମ୍ପର୍କରେ ସରକାରଙ୍କୁ ଜଣାଇଛୁ। ପ୍ରତି ବ୍ଲକରେ ମାସ୍କ ବାଣ୍ଟିବାକୁ କହିଲା ପରେ ମଧ୍ୟ ଆମ କଥା ଶୁଣାଗଲାନି। ୧୯୯୩ ମସିହାରେ ଓଡ଼ିଆ ଶ୍ରମିକମାନଙ୍କୁ ଗୁଜୁରାଟ ନିଆଯାଇଥିଲା। ଏବେ ସେଠାରେ ସେମାନଙ୍କ ଅବସ୍ଥା କ’ଣ? ଚାଷୀମାନଙ୍କ ପାଇଁ ସରକାର କିଛି ବିଧିବ୍ୟବସ୍ଥା କରିନାହାନ୍ତି। କଂଗ୍ରେସକୁ ହତାଦର କରାଗଲେ ମଧ୍ୟ କଂଗ୍ରେସ ସର୍ବଦା ଓଡ଼ିଆ ଭାଇଭଉଣୀଙ୍କ ସହ ରହିଛି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

ଅନ୍ୟପକ୍ଷରେ ବିଜେଡି ନେତା ତଥା ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଏହା ଉପରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଯିଏ ଯାହା କହୁଛନ୍ତି ସେମାନେ ରାଜନୀତି କରିବା ପାଇଁ କହୁଛନ୍ତି। ଯେଉଁ ପ୍ରକ୍ରିୟାରେ ଲୋକେ ଆସୁଛନ୍ତି ସେହି ପ୍ରକ୍ରିୟାରେ ଆସିବେ ଓ ଏଥିରେ କୌଣସି ରାଜନୀତି ନାହିଁ। ପ୍ରବାସୀଙ୍କ ପାଇଁ ରାଜ୍ୟ ସରକାର ବ୍ୟବସ୍ଥା କରୁଛନ୍ତି। ସରକାରଙ୍କ ଆନ୍ତରିକତା ରହିଛି ଓ ସ୍ଥିତି ଉପରେ ନଜର ରଖି ସରକାର ପଦକ୍ଷେପ ନେଉଛନ୍ତି ବୋଲି ଶ୍ରୀ ବେହେରା କହିଛନ୍ତି।

ସେହିପରି ବିଜେପି ରାଜ୍ୟ ମୁଖପାତ୍ର ଗୋଲକ ମହାପାତ୍ର କହିଛନ୍ତି ଯେ, ବର୍ତ୍ତମାନ ସମୟରେ ଏକଜୁଟ ହୋଇ କାମ କରିବାର ଆବଶ୍ୟକତା ରହିଛି। ଶସ୍ତା ରାଜନୀତିରୁ ନିବୃତ୍ତ ରହି କାମ କରିବା ଉଚିତ୍।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story