ବିଜେପୁର ପାଇଁ ସରଗରମ ରାଜନୀତି, ଅସନ୍ତୁଷ୍ଟଙ୍କୁ ମନାଇବା ସବୁ ଦଳ ପାଇଁ ଚ୍ୟାଲେଞ୍ଜ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେପୁର ଉପନିର୍ବାଚନ ପାଇଁ ରାଜ୍ୟ ରାଜନୀତି ସରଗରମ ହେବାରେ ଲାଗିଛି। ନାମାଙ୍କନପତ୍ର ଦାଖଲ ସରିବା ପରେ ପ୍ରକାଶ ପାଇଛି ତିନି ପ୍ରମୁଖ ଦଳର ଷ୍ଟାର କ୍ୟାମ୍ପେନରଙ୍କ ତାଲିକା। ବର୍ତ୍ତମାନ ପ୍ରଚାର ଜୋରଦାର ହୋଇନଥିଲେ ହେଁ ସବୁ ଦଳ ନିଜ ନିଜର ଘର ସଜାଡ଼ିବା ସହ କ୍ଷେତ୍ର ପ୍ରସ୍ତୁତିରେ ବ୍ୟସ୍ତ ରହିଛନ୍ତି। ଏଥିପାଇଁ ଘନ ଘନ ବୈଠକ ବସିବା ସହ ନେତାଙ୍କୁ ପଞ୍ଚାୟତଓ୍ୱାରୀ ଦାୟିତ୍ୱ ଦିଆଯାଉଛି। ତେବେ ଅସନ୍ତୁଷ୍ଟମାନଙ୍କୁ ମନାଇବା ସବୁ ଦଳ ପାଇଁ ଚ୍ୟାଲେଞ୍ଜ […]

ccc

ccc

Hemant Lenka
  • Published: Friday, 04 October 2019
  • Updated: 04 October 2019, 08:46 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେପୁର ଉପନିର୍ବାଚନ ପାଇଁ ରାଜ୍ୟ ରାଜନୀତି ସରଗରମ ହେବାରେ ଲାଗିଛି। ନାମାଙ୍କନପତ୍ର ଦାଖଲ ସରିବା ପରେ ପ୍ରକାଶ ପାଇଛି ତିନି ପ୍ରମୁଖ ଦଳର ଷ୍ଟାର କ୍ୟାମ୍ପେନରଙ୍କ ତାଲିକା। ବର୍ତ୍ତମାନ ପ୍ରଚାର ଜୋରଦାର ହୋଇନଥିଲେ ହେଁ ସବୁ ଦଳ ନିଜ ନିଜର ଘର ସଜାଡ଼ିବା ସହ କ୍ଷେତ୍ର ପ୍ରସ୍ତୁତିରେ ବ୍ୟସ୍ତ ରହିଛନ୍ତି।

ଏଥିପାଇଁ ଘନ ଘନ ବୈଠକ ବସିବା ସହ ନେତାଙ୍କୁ ପଞ୍ଚାୟତଓ୍ୱାରୀ ଦାୟିତ୍ୱ ଦିଆଯାଉଛି। ତେବେ ଅସନ୍ତୁଷ୍ଟମାନଙ୍କୁ ମନାଇବା ସବୁ ଦଳ ପାଇଁ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି। ଉପନିର୍ବାନକୁ ନେଇ ଘନ ଘନ ଦଳୀୟ କାର୍ଯ୍ୟକ୍ରମରେ ଉଠୁଛି ପଡୁଛି ବିଜେପୁର।

କଂଗ୍ରେସ ବିଜେପୁର ବ୍ଲକ ପଡ଼ା ଗାଁରୁ ପ୍ରଚାର ଆରମ୍ଭ କରି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି। ବରଗଡ଼ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଆଜି ଦଳର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ବୈଠକରେ ବୁଥ୍, ପଞ୍ଚାୟତ ଓ ବ୍ଲକରେ ଗଡ଼ ଜଗିବା ନେଇ ନେତାଙ୍କୁ ଦାୟିତ୍ୱ ବଣ୍ଟନ ହୋଇଛି। ରାଜ୍ୟ ସରକାରଙ୍କ ବିଫଳତା, ମୋଦି ସରକାରର ସଫଳତା ବାର୍ତ୍ତା ସାଙ୍ଗକୁ ନିର୍ବାଚନ ଜିତିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପୁର ଛାଡ଼ିବା ଆଦିକୁ ମୁଖ୍ୟ ପ୍ରସଙ୍ଗ କରି ଲୋକଙ୍କ ପାଖକୁ ଯିବାକୁ ସ୍ଥିର କରିଛି ବିଜେପି।

ବିଜେଡି ଆଜି ବରପାଲିରେ ଦଳର ବରିଷ୍ଠ ଓ ନିର୍ବାଚନ ଦାୟିତ୍ୱରେ ଥିବା ନେତାଙ୍କୁ ନେଇ ରଣନୀତି ଚୂଡ଼ାନ୍ତ କରିଛି। ଏହାସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଚାର କାର୍ଯ୍ୟକ୍ରମ ଉପରେ ବିଷଦ ଆଲୋଚନା ହୋଇଛି। ବିଜେଡି ପ୍ରତି ପଞ୍ଚାୟତ ଏମିତି କି ଓ୍ୱାର୍ଡରେ ବି ନେତାମାନଙ୍କୁ ଭୋଟରଙ୍କୁ ମନାଇବାକୁ ନିୟୋଜିତ କରିବାକୁ ନିଷ୍ପତ୍ତି ନେଇଛି।

ଅନ୍ୟପକ୍ଷରେ ବିଜେପୁର ନିର୍ବାଚନରେ ସବୁ ଦଳ ପାଇଁ ଅଡ଼ୁଆ ହୋଇଛନ୍ତି କର୍ମୀ ଅସନ୍ତୋଷ। ଗତ ସାଧାରଣ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ହୋଇଥିବା ରିପୁନାଥ ସେଠ୍ ଏଥର ଟିକେଟ ପାଇନାହାନ୍ତି। ତେଣୁ ସେ ନିଜର ଅସନ୍ତୋଷ ପ୍ରକାଶ କରି ପ୍ରଚାରରୁ ଦୂରେଇ ରହିଛନ୍ତି। ସେହିପରି ୨୦୧୮ ଉପନିର୍ବାଚନରେ ବିଜେପିରୁ ପ୍ରାର୍ଥୀ ହୋଇଥିବା ଅଶୋକ ପାଣିଗ୍ରାହୀ ମଧ୍ୟ ଦଳ ଉପରେ ସେତେଟା ଖୁସ୍ ନଥିବା କୁହାଯାଉଛି।

କିନ୍ତୁ ସବୁଠୁ ବେଶୀ ସମସ୍ୟା ବିଜେଡି କ୍ୟାମ୍ପରେ ଦେଖିବାକୁ ମିଳିଛି। ପ୍ରାର୍ଥୀ ହେବାକୁ ଅଧିକ ଆଶାୟୀ ଓ ଅନ୍ୟ ଦଳରୁ ଆସିଥିବା ନେତାଙ୍କ ଭୂମିକାକୁ ନେଇ ଦଳୀୟ କର୍ମୀଙ୍କ ମଧ୍ୟରେ ଅସନ୍ତୋଷର ବହ୍ନି ଦାନା ବାନ୍ଧିବା ଆରମ୍ଭ କରିଛି। ଯେମିତିକି ଗାଇସିଲଟ୍ ବ୍ଲକରେ ନାରାୟଣ ସାହୁ, ପ୍ରଣୟ ସାହୁ, ବରପାଲିରେ ପ୍ରଭାତ ଆଦିତ୍ୟ ମିଶ୍ର, ବିକ୍ରମ ସିଂହଦେଓ ଏବଂ ପୂର୍ବତନ ବରଗଡ଼ ସାଂସଦ ପ୍ରଭାସ ସିଂ ଦଳ ଉପରେ କ୍ଷୁବ୍ଧ ହୋଇଥିବା କୁହାଯାଉଛି। ତେବେ ଏମାନଙ୍କ ମଧ୍ୟରୁ ଅନେକଙ୍କୁ ଷ୍ଟାର କ୍ୟାମ୍ପେନର ତାଲିକାରେ ରଖି ବିଜେଡି ମନାଇବାକୁ ଜୋରଦାର୍ ଉଦ୍ୟମ ଚଳାଇଛି।

ସବୁଦଳ ଏବେ କ୍ଷେତ୍ର ପ୍ରସ୍ତୁତିରେ ଲାଗି ପଡ଼ିଥିବା ବେଳେ ଦୁର୍ଗାପୂଜା ପରେ ହିଁ ବିଜେପୁରରେ ଜମିବ ଅସଲ ପ୍ରଚାର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story