କରୋନା ଭୟ: କୁକୁଡା ଚାଷୀଙ୍କୁ ଝଟକା

ବାଲେଶ୍ୱର(ରଣଜିତ୍‌ ପାକଳ): ଲାଭ ଦାୟକ ଚାଷ ହେଉଛି କୁକୁଡା । ଲୋକେ ଏହି ଚାଷ କରି ବେଶ ଦି ପଇଶା ରୋଜଗାର କରିଥାନ୍ତି। ହେଲେ ଏବେ କରୋନା ଭୟରେ ଲୋକେ ଚିକେନ କିଣୁନଥିବାରୁ ଦୋକାନରୁ ସେମିତି କୁକୁଡା ବିକ୍ରି ହେଉନାହିଁ । କରୋନା ଭୟରେ ବଜାରରେ ଚିକେନ ଶାଗ ମାଛ ଭଳି ବିକ୍ରି ହେଉଛି । ଏମିତିକି ଦୋକାନୀ ଶସ୍ତାରେ ମାଂସ ଦେଲେ ବି ଲୋକେ ନେଉନାହାଁନ୍ତି । ଯାହାପାଇଁ କୁକୁଡା ଚାଷୀଙ୍କୁ ଏକ ବଡ ଝଟକା […]

8765

8765

Tapas Behera
  • Published: Friday, 13 March 2020
  • Updated: 13 March 2020, 09:35 AM IST

Sports

Latest News

ବାଲେଶ୍ୱର(ରଣଜିତ୍‌ ପାକଳ): ଲାଭ ଦାୟକ ଚାଷ ହେଉଛି କୁକୁଡା । ଲୋକେ ଏହି ଚାଷ କରି ବେଶ ଦି ପଇଶା ରୋଜଗାର କରିଥାନ୍ତି। ହେଲେ ଏବେ କରୋନା ଭୟରେ ଲୋକେ ଚିକେନ କିଣୁନଥିବାରୁ ଦୋକାନରୁ ସେମିତି କୁକୁଡା ବିକ୍ରି ହେଉନାହିଁ । କରୋନା ଭୟରେ ବଜାରରେ ଚିକେନ ଶାଗ ମାଛ ଭଳି ବିକ୍ରି ହେଉଛି । ଏମିତିକି ଦୋକାନୀ ଶସ୍ତାରେ ମାଂସ ଦେଲେ ବି ଲୋକେ ନେଉନାହାଁନ୍ତି । ଯାହାପାଇଁ କୁକୁଡା ଚାଷୀଙ୍କୁ ଏକ ବଡ ଝଟକା ଲାଗିଛି । ଆଗାମୀ ଦିନରେ ଯଦି ଏଭଳି ସମସ୍ୟା ଲାଗି ରହେ ତାହାଲେ କୁକୁଡା ଚାଷୀ ଫାର୍ମ ବନ୍ଦ କରିଦେବେ ବୋଲି ନିଷ୍ପତି ନେଲେଣି । ଏମିତି ସମସ୍ୟା ବାଲେଶ୍ୱରରେ ଉପୁଜିଛି। ଅନ୍ୟ ପକ୍ଷରେ ଡାକ୍ତର କହୁଛନ୍ତି ଚିକେନ ଖାଇଲେ କରୋନା ହେବାର ଆଶଙ୍କା ନାହିଁ ।

ଦୋକାନୀ ଚାଷୀଙ୍କ ଠାରୁ ଆଠରୁ ଦଶ ଟଙ୍କାରେ କୁକୁଡା କିଲୋ କିଣି ବିକ୍ରି କରୁଛି । ଆଉ ସସ୍ତା ପରେ ବି ଗ୍ରାହକ କୁକୁଡା କିଣୁ ନଥିବାରୁ ଫାର୍ମରେ ଗଦା ଗଦା ବ୍ରୟଲର ରହିଛି। ଆଉ ଏଭଳି ପରିସ୍ଥିତିରେ ଚାଷୀ ମାନେ ଖର୍ଚ୍ଚ କରିଥିବା ଟଙ୍କା ଉଠାଇବା ଦୂରର କଥା  ଲକ୍ଷ ଲକ୍ଷ ଟଙ୍କା କ୍ଷତି ସହିବାକୁ ପଡୁଛି । ଯାହା ପାଇଁ ଆଗାମୀ ଦିନରେ ଚାଷୀ ଫାର୍ମ ବନ୍ଦ କରିବାକୁ ବସିଲେଣି ।

ସଚେତନ ଅଭାବ କି ମନ ଭିତରେ ଭୟ ଯାହା ହେଉନା କାହିଁକି ଏଭଳି ପରିସ୍ଥିତିରେ ଲୋକେ ଆମିଷ ଠାରୁ ଦୂରରେ ରହୁଛନ୍ତି । ଅନ୍ୟ ପକ୍ଷରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଚିକେନକୁ ଭଲ ଭାବେ ରାନ୍ଧି ଖାଇବାକୁ ପରାମର୍ଶ ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos